ସ୍ପେଶାଲ

ମା’ଙ୍କୁ ନେଇ ଦୁନିଆ ବୁଲୁଛି ପୁଅ, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଏବେ ସୋସିଆଲ ମିଡିଆରେ ଗୋଟିଏ ଭାରତୀୟ ମା’-ପୁଅଙ୍କ ଯୋଡ଼ିର ଫଟୋ ଜୋରସୋରରେ ଭାଇରାଲ ହେଉଛି । ଏହି ମା’ ଓ ପୁଅ ବିଶ୍ୱ ଭ୍ରମଣ କରୁଛନ୍ତି। ସେମାନେ ବିଭିନ୍ନ ସ୍ଥାନ ବୁଲିବା ବେଳର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯୁବ ବ୍ୟବସାୟୀ ଶରତ କ୍ରିଷ୍ଣନ ତାଙ୍କ ମା’ ଗୀତାଙ୍କ ସହ ଏହି ସବୁ ଫଟୋ ସେୟାର କରୁଛନ୍ତି।

ସୋସିଆଲ ମିଡିଆରେ ଏହି ମା’-ପୁଅଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରୁଛନ୍ତି। କାରଣ ବର୍ତ୍ତମାନ ସମୟରେ ଲୋକଙ୍କ ପାଖରେ ବୁଢ଼ା ବାପମା’ଙ୍କ ପାଇଁ ସମୟ ନାହିଁ। ଏବେ ସମସ୍ତେ ଏକକ ପରିବାରରେ ରହୁଥିବାରୁ ସ୍ତ୍ରୀ ପିଲାଙ୍କ ସହ ସମୟ କାଟୁଛନ୍ତି। ବିଭିନ୍ନ ଆଳ ଦେଖାଇ ବାପା-ମା’ଙ୍କ ପାଖକୁ ବି ଯାଉନାହାନ୍ତି। ଆଉ କିଏ ତ ବୁଢ଼ା ବାପା ମା’ଙ୍କୁ ଦାଣ୍ଡର ଭିକାରୀ ସଜାଇବାକୁ ପଛାଉ ନାହାନ୍ତି । ଏଭଳି ସ୍ଥିତିରେ ଶରତ ନିଜ ମା’ଙ୍କୁ ଧରି ଦେଶ ତଥା ଦୁନିଆର ବିଭିନ୍ନ ସ୍ଥାନ ବୁଲାଇ ଚାଲିଛନ୍ତି ।

ମା’ଙ୍କୁ ବିଭିନ୍ନ ସ୍ଥାନ ପରିଭ୍ରମଣ କରାଇବାର କାରଣ ମଧ୍ୟ ଶରତ ସେୟାର କରିଛନ୍ତି। ଶରତ କହିଛନ୍ତି ଥରେ ସେ ସ୍ୱପ୍ନରେ ଦେଖିଲେ ଯେ ସେ ମା’ଙ୍କ ହାତ ଧରି ବାରାଣସୀ ଘାଟରେ ଚାଲୁଛନ୍ତି ଓ ପଛରୁ ଭଜନର ଧୂନ୍ ଶୁଭୁଛି। କିନ୍ତୁ ଆଖି ଖୋଲିବା ପରେ ସେ ଜାଣିବାକୁ ପାଇଲେ ଯେ ସେ ନିଜ ଘର ଖଟରେ ହିଁ ଅଛନ୍ତି। କିନ୍ତୁ ତାଙ୍କୁ ଏକଥା ବିଶ୍ୱାସ ହେଲା ନାହିଁ। କାରଣ ତାଙ୍କୁ ବାରଣାସୀ ଘାଟରେ ହେଉଥିବା ହୋମ ଯଜ୍ଞର ବାସ୍ନା ହେଉଥିଲା।

ଏହା ପରେ ସେ ଉଠିଲେ ଓ ମା’ଙ୍କ ସହ ବାରଣାସୀ ଯିବାକୁ ବିମାନ ଟିକେଟ୍ ବୁକ୍ କଲେ। ତା’ ପରେ ମା’ଙ୍କୁ ରୋଷେଇ ଘରେ ଯାଇ କହିଲେ, ମା’ ମୁଁ ଟିକେଟ୍ ବୁକ୍ କରି ଦେଇଛି ଚାଲ ଯିବା। ତାଙ୍କ ମା’ ଗୀତା ରାଭଚନ୍ଦ୍ରନ୍‌ ପୁଅର ଏମିତି ଅଚାନକ ବାରଣାସୀ ଯିବା କଥାକୁ ସହଜରେ ବୁଝିପାରିଲେ ନାହିଁ। ଏଣୁ ସେ ମନା କରିଦେଲେ। କିନ୍ତୁ ଶରତଙ୍କ ଜିଦ୍ ଆଗରେ ତାଙ୍କୁ ହାର ମାନିବାକୁ ପଡ଼ିଥିଲା। ମାତ୍ର କିଛି ସମୟ ଭିତରେ ସେମାନେ ୩ ଦିନ ପାଇଁ ପୋଷାକପତ୍ର ଧରି ବିମାନ ବନ୍ଦର ବାହାରିଗଲେ ।

ଶରତ କହିଛନ୍ତି, ବିମାନରେ ବସିବା ଯାଏଁ ବି ସେ ବିଶ୍ୱାସ କରି ପାରିନଥିଲେ ଯେ ସେ ମା’ଙ୍କ ସହ ବାରାଣସୀ ବୁଲିବାକୁ ଯାଉଛନ୍ତି। ସନ୍ଧ୍ୟା ୭ଟା ଭିତରେ ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ। ଏହା ପରେ ତାଙ୍କ ମନୋବଳ ଦୃଢ଼ ହୋଇଥିଲା। ତା’ ପରଦିନ ସକାଳେ ସେ ସ୍ୱପ୍ନରେ ଦେଖିଥିବା ଦୃଶ୍ୟ ଭଳି ମା’ଙ୍କ ହାତ ଧରି ନଦୀ କୂଳରେ ଚାଲିଥିଲେ।

ଏନେଇ ଶରତଙ୍କ ମା’ ଗୀତା କହିଛନ୍ତି, ଏବେ ଆଉ ମୋ ପୁଅର କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁନି। କାରଣ ସେ ସବୁବେଳେ ଏମିତି। କିଛି ନ ଭାବି ନ ଚିନ୍ତି ସବୁବେଳେ ମୋତେ ନେଇ ବୁଲିବାକୁ ବାହାରେ। ଆମେ ଦୁହେଁ ଇତି ମଧ୍ୟରେ ଦିଲ୍ଲୀ, ଅମୃତସର, ଓ୍ଵାଘା ବର୍ଡର, ତିବ୍ଦତ, ନେପାଳ ବୁଲି ସାରିଲୁଣି। ମୁଁ କେବେ ଚିନ୍ତା ବି କରିନଥିଲି ୬୦ ବର୍ଷ ପରେ ଓ ଡାଇବେଟିଜ୍‌ରେ ପୀଡ଼ିତ ଥିଲେ ବି ମୁଁ ଏତେ ବୁଲି ପାରିବି ବୋଲି। ଏବେ ସେ ପୂର୍ବ ଅପେକ୍ଷା ଆହୁରି ଫିଟ୍ ଅଛନ୍ତି ଚାହୁଁଛନ୍ତି କି ତାଙ୍କ ଆୟୁଷ ଆଉ ଟିକେ ବଢ଼ିଯାଉ। ଫଳରେ ଆଉ କିଛି ଦିନ ବଞ୍ଚି ରହି ଅଧିକ ଦୁନିଆ ଦେଖିପାରିବେ।

ଏପଟେ ଶରତ କହିଛନ୍ତି ମା’ଙ୍କ ସହ ବୁଲିବା ବେଳେ ମୋତେ ସ୍ୱର୍ଗୀୟ ଅନୁଭବ ହୁଏ। ମୁଁ ମା’ଙ୍କ ସହ ବୁଲିବା ବେଳେ ତା’ଙ୍କୁ ଖୁସି ହେବାର ଦେଖେ ଓ ତାଙ୍କ ହସ ଦେଖି ମୁଁ ଆହୁରି ଖୁସି ହୁଏ। ଆମେ ପ୍ରତି ୩ ମାସରେ ଥରେ ବୁଲିବାକୁ ପ୍ଲାନ କରୁ। ମା’ଙ୍କ ସହ ଆହୁରି ନୂଆ ନୂଆ ଜାଗା ବୁଲିବାକୁ ସେ ଯୋଜନା କରିଥିବା କହିଛନ୍ତି ଶରତ।

WCW 11

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

5 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

12 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

20 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

22 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

30 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

55 mins ago