Categories: ମନୋରଂଜନ

ଆମୀର ଖାନଙ୍କ ଏହି ଧୋକା ଯୋଗୁଁ ଭାଙ୍ଗି ପଡିଥିଲେ ଦିବ୍ୟା ଭାରତୀ, ପରେ ନେଇଥିଲେ ଜବରଦସ୍ତ ପ୍ରତିଶୋଧ

୫୪ ତମ ଜନ୍ମଦିନ ପାଳନ କରୁଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ । ୟାଦୋଁ କି ବାରାତ୍ ମୁଭିରୁ ନିଜର ଡେବ୍ୟୁ ଆରମ୍ଭ କରିଥିବା ଆମୀରଙ୍କୁ ପରିଚୟ ମିଳିଥିଲା ଫିଲ୍ମ କୟାମତ ସେ କୟାମତ୍ ତକ ରୁ । ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ୨୫ ବର୍ଷରୁ ଅଧିକ ହେବ ରାଜୁତି କରୁଛନ୍ତି ଆମୀର । ତେବେ ଆମୀର ଖାନ୍ ଯେତିକି ନିଜର ଟ୍ୟାଲେଣ୍ଟ ପାଇଁ ପରିଚିତ ସେତିକି ନିଜର ରାଗ ପାଇଁ ମଧ୍ୟ ପ୍ରସିଦ୍ଧ । ସେ ଯାହା ଉପରେ ରାଗନ୍ତି ବାସ୍ ତାର ଆଉ କୌଣସି ରାସ୍ତା ନଥାଏ । ଆଜି ଆମୀର ଖାନଙ୍କ ଜନ୍ମଦିନ ଅବସରରେ ତାଙ୍କ ବିଷୟରେ କିଛି ଅଜଣା କଥା ଆମେ ଆପଣଙ୍କୁ କହିବୁ ।

ଆମୀର ଖାନଙ୍କ ରାଗର ଶିକାର ହୋଇ ସାରିଛନ୍ତି ଦିବ୍ୟା ଭାରତୀ । ଦିବ୍ୟା ଭାରତୀ ସେ ସମୟରେ ଜଣେ ଆଗଧାଡିର ନାୟିକା ଥିଲେ । ତଥାପି ଆମୀରଙ୍କ ରାଗରୁ ନିଜକୁ ରକ୍ଷା କରିପାରିନଥିଲେ ଦିବ୍ୟା । ଆଉ ପରିସ୍ଥିତି ଏପରି ହୋଇଥିଲା ଯେ କାନ୍ଦି ପକାଇଥିଲେ ସେ ।

ଘଟଣା ହେଉଛି ଲଣ୍ଡନରେ ହୋଇଥିବା ଏକ ଲାଇଭ ସୋ ର । ଏହି ସୋ ରେ ଏକ ଡ୍ୟାନ୍ସ ଆଇଟମରେ ଆମୀରଙ୍କ ପାର୍ଟନର୍ ଥିଲେ ଦିବ୍ୟା ଭାରତୀ । ହେଲେ ଡ୍ୟାନ୍ସ ସମୟରେ ଏକ ଷ୍ଟେପ୍ ଭୁଲିଯାଇଥିଲେ ଦିବ୍ୟା । ଏମିତି ଦେଖି ଆମୀର ଅନ୍ୟ ସବୁ ଗୀତରୁ ଦିବ୍ୟାଙ୍କ ସହ ପରଫର୍ମ କରିବାକୁ ମନା କରିଦେଲେ । ଆଉ ଦିବ୍ୟାଙ୍କ ପରିବର୍ତ୍ତେ ଜୁହି ଚାୱଲାଙ୍କୁ ନେଇଥିଲେ । ଏଥିରେ ଦିବ୍ୟା ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିଲେ । ଏବଂ କାନ୍ଦି ପକାଇଥିଲେ ।

ଦିବ୍ୟାଙ୍କ ଲୁହରେ ଆମୀର ତ ତରଳି ନଥିଲେ । କିନ୍ତୁ ସଲମାନ୍ ଏହାକୁ ସହି ପାରିନଥିଲେ । ଆଉ ଦିବ୍ୟାଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସଲମାନ୍ ପାଦରେ ଆଘାତ ଲାଗିଥିବା ସହ ଥକିଯାଇଥିଲେ ମଧ୍ୟ ଦିବ୍ୟା ଭାରତୀଙ୍କ ସହ ପରଫର୍ମ କରିଥିଲେ । ଏହି ସୋ ପରେ ପୁଣି ଥରେ ବାଥରୁମରେ ଖୁବ୍ ଜୋର ଜୋରରେ କାନ୍ଦିଥିଲେ ଦିବ୍ୟା । ଆଉ ଏହି ଘଟଣାକୁ କେବେ ଭୁଲିପାରିନଥିଲେ ଦିବ୍ୟା ଭାରତୀ ।

ଏହା ପରେ ଫିଲ୍ମ ଡର୍ ପାଇଁ ଆମୀର ଖାନ୍ ଏବଂ ଦିବ୍ୟା ଭାରତୀଙ୍କୁ ନେବା ପାଇଁ ଚାହିଁଥିଲେ ୟଶ୍ ଚୋପ୍ରା । କିନ୍ତୁ ଦିବ୍ୟାଙ୍କ ରାଗିଥିବାରୁ ଏହି ଫିଲ୍ମରୁ ତାଙ୍କୁ ଆଉଟ୍ କରାଇଦେଇଥିଲେ ଆମୀର । ଆଉ ତାଙ୍କ ସ୍ଥାନରେ ଜୁହିଙ୍କୁ ନେଇଥିଲେ । ପରେ ଆମୀରଙ୍କ ଅତ୍ୟଧିକ ଆଟିଟ୍ୟୁଡ୍ ଯୋଗୁଁ ୟଶ୍ ଡରରୁ ବାହାର କରିଦେଇଥିଲେ । ଲଣ୍ଡନ ଲାଇଭ୍ ପରଫର୍ମରେ ଆମୀରଙ୍କ ସହ ହୋଇଥିବା ବିବାଦକୁ ଭୁଲି ଯାଇଥିଲେ ଦିବ୍ୟା । କିନ୍ତୁ ପୁଣି ଥରେ ଡରରୁ ଆଉଟ୍ କରାଇଦେଇଥିବାରୁ ଦିବ୍ୟାଙ୍କ ମନରେ ଜଳିଥିଲା ପ୍ରତିଶୋଧର ନିଆଁ ।

ଆଉ ଏହି ପ୍ରତିଶୋଧ ନେଇଥିଲେ ଫିଲ୍ମ ଦିୱାନାରେ । ଫିଲ୍ମରେ ପ୍ରଥମେ ଅରମାନ କୋହଲୀଙ୍କୁ ସାଇନ୍ କରାଯାଇଥିଲା । ଫିଲ୍ମର କିଛି ଭାଗ ସୁଟିଂ ସରିବା ପରେ କୌଣସି କାରଣରୁ ଅରମାନ୍ ଫିଲ୍ମ ଛାଡି ଦେଇଥିଲେ । ଏହା ପରେ ଆମୀରଙ୍କୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଉ ଏହି ସମୟରେ ଆମୀରଙ୍କ ଧୋକାର ଉତ୍ତର ଦେବା ପାଇଁ ଗୋଟି ଚାଳନା କରିଥିଲେ ଦିବ୍ୟା ଭାରତୀ । ଆମୀରଙ୍କ ସ୍ଥାନରେ ନେଇଥିଲେ ଶାହାରୁଖଙ୍କୁ । ଏହି ଭଳି ଭାବେ ଆମୀରଙ୍କଠୁ ନିଜ ପ୍ରତିଶୋଧ ନେଇଥିଲେ ଦିବ୍ୟା ଭାରତୀ ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

16 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

25 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

60 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago