ମଧ୍ୟପ୍ରଦେଶ ପ୍ରଫେସର ସଞ୍ଜିବ ଶ୍ରୀବାସ୍ତବ ଓରଫ ‘ଡ୍ୟାନ୍ସିଂ ଅଙ୍କଲ’ ମାତ୍ର ଗୋଟିଏ ରାତି ମଧ୍ୟରେ ହୋଇଥିଲେ ପ୍ରସିଦ୍ଧ। ଗୋବିନ୍ଦାଙ୍କ ଭଳି ଏକ ବିବାହ ଉତ୍ସବରେ ନାଚିବା ଆଣିଦେଇଥିଲା ତାଙ୍କୁ ଲୋକପ୍ରିୟତା। ଖୁବ ଭାଇରାଲ ହେବା ପରେ ହଠାତ୍ କୁଆଡେ ଗାୟବ ହୋଇଯାଇଥିଲେ ଡ୍ୟାନ୍ସିଂ ଅଙ୍କଲ। ଭାଇରାଲ ହେବାର ପୁଣି ୧୦ ମାସ ପରେ ଏବେ ଫେରିଛନ୍ତି ଡ଼୍ୟାନ୍ସିଂ ଅଙ୍କଲ । ଏଥର କୌଣସି ଭାଇରାଲ ଭିଡିଓ ନୁହଁ ବରଂ ‘ଚାଚା ନାଚ’ ନାମକ ଏକ ମ୍ୟୁଜିକ୍ ଭିଡିଓରେ।
‘ଚାଚା ନାଚ’ ଭିଡିଓରେ ଡ୍ୟାନ୍ସିଂ ଅଙ୍କଲଙ୍କ ଦମଦାର ମୁଭ୍ ଦେଖିବାକୁ ମିଳିଛି। ଭିଡିଓଟି ମାର୍ଚ୍ଚ ୫ରେ ରିଲିଜ୍ ହୋଇଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ତାହାକୁ ୧,୪୮ଲକ୍ଷ ଲୋକ ଦେଖିସାରିଲେଣି। ଗୀତଟିକୁ ଗାୟକ ବେନି ଦୟାଲ ଗାଇଥିବା ବେଳେ ଏହାର ପ୍ରଯୋଜନା ଦାୟିତ୍ବରେ ଜସିମ୍ ରହିଛନ୍ତି।
ବିବାହରେ ନାଚ କରୁଥିବା ସମୟର ଏକ ଭିଡ଼ିଓ ଫେସବୁକ୍ ରେ ଶେୟାର ହେବା ପରେ ରାତାରାତି ଇଣ୍ଟରନେଟ୍ ରେ ଭାଇରାଲ ହୋଇଥିଲେ ସଂଞ୍ଜିବ ଶ୍ରୀବାସ୍ତବ ଓରଫ୍ ଡ଼ବୁ ଅଙ୍କଲ୍ । ତାଙ୍କ ନାଚକୁ ଗୋବିନ୍ଦାଙ୍କ ସହ ତୁଳନା କରାଯିବା ସହ ତାଙ୍କୁ ଅନେକ ଚଳଚ୍ଚିତ୍ର ଏବଂ ରିଆଲିଟି ସୋରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…