ଶୋଇବା ସମୟରେ ଆଖପାଖରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ ନହେଲେ ହୋଇପାରେ କ୍ଷତି

ଆମ ଘରେ ଥିବା ସମସ୍ତ ଜିନିଷ ବାସ୍ତୁଶାସ୍ତ୍ର ସହ ଜଡିତ । କିଛି ଜିନିଷ ଆମ ପାଇଁ ଶୁଭ ହୋଇଥିବା ବେଳେ ଆଉକିଛି ଆମପାଇଁ ଅଶୁଭ ହୋଇଥାଏ । ବାସ୍ତୁଶାସ୍ତରେ ଏହା ମଧ୍ୟ କୁହାଯାଇଛି ଯେ କେଉଁ ଜିନିଷକୁ କେଉଁଠି ରଖିବା ଠିକ ହୋଇଥାଏ । ବାସ୍ତୁଶାସ୍ତ୍ରରେ ଏପରି କିଛି ଜିନିଷ ରହିଛି ଯାହାକୁ ଶୋଇବା ସମୟରେ ନିଜ ପାଖରେ ରଖିବା ଅନୁଚିତ । ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।

ପର୍ସ

wallet

ରାତିରେ ଶୋଇବା ସମୟରେ କେବେବି ପର୍ସକୁ ନିଜ ପାଖରେ ରଖନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ପଇସା ସହ ସମ୍ବନ୍ଧିତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ଘଣ୍ଟା

Image result for watch and phone keep side bed image

କୌଣସି ପ୍ରକାରର ଗ୍ୟାଜେଟ ଯେପରିକି ଘଣ୍ଟା, ମୋବାଇଲ ଫୋନ ଇତ୍ୟାଦି ନିଜ ପାଖରେ ରଖି ଶୋଇବା ଅନୁଚିତ । ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ରାତିରେ ବାରମ୍ବାର ଆପଣଙ୍କ ନିଦ ଭାଙ୍ଗିବାର ସମ୍ଭାବନା ରହିଥାଏ ।

ଜୋତା

slipper

ଶୋଇବା ସମୟରେ କେବେ ବି ନିଜ ପାଦ ପାଖରେ ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ । ଏହାଦ୍ୱାରା ରାତିରେ ଭୟଙ୍କର ସ୍ୱପ୍ନ ଆସିଥାଏ ।

ବହି

books

କିଛି ଲୋକମାନଙ୍କୁ ରାତିରେ ପଢି ପଢି ଶୋଇବାର ଅଭ୍ୟାସ ହୋଇଯାଇଥାଏ । ନିଜର ଅନେକ ବହି କିମ୍ବା ଖାତା ସେମାନେ ମୁଣ୍ଡ ପାଖେ ରଖି ଶୋଇଥାନ୍ତି କିନ୍ତୁ ଏପରି କରିବା ଉଚିତ ନୁହେଁ । ଏହାକୁ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.