Categories: ରାଜ୍ୟ

ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ , ୫ ଡକାୟତ ଗିରଫ ହେବା ସହିତ ପିସ୍ତଲ , ବୋମା ଏବଂ ମାରାଣାସ୍ତ୍ର ଜବତ

ବ୍ରହ୍ମପୁର(କେନ୍ୟୁଜ୍) : ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ଲାଗି ବ୍ରହ୍ମପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ ଜାରୀ ରହିଛି । ଏହି କ୍ରମରେ ଗତ କାଲି ବିଳମ୍ୱିତ ରାତିରେ ପୋଲିସ ପେଟ୍ରୋଲିଂ କରିବା ବେଳେ ପୋଲିସ ହାତରେ ପଡିଛନ୍ତି ୫ ଜଣ ଡକାୟତ ଗ୍ୟାଙ୍ଗର ସଦସ୍ୟ । ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ କିଛି ଯୁବକ ସନ୍ଦେହ ଜନକ ଭାବେ ଥିବା ନେଇ କୌଣସି ସୂତ୍ରରୁ ଗୋଷାଣୀନୂଆଗାଁ ଥାନା ପୋଲିସ ଖବର ପାଇଥିଲା । ପରେ ପୋଲିସ ଟିମ୍ ଚଢାଉ କରିବା ପରେ ଘଟଣା ସ୍ଥଳରେ ୫ ଜଣ ଯୁବକକୁ କାବୁ କରିଥିବା ବେଳେ ସେମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ୩ଟି ଖଣ୍ଡା, ନଗତ ୪ଶହ ୮୦ ଟଙ୍କା, ଦୁଇଟି ମୋଟର ସାଇକେଲ ଓ ଦୁଇଟି ଅଫୁଟା ବୋମା ଜବତ ହୋଇଛି ।

ପୋଲିସ ସମସ୍ତ ଡକାୟତଙ୍କୁ କାବୁ କରି ଜେରା କରିବା ପରେ ଜଣାପଡିଥିଲା ଯେ ଜାତୀୟ ରାଡପଥ କଡ଼ରେ ଥିବା ବିଦେଶୀ ମଦ ଦୋକାନରୁ ଡକାୟତି କରିବା ଲାଗି ଏମାନେ ଯୋଜନା କରୁଥିଲେ। ପୋଲିସ ସଠିକ୍ ସମୟରେ ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହେବା ସହ ସମସ୍ତ ଡକାୟତିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଡକାୟତଙ୍କ ନାଁରେ ବ୍ରହ୍ମପୁରର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆଜି ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଗୋଷାଣୀନୂଆଗାଁ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଟାଉନ ଏସଡିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

18 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

27 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago