Categories: ମନୋରଂଜନ

ଦିନେ ଥିଲେ ବଲିଉଡର ହିଟ୍ ଅଭିନେତ୍ରୀ, ଏବେ ଦେଖାଯାଉଛନ୍ତି ଏମିତି. . . . .

ବଲିଉଡର ବହୁ ଚର୍ଚ୍ଚିତ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀଙ୍କୁ ପ୍ରାୟତଃ ଅନେକ ଲୋକ ମନେପକାନ୍ତି। କିନ୍ତୁ ଏମିତି କିଛି ସମୟ ଥିଲା ଯେଉଁ ସମୟରେ ସେ ମଧ୍ୟ ଅନ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରେ ଟପ୍ ରେ ରହିଥିଲେ। କଣ ଆପଣମାନେ ଜାଣିଛନ୍ତି କି ମିନାକ୍ଷୀ ଯେତେବେଳେ ୧୭ ବର୍ଷ ବୟସର ହୋଇଥିଲେ ସେହି ସମୟରେ ତାଙ୍କୁ ମିସ୍ ଇଣ୍ଡିଆରେ ଚୟନ କରାଯାଇଥିଲା। ସେହି ସମୟରେ ସେ ଶଶିକଲା ଶେଷାଦ୍ରୀ ନାମରେ ପରିଚିତ ଥିଲେ। ମିସ୍ ଇଣ୍ଡିଆ ହେବା ପରେ ଖବର କାଗଜରେ ତାଙ୍କର ଫଟୋ ବାହାରିଥିଲା। ଏହି ଫଟୋରେ ଫିଲ୍ମ ନିର୍ମାତା ମନୋଜ କୁମାରଙ୍କ ନଜର ପଡିବା ପରେ ସେ ତାଙ୍କର ଆସୁଥିବା ନୂଆ ଫିଲ୍ମ ‘ପେଣ୍ଟର ବାବୁ’ରେ ମିନାକ୍ଷୀଙ୍କୁ ହିରୋଇନ କରିବା ପାଇଁ ସ୍ଥିର କରିଥିଲେ। ମିନାକ୍ଷୀଙ୍କ ବାସ୍ତବ ନାମ ଶଶିକଳା ରହିଥିଲା, କିନ୍ତୁ ଏହି ନାମରେ ତାଙ୍କ ପୂର୍ବରୁ ଅନ୍ୟ ଜଣେ ଅଭିନେତ୍ରୀ ପରିଚିତ ଥିଲେ। ଏହି କାରଣରୁ ବଲିଉଡରେ ତାଙ୍କ ନା ମିନାକ୍ଷୀ ଶେଷାଦ୍ରୀ ନାମରେ ପରିଚିତ।

‘ପେଣ୍ଟର ବାବୁ’ ଫିଲ୍ମ ଫ୍ଲପ ହେବା ପରେ ତାଙ୍କର ହିନ୍ଦୀ ଫିଲ୍ମ କରିବାର ଆଶା ଭାଙ୍ଗିଯାଇଥିଲା। ଏହାପରେ ସେ ବଲିଉଡ ଇଣ୍ଡଷ୍ଟ୍ରି ଛାଡ଼ିବା ପାଇଁ ମଧ୍ୟ ସ୍ଥିର କରିଥିଲେ। କିନ୍ତୁ ସେହି ସମୟରେ ସୈମାନ ସୁବାଷ ଘାଇ ନିଜ ଫିଲ୍ମର ‘ହିରୋ’ ପାଇଁ ହିରୋଇନ ଖୋଜୁଥିବା ସମୟରେ ସେ ମିନାକ୍ଷୀଙ୍କୁ ତାଙ୍କ ଫିଲ୍ମରେ ହିରୋଇନ କରିବା ପାଇଁ ସ୍ଥିର କରିଥିଲେ। ଏହି ଫିଲ୍ମରେ ଅଭିନୟ କରିବା ପାଇଁ କିନ୍ତୁ ମିନାକ୍ଷୀ ରାଜି ହୋଇନଥିଲେ। କିନ୍ତୁ ସୁବାଷ ଘାଇ ତାଙ୍କୁ ଖୁବ୍ ନିବେଦନ କରିବା ପରେ ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ।

୧୯୮୩ ମସିହାରେ ରିଲିଜ ହୋଇଥିବା ‘ହିରୋ’ ଫିଲ୍ମ ବ୍ଲକବଷ୍ଟର ସାବିତ ହୋଇଥିଲା। ଏହାଳ ପରେ ମିନାକ୍ଷୀ ଶେଷାଦ୍ରୀ ରାତା-ରାତି ମଧ୍ୟରେ ଷ୍ଟାର ହୋଇଯାଇଥିଲେ। ୩୨ ବର୍ଷ ପୂର୍ବରୁ ‘ହିରୋ’ ଫିଲ୍ମ ବକ୍ସ ଅଫିସ୍ ରେ ୧୩ କୋଟି ରୁ ଅଧିକ ଟଙ୍କା ରୋଜଗାର କରିଥିଲା। ସେହି ସମୟରେ କେବଳ ଅମିତାଭ ବଚ୍ଚନଙ୍କ ଫିଲ୍ମ ଏପରି ରୋଜଗାର କରିପାରୁଥିଲା। ଏହାପରେ ମିନାକ୍ଷୀ ଅମିତାଙ ବଚ୍ଚନଙ୍କ ସହ ଫିଲ୍ମରେ ଅଭିନୟ କରିଥିଲେ।

ଅମିତାଭ ଏବଂ ମିନାକ୍ଷୀଙ୍କ ଯୋଡି ଫିଲ୍ମ ପରଦାରେ ସୁପରହିଟ୍ ହୋଇଥିଲା। ଶେହେନଶାହା ଫିଲ୍ମ ପରେ ଅମିତାଭ ଏବଂ ମିନାକ୍ଷୀ ମିଶି ‘ଗଙ୍ଗା, ଯମୁନା, ସରସ୍ବତୀ’, ‘ତୁଫାନ’ ଏବଂ ‘ଅକେଲା’ ଏହି ସବୁ ଫିଲ୍ମରେ ଅଭିନୟ କରିଥିଲେ।
୮୦ ଶତକରେ ଶ୍ରୀଦେବୀଙ୍କୁ ଟକ୍କର ଦେବା ଭଳି ଜଣେ ହିଁ ଦମଦାର୍ ନାୟିକା ଥିଲେ, ସେ ହେଉଛନ୍ତି ମିନାକ୍ଷୀ ଶେଷାଦ୍ରୀ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

3 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

14 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

27 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

30 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

50 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago