ନିଆଁ କବଳରେ ଶିମିଳିପାଳ, ବିପଦରେ ଜୀବଜନ୍ତୁ

ଜଳୁଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟର ୧୩ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର ୮ଟି ପଏଣ୍ଟରେ ନିଆଁ ଲାଗିଛି । ଦକ୍ଷିଣ ଶିମିଳିପାଳର ୫ଟି ପଏଣ୍ଟରେ ଜଳୁଛି ଜଙ୍ଗଲ । ତାଳ ବନ୍ଦ ଓ ଡୁକୁରା ରେଞ୍ଜରେ ନିଆଁ ଲାଗିଥିବା RCCFର ସୂଚନା ।

କରଞ୍ଜିଆ (କେନ୍ୟୁଜ ) : ଜଳୁଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟର ୧୩ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର ୮ଟି ପଏଣ୍ଟରେ ନିଆଁ ଲାଗିଛି । ଦକ୍ଷିଣ ଶିମିଳିପାଳର ୫ଟି ପଏଣ୍ଟରେ ଜଳୁଛି ଜଙ୍ଗଲ । ତାଳ ବନ୍ଦ ଓ ଡୁକୁରା ରେଞ୍ଜରେ ନିଆଁ ଲାଗିଥିବା RCCFର ସୂଚନା । ନିଆଁ କୁ ଆୟତ୍ତ କରିବା ପାଇଁ ବନ ବିଭାଗ ଚେଷ୍ଟା କରୁଥିଲେବି ନିଆଁ କୁ ଆୟତ୍ତ କରିପାରି ନାହାନ୍ତି ।

ବନ ବିଭାଗ କର୍ମଚାରୀ ଗୋଟିଏ ସ୍ଥାନରେ ନିଆଁ ଲିଭେଇ ଆସିଲା ପରେ ଆଉ ଗୋଟିଏ ସ୍ଥାନରେ ନିଆଁ ଲାଗୁଛି । ଦିନ ବେଳେ ନିଆଁ ଲାଗିବା ସଂଖ୍ୟା ବୃଦ୍ଧି ପାଉଛି । ଶିମିଳିପାଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଯୋଗୁଁ ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକ ଧୂଆଁମୟ ହୋଇଯାଇଛି । ସେପଟେ ନିଆଁ ଲାଗିବା ଯୋଗୁଁ ବିପଦରେ ବନ୍ୟଜନ୍ତୁ । ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ପୋଡି ଯାଉଛି । ନିଆଁ ଲିଭାଇବା ପାଇଁ ବନବିଭାଗର କର୍ମଚାରୀମାନେ ନିୟୋଜିତ ଥିଲେ ବି ନିଆଁ କୁ ଆୟତ୍ତ କରାଯାଇପାରି ନାହିଁ । ଜଙ୍ଗଲରେ ନିଆଁ ଲାଗିବା ମନୁଷ୍ୟକୃତ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.