Below header

ଆମୀର ଖାନଙ୍କ ଏହି ଧୋକା ଯୋଗୁଁ ଭାଙ୍ଗି ପଡିଥିଲେ ଦିବ୍ୟା ଭାରତୀ, ପରେ ନେଇଥିଲେ ଜବରଦସ୍ତ ପ୍ରତିଶୋଧ

୫୪ ତମ ଜନ୍ମଦିନ ପାଳନ କରୁଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ । ୟାଦୋଁ କି ବାରାତ୍ ମୁଭିରୁ ନିଜର ଡେବ୍ୟୁ ଆରମ୍ଭ କରିଥିବା ଆମୀରଙ୍କୁ ପରିଚୟ ମିଳିଥିଲା ଫିଲ୍ମ କୟାମତ ସେ କୟାମତ୍ ତକ ରୁ । ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ୨୫ ବର୍ଷରୁ ଅଧିକ ହେବ ରାଜୁତି କରୁଛନ୍ତି ଆମୀର । ତେବେ ଆମୀର ଖାନ୍ ଯେତିକି ନିଜର ଟ୍ୟାଲେଣ୍ଟ ପାଇଁ ପରିଚିତ ସେତିକି ନିଜର ରାଗ ପାଇଁ ମଧ୍ୟ ପ୍ରସିଦ୍ଧ । ସେ ଯାହା ଉପରେ ରାଗନ୍ତି ବାସ୍ ତାର ଆଉ କୌଣସି ରାସ୍ତା ନଥାଏ । ଆଜି ଆମୀର ଖାନଙ୍କ ଜନ୍ମଦିନ ଅବସରରେ ତାଙ୍କ ବିଷୟରେ କିଛି ଅଜଣା କଥା ଆମେ ଆପଣଙ୍କୁ କହିବୁ ।

ଆମୀର ଖାନଙ୍କ ରାଗର ଶିକାର ହୋଇ ସାରିଛନ୍ତି ଦିବ୍ୟା ଭାରତୀ । ଦିବ୍ୟା ଭାରତୀ ସେ ସମୟରେ ଜଣେ ଆଗଧାଡିର ନାୟିକା ଥିଲେ । ତଥାପି ଆମୀରଙ୍କ ରାଗରୁ ନିଜକୁ ରକ୍ଷା କରିପାରିନଥିଲେ ଦିବ୍ୟା । ଆଉ ପରିସ୍ଥିତି ଏପରି ହୋଇଥିଲା ଯେ କାନ୍ଦି ପକାଇଥିଲେ ସେ ।

salman khan aamir khan_divya bhartiଘଟଣା ହେଉଛି ଲଣ୍ଡନରେ ହୋଇଥିବା ଏକ ଲାଇଭ ସୋ ର । ଏହି ସୋ ରେ ଏକ ଡ୍ୟାନ୍ସ ଆଇଟମରେ ଆମୀରଙ୍କ ପାର୍ଟନର୍ ଥିଲେ ଦିବ୍ୟା ଭାରତୀ । ହେଲେ ଡ୍ୟାନ୍ସ ସମୟରେ ଏକ ଷ୍ଟେପ୍ ଭୁଲିଯାଇଥିଲେ ଦିବ୍ୟା । ଏମିତି ଦେଖି ଆମୀର ଅନ୍ୟ ସବୁ ଗୀତରୁ ଦିବ୍ୟାଙ୍କ ସହ ପରଫର୍ମ କରିବାକୁ ମନା କରିଦେଲେ । ଆଉ ଦିବ୍ୟାଙ୍କ ପରିବର୍ତ୍ତେ ଜୁହି ଚାୱଲାଙ୍କୁ ନେଇଥିଲେ । ଏଥିରେ ଦିବ୍ୟା ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିଲେ । ଏବଂ କାନ୍ଦି ପକାଇଥିଲେ ।

ଦିବ୍ୟାଙ୍କ ଲୁହରେ ଆମୀର ତ ତରଳି ନଥିଲେ । କିନ୍ତୁ ସଲମାନ୍ ଏହାକୁ ସହି ପାରିନଥିଲେ । ଆଉ ଦିବ୍ୟାଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସଲମାନ୍ ପାଦରେ ଆଘାତ ଲାଗିଥିବା ସହ ଥକିଯାଇଥିଲେ ମଧ୍ୟ ଦିବ୍ୟା ଭାରତୀଙ୍କ ସହ ପରଫର୍ମ କରିଥିଲେ । ଏହି ସୋ ପରେ ପୁଣି ଥରେ ବାଥରୁମରେ ଖୁବ୍ ଜୋର ଜୋରରେ କାନ୍ଦିଥିଲେ ଦିବ୍ୟା । ଆଉ ଏହି ଘଟଣାକୁ କେବେ ଭୁଲିପାରିନଥିଲେ ଦିବ୍ୟା ଭାରତୀ ।

Divya Bhartiଏହା ପରେ ଫିଲ୍ମ ଡର୍ ପାଇଁ ଆମୀର ଖାନ୍ ଏବଂ ଦିବ୍ୟା ଭାରତୀଙ୍କୁ ନେବା ପାଇଁ ଚାହିଁଥିଲେ ୟଶ୍ ଚୋପ୍ରା । କିନ୍ତୁ ଦିବ୍ୟାଙ୍କ ରାଗିଥିବାରୁ ଏହି ଫିଲ୍ମରୁ ତାଙ୍କୁ ଆଉଟ୍ କରାଇଦେଇଥିଲେ ଆମୀର । ଆଉ ତାଙ୍କ ସ୍ଥାନରେ ଜୁହିଙ୍କୁ ନେଇଥିଲେ । ପରେ ଆମୀରଙ୍କ ଅତ୍ୟଧିକ ଆଟିଟ୍ୟୁଡ୍ ଯୋଗୁଁ ୟଶ୍ ଡରରୁ ବାହାର କରିଦେଇଥିଲେ । ଲଣ୍ଡନ ଲାଇଭ୍ ପରଫର୍ମରେ ଆମୀରଙ୍କ ସହ ହୋଇଥିବା ବିବାଦକୁ ଭୁଲି ଯାଇଥିଲେ ଦିବ୍ୟା । କିନ୍ତୁ ପୁଣି ଥରେ ଡରରୁ ଆଉଟ୍ କରାଇଦେଇଥିବାରୁ ଦିବ୍ୟାଙ୍କ ମନରେ ଜଳିଥିଲା ପ୍ରତିଶୋଧର ନିଆଁ ।

ଆଉ ଏହି ପ୍ରତିଶୋଧ ନେଇଥିଲେ ଫିଲ୍ମ ଦିୱାନାରେ । ଫିଲ୍ମରେ ପ୍ରଥମେ ଅରମାନ କୋହଲୀଙ୍କୁ ସାଇନ୍ କରାଯାଇଥିଲା । ଫିଲ୍ମର କିଛି ଭାଗ ସୁଟିଂ ସରିବା ପରେ କୌଣସି କାରଣରୁ ଅରମାନ୍ ଫିଲ୍ମ ଛାଡି ଦେଇଥିଲେ । ଏହା ପରେ ଆମୀରଙ୍କୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଉ ଏହି ସମୟରେ ଆମୀରଙ୍କ ଧୋକାର ଉତ୍ତର ଦେବା ପାଇଁ ଗୋଟି ଚାଳନା କରିଥିଲେ ଦିବ୍ୟା ଭାରତୀ । ଆମୀରଙ୍କ ସ୍ଥାନରେ ନେଇଥିଲେ ଶାହାରୁଖଙ୍କୁ । ଏହି ଭଳି ଭାବେ ଆମୀରଙ୍କଠୁ ନିଜ ପ୍ରତିଶୋଧ ନେଇଥିଲେ ଦିବ୍ୟା ଭାରତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.