ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ , ୫ ଡକାୟତ ଗିରଫ ହେବା ସହିତ ପିସ୍ତଲ , ବୋମା ଏବଂ ମାରାଣାସ୍ତ୍ର ଜବତ

ବ୍ରହ୍ମପୁର(କେନ୍ୟୁଜ୍) : ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ଲାଗି ବ୍ରହ୍ମପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ ଜାରୀ ରହିଛି । ଏହି କ୍ରମରେ ଗତ କାଲି ବିଳମ୍ୱିତ ରାତିରେ ପୋଲିସ ପେଟ୍ରୋଲିଂ କରିବା ବେଳେ ପୋଲିସ ହାତରେ ପଡିଛନ୍ତି ୫ ଜଣ ଡକାୟତ ଗ୍ୟାଙ୍ଗର ସଦସ୍ୟ । ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ କିଛି ଯୁବକ ସନ୍ଦେହ ଜନକ ଭାବେ ଥିବା ନେଇ କୌଣସି ସୂତ୍ରରୁ ଗୋଷାଣୀନୂଆଗାଁ ଥାନା ପୋଲିସ ଖବର ପାଇଥିଲା । ପରେ ପୋଲିସ ଟିମ୍ ଚଢାଉ କରିବା ପରେ ଘଟଣା ସ୍ଥଳରେ ୫ ଜଣ ଯୁବକକୁ କାବୁ କରିଥିବା ବେଳେ ସେମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ୩ଟି ଖଣ୍ଡା, ନଗତ ୪ଶହ ୮୦ ଟଙ୍କା, ଦୁଇଟି ମୋଟର ସାଇକେଲ ଓ ଦୁଇଟି ଅଫୁଟା ବୋମା ଜବତ ହୋଇଛି ।

arrest ପୋଲିସ ସମସ୍ତ ଡକାୟତଙ୍କୁ କାବୁ କରି ଜେରା କରିବା ପରେ ଜଣାପଡିଥିଲା ଯେ ଜାତୀୟ ରାଡପଥ କଡ଼ରେ ଥିବା ବିଦେଶୀ ମଦ ଦୋକାନରୁ ଡକାୟତି କରିବା ଲାଗି ଏମାନେ ଯୋଜନା କରୁଥିଲେ। ପୋଲିସ ସଠିକ୍ ସମୟରେ ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହେବା ସହ ସମସ୍ତ ଡକାୟତିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଡକାୟତଙ୍କ ନାଁରେ ବ୍ରହ୍ମପୁରର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆଜି ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଗୋଷାଣୀନୂଆଗାଁ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଟାଉନ ଏସଡିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.