ମନୋରଂଜନ

କିଆରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଜଓ୍ଵାନୀ’ର ସିନ୍‌ କାହିଁକି କାଟିଲା ସେନସର୍‌ ବୋର୍ଡ, ଆପତ୍ତି କଣ ଥିଲା ଜାଣନ୍ତୁ

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଏବେ ନିଜ ଆଗାମୀ ଫିଲ୍ମ ‘ଇନ୍ଦୁ କି ଜଓ୍ଵାନୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ କିଆରାଙ୍କ ବିପକ୍ଷରେ ଆଦିତ୍ୟ ସିଲ୍‌ ନଜର ଆସିବେ। କରୋନା ମହାମାରୀ ମଧ୍ୟରେ ଏହି ଫିଲ୍ମ ସିନେମା ହଲ୍‌ରେ ରିଲିଜ୍‌ ହେବ। କୁହାଯାଉଛି ଯେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ (ସିବିଏଫ୍‌ସି) ଏହି ଫିଲ୍ମ ଉପରେ କଇଁଚି ଚଳାଇଛି।

ରିପୋର୍ଟ ମୁତାବକ, ସିବିଏଫ୍‌ସି ଫିଲ୍ମର କେତେକ ଡାଇଲଗ୍‌ରେ ପରିବର୍ତ୍ତନ କରିବାକୁ କହିଛି। ବୋର୍ଡ ‘ହାରାମଜାଦା’ ଶବ୍ଦକୁ ‘ଆତଙ୍କବାଦୀ’ ଶବ୍ଦରେ ପରିବର୍ତ୍ତିତ କରିଛି। ଏଭଳି ଆଉ କେତେକ ଡାଇଲଗ୍‌କୁ ବି ବୋର୍ଡ ତରଫରୁ ପରବର୍ତ୍ତନ କରାଯାଇଛି।

ପ୍ରକାଶ ଯେ ଫିଲ୍ମ ‘ଇନ୍ଦୁ କି ଜଓ୍ଵାନୀ’ ରକାହାଣୀ ଗାଜିୟାବାଦର ଏକ ଝିଅ ଇନ୍ଦିରା ଗୁପ୍ତାର ଜୀବନୀକୁ ନେଇ ତିଆରି ହୋଇଛି। ଇନ୍ଦିରା ଭୂମିକାରେ କିଆରା ଆଡଭାନୀ ଅଭିନୟ କରିଛନ୍ତି। ଇନ୍ଦୁ ନିଜ ବେଷ୍ଟ ଫ୍ରେଣ୍ଡ ମଲ୍ଲିକା ଦୁଆରଙ୍କ ପରାମର୍ଶରେ ଡେଟିଂ ଆପ୍‌ ଜରିଆରେ ବୟଫ୍ରେଣ୍ଡ ଖୋଜୁଛି। ସେଥିରେ ସେ ଜଣେ ପାକିସ୍ତାନୀ ଯୁବକଙ୍କ ସହ ବନ୍ଧୁତା କରୁଛି। ଉକ୍ତ ଯୁବକ ଭୂମିକାରେ ଆଦିତ୍ୟ ସିଲ ଅଭିନୟ କରୁଛନ୍ତି। ଏହା ପରେ ଫିଲ୍ମରେ ବିଭିନ୍ନ ପ୍ରକାରର ଟ୍ଵିଷ୍ଟ୍‍ ଆସୁଛି।

ସୂଚନାଯୋଗ୍ୟ ଯେ ଫିଲ୍ମଟି ଜୁନ୍‌ ୫ରେ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଏହାକୁ ରୋକି ଦିଆଯାଇଥିଲା। ଏଣୁ ଚର୍ଚ୍ଚା ହେଉଥିଲା ଯେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍‌ ହେବ। କିନ୍ତୁ ନିକଟରେ ଫିଲ୍ମ ନିର୍ମାତା ଘୋଷଣା କରିଥିଲେ ଯେ ଦର୍ଶକ ଏହି ସିନେମାକୁ ସିଧାସଳଖ ଫିଲ୍ମ ହଲରେ ହିଁ ଦେଖିପାରିବେ। ଡିସେମ୍ବର ୧୧ରେ ଫିଲ୍ମଟି ପରଦାକୁ ଆସିବ।

WCW 11

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

7 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

32 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

41 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago