ଲଞ୍ଚ୍‌ ହେଲା ହିରୋର ଇ-ସାଇକେଲ୍‌, ଜାଣନ୍ତୁ ଏହାର ଦାମ୍‌ ଏବଂ ଫିଚର

ଲୋକମାନେ ବର୍ତ୍ତମାନ ଧୀରେ ଧୀରେ ଇଲେକ୍ଟ୍ରିକ ଗାଡ଼ି ପ୍ରତି ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ମଧ୍ୟ ବିଭିନ୍ନ ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରୁଛନ୍ତି। ଲୋକଙ୍କ ମଧ୍ୟରେ ଇଲେକ୍ଟ୍ରିଚାଳିତ ଯାନର କ୍ରେଜ୍‌କୁ ଦେଖି ହିରୋ ସାଇକେଲ ଏବେ ବ୍ୟାଟେରୀଚାଳିତ ସାଇକେଲ Lectro EHX20 ଲଞ୍ଚ କରିଛି।

ହିରୋ ଏହି ସାଇକେଲ୍‌କୁ ୟାମାହା (Yamaha) କମ୍ପାନୀ ସହ ମିଶି ନିର୍ମାଣ କରିଛି। ଥରେ ଫୁଲ୍‌ ଚାର୍ଜ ହେଲେ ଏହି ସାଇକେଲ୍‌ ୬୦ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ସେହିପରି ଏହି ସାଇକେଲ୍‌ ଘଣ୍ଟା ପ୍ରତି ୨୫ କିମି ଯାଇପାରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଏହି ବ୍ୟାଟେରୀଚାଳିତ ସାଇକେଲର ଦାମ୍‌ ୧.୩୦ ଲକ୍ଷ ଟଙ୍କା ରହିଛି।

Lectro EHX20 ର ମଟରକୁ ୟାମାହା ଇଲେକ୍ଟ୍ରିକ୍‌ ଡ୍ରାଇଭ ୟୁନିଟ୍‌ରୁ ଆମଦାନୀ କରାଯାଇଛି। ମାତ୍ର ହିରୋର ଗାଜିଆବାଦ ୟୁନିଟ୍‌ରେ ଏହାର ମ୍ୟାନୁଫ୍ୟାକ୍‌ଚର କରାଯାଇଛି। ଅନ୍ୟ ବ୍ୟାଟେରୀ ସାଇକେଲ୍‌ଠାରୁ ଏହାର ନିର୍ମାଣ ଭିନ୍ନଧରଣର। ଅନ୍ୟ ସାଇକେଲର ପଛପଟେ ମଟର ରହିଥିବା ବେଳେ ଏହାର ପ୍ୟାଡେଲ୍‌ ମଝିରେ ରହିଛି। ଏହା ଉଭୟ ମାନୁଆଲ ପ୍ୟାଡେଲିଂ ଓ ବ୍ୟାଟେରୀରେ ଚାଲିପାରିବ।

Lectro EHX20 ରେ ଟ୍ରିପଲ ସେନ୍‌ସର ଟେକ୍ନୋଲୋଜି (torque sensor, speed sensor  ଏବଂ crank sensor) ଦିଆଯାଇଛି। ଏହାର ବ୍ରେକିଂ ସିଷ୍ଟମ୍‌ ମଧ୍ୟ ବହୁତ ପାଓ୍ଵାରଫୁଲ୍‌। ଏହି ସାଇକେଲ୍‌ରେ ଡବଲ ଡିସ୍କ ରହିଛି। ସାଢ଼େ ୩ ଘଣ୍ଟା ଚାର୍ଜରେ ସାଇକେଲଟି ୬୦ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ଏଥିରେ ଡିଜିଟାଲ ଡିସ୍‌ପ୍ଲେ ମଧ୍ୟ ରହିଛି। ଏହି ଅତ୍ୟାଧୁନିକ ଡିସ୍‌ପ୍ଲେ ସାଇକେଲର ସ୍ପିଡ୍‌ ଓ ବ୍ୟାଟେରୀ ସମ୍ପର୍କରେ ସୂଚନା ଦେବ।