ଦେହ ଘୋଡାଅ ନହେଲେ ଫ୍ଲାଇଟ୍ ଛାଡ, କ୍ରପ୍ ଟପ୍ ପିନ୍ଧିଥିବାରୁ ମହିଳା ଯାତ୍ରୀଙ୍କୁ ଭିତରକୁ ଛାଡିଲାନି ଏୟାରଲାଇନ୍ସ

ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି । ଥୋମାସ୍ କୁକ୍ ଏୟାରଲାଇନ୍ସ ଜଣେ ମହିଳାଙ୍କୁ କେବଳ ଏଥିପାଇଁ ଯାତ୍ରା କରିବାକୁ ମନାକଲେ କାରଣ ସେ କ୍ରପ୍ ଟପ୍ ପିନ୍ଧିଥିଲେ । ମହିଳା ଜଣଙ୍କ ବର୍ମିଂଘମରୁ କେନେରୀ ଆଇଲ୍ୟାଣ୍ଡ ଯାଉଥିଲେ । ମହିଳା ଜଣଙ୍କ ଏହି ବାବଦରେ ସୋସିଆଲ ମିଡିଆରେ ନିଜର ଆକ୍ରୋଶ ଦେଖାଇଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଘଟଣା ପ୍ରଚାର ହେବା ପରେ ଏୟାରଲାଇନ୍ସ ନିଜର ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିଛି ।

ମାମଲା ୧୨ ମାର୍ଚ୍ଚର ଅଟେ । ୨୧ ବର୍ଷିୟ ଏମିଲି ଓ’କାନନୋର୍ ଯାତ୍ରା କରିବା ପାଇଁ ଫ୍ଳାଇଟ୍ ନିକଟକୁ ଯାଇଥିଲେ । ଯେତେବେଳେ ସେ ଫ୍ଳାଇଟ୍ ମଧ୍ୟକୁ ପ୍ରବେଶ କଲେ ସେତେବେଳେ ଥୋମାସ୍ କୁକ୍ ଏୟାରଲାଇନ୍ସର ଷ୍ଟାଫ୍ ତାଙ୍କୁ କ୍ରପ୍ ଟପ୍ ଏବଂ ହାଇୱେଷ୍ଟ ପ୍ୟାଣ୍ଟ ପିନ୍ଧିଥିବା ନେଇ ବାରଣ କରିଥିଲେ ଏବଂ ସେସବୁ ବଦଳାଇବା କିମ୍ବା ଶରୀରକୁ ଢାଙ୍କିବା ପାଇଁ କହିଥିଲେ । ଏୟାରଲାଇନ୍ସ ଷ୍ଟାପଙ୍କ କହିବା କଥାଥିଲା କି ମହିଳା ଜଣଙ୍କ ପୋଷାକ ବହୁତ ଅଶାଳୀନ ଥିଲା । ଫ୍ଳାଇଟ୍ ଷ୍ଟାପ୍ ଏମିଲିଙ୍କୁ ଖୋଲାଖୋଲି କହିଲେ କି ସେ ପୋଷାକକୁ ବଦଳାଇ ଦିଅନ୍ତୁ ନଚେତ୍ ଫ୍ଳାଇଟରୁ ବାହାରକୁ ଚାଲିଯାଆନ୍ତୁ ।

ମାଇକ୍ରୋ ବ୍ଳଗିଙ୍ଗ୍ ସାଇଟ୍ ଟ୍ବିଟରରେ ଏମିଲି ନିଜ ସହିତ ହୋଇଥିବା ଏହି ଲଜ୍ଜାଜନକ ଘଟଣା ସମ୍ପର୍କରେ ଜଣାଇଥିଲେ। ଏମିଲି ଲେଖିଥିଲେ କି, ଏହା ମୋ ଜୀବନର ସବୁଠାରୁ ଲିଙ୍ଗଭେଦୀ,ଭୂଲ୍,ଲଜ୍ଜାଜନକ ଅନୁଭବ ଅଟେ । ସେହି ଲୋକମାନେ ମତେ ଏବଂ ମୋ ଜିନିଷ ପତ୍ରକୁ ବାହାରକୁ ବାହାର କରିଦେବା ପାଇଁ ପ୍ରୟାସ କରିବାରେ ଲାଗିଥିଲେ ।


ମୁଁ ମୋ ସହଯାତ୍ରୀ ମାନଙ୍କୁ ମୋ ଡ୍ରେସ୍ ସମ୍ପର୍କରେ ପଚାରିଥିଲି ଯେଉଁଥିରେ କେହିବି କିଛି ଆପତ୍ତି କରିନଥିଲେ । କେବଳ ସେଠାରେ ଥିବା ଜଣେ ବ୍ୟକ୍ତି ମତେ ଜୋର ପାଟି କରି କହିଥିଲେ କି ଚୁପଚାର ପାଟି ବନ୍ଦ କର ଏବଂ ଏହି ଡ୍ରେସ ଉପରେ ଗୋଟେ ଜ୍ୟାକେଟ ପିନ୍ଧିଦିଅ । ଉକ୍ତ ବ୍ୟକ୍ତି ଜଣଙ୍କ ମୋ ସହ ଏପରି ପାଟି କରି କହିବା ଠିକ୍ ନଥିଲା ତଥାପି ଏହାକୁ କେହି ବିରୋଧ କରିନଥିଲେ,ପାଖରେ ଥିବା ଫ୍ଳାଇଟର ଷ୍ଟାପ୍ ମାନେ ମଧ୍ୟ ନୁହେଁ ।

ଏମିଲି କହିଛନ୍ତି କି ତାଙ୍କ ସହ ଏସବୁ ହେଉଥିବାର ଦେଖି ତାଙ୍କ ସହିତ ଆସିଥିବା ତାଙ୍କର ଜଣେ କଜନ୍ ତାଙ୍କ ଜ୍ୟାକେଟ୍ କାଢି ଏମିଲିଙ୍କୁ ପିନ୍ଧିବାକୁ ଦେଇଥିଲେ ଯାହାକୁ ଏମିଲି ଇଚ୍ଛା ନଥିବା ସତ୍ବେ ପିନ୍ଧିଥିଲେ । ଏହାସହ ଜ୍ୟାକେଟ ନପିନ୍ଧିବା ପର୍ଯ୍ୟନ୍ତ ପ୍ଲାଇଟ୍ ର ଷ୍ଟାଫ୍ ମାନେ ସେମିତି ତାଙ୍କ ପାଖରେ ଛିଡାହୋଇ ରହିଥିଲେ ।

Leave A Reply

Your email address will not be published.