ମନୋରଂଜନ

“ତାରକା ମେହେତା କା ଉଲ୍ଟା ଚଷମା”ରେ ଦୟାବେନଙ୍କ ଚରିତ୍ରରେ ନଜର ଆସିବେକି ଆଉ କେହି ଅଭିନେତ୍ରୀ !

ଟେଲିଭିଜନ ଜଗତରେ “ତାରକ ମେହେତା କା ଉଲଟା ଚଷମା” ଏମିତି ଏକ ଶୋ ଯାହାର ପ୍ରତିଟି ଚରିତ୍ର ଲୋକଙ୍କ ହୃଦୟରେ ରାଜ କରନ୍ତି । ଏହି ଶୋ’ ରେ ଦୟାବେନ ଚରିତ୍ର ଦର୍ଶକ ମାନଙ୍କର ସବୁଠାରୁ ପ୍ରିୟ । ଏହି ଚରିତ୍ରକୁ ଅଭିନେତ୍ରୀ ଦିଶା ବକାନି ଏମିତି ଭାବେ ନିଭେଇଛନ୍ତି ଯେ ଏହା ଯେମିତି ଲୋକଙ୍କ ଭିତରେ ଏକ ଅଲଗା ଛାପ ଛାଡି ଦେଇଛି । କିନ୍ତୁ ଅନ୍ୟ ପକ୍ଷରେ ଦିଶା ବକାନି ଦୟା ବେନଙ୍କ ଚରିତ୍ରରେ ଦୀର୍ଘ ସମୟ ଧରି ଦେଖାଯାଇ ନାହାନ୍ତି । ଫ୍ୟାନ୍ସ ମାନେ ଖୁବ ଉତ୍ସାହର ସହିତ ତାଙ୍କ ଶୋ’ କୁ ଫେରିବାକୁ ନେଇ ଅପେକ୍ଷା କରିଛନ୍ତି । ଆଉ ଏଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ।

କିଛି ଦିନ ତଳେ ଏମିତି ଏକ ଖବର ସାମ୍ନାକୁ ଆସିଥିଲାକି ମେକର୍ସ ମାନେ ଦିଶାଙ୍କୁ ଶୋ’ କୁ ଫେରେଇ ଆଣିବା ପାଇଁ ଜୋରଦାର ଚେଷ୍ଟା ଚଳାଇଛନ୍ତି । କିନ୍ତୁ କୋଭିଡ କାରଣରୁ ଏଥିରେ କିଛିଟା ବିଳମ୍ବ ହୋଇଛି । ଦର୍ଶକ ମାନେ ଦୟାବେନଙ୍କୁ ଦେଖିବାକୁ ଖୁବ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ଆଉ ଏ ଭିତରେ ପ୍ରଯୋଜକ ଅସିତ କୁମାର ମୋଦି ଘୋଷଣା କରିଛନ୍ତିକି ଖୁବ ଶୀଘ୍ର ଦୟାବେନଙ୍କ ଚରିତ୍ର ଶୋ’ ରେ ଫେରିବାକୁ ଯାଉଛି । କିନ୍ତୁ ଦୟାବେନଙ୍କ ଚରିତ୍ରରେ କେଉଁ ଅଭିନେତ୍ରୀ ଅଭିନୟ କରିବେ ସେନେଇ କୌଣସି ପ୍ରକାର ଖୁଲାସା ହୋଇପାରିନାହିଁ ।

ଶୋ’ ର ପ୍ରଯୋଜକ ଏକ ସମ୍ବାଦପତ୍ର ସହିତ କଥା ବାର୍ତ୍ତା କରୁଥିବା ସମୟରେ ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି ସେ ଏଯାଏଁ ବି ଜାଣିନାହାନ୍ତି ଦିଶା ଆପଣଙ୍କ ଚରିତ୍ରକୁ ଫେରିବାକୁ ଯାଉଛନ୍ତି ନା ନାହିଁ । ସେ ଏହା ବି କହିଛନ୍ତିଯେ ଏବେ ବି ଦିଶାଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି । ଆମେ ଗୋଟିଏ ପରିବାର ଭଳି ଚଳୁଛୁ । କିନ୍ତୁ ସେ ବି ବିବାହ କରିବା ପରେ ତାଙ୍କର ଗୋଟେ ବେବି ବି ହୋଇସାରିବା ପରେ ତାଙ୍କ ଦାୟିତ୍ୱ କିଛିଟା ବଢିଯାଇଛି । ତେଣୁ ସେ ଏବେ କଁ ନିଷ୍ପତ୍ତି ନେବେ ତାହା ତାଙ୍କ ଉପରେ ହିଁ ନିର୍ଭର କରେ । କିନ୍ତୁ ଯିଏ ବି ଅଭିନୟ କରନ୍ତୁ ନା କାହିଁକି ଆପଣଙ୍କୁ ସମାନ ପରି ଲାଗିବ ।

ଆଉ ଏକ ଦୃଷ୍ଟିରୁ ଦେଖିଲେ ଶୋ’ ରୁ ଶୈଳେଶ ଲୋଢା ଛାଡୁଥିବା ବେଳେ ଏବେ ମୁନମୁନ ଦତ୍ତା ବି ଶୋକୁ ଅଲବିଦ କହିବାକୁ ଯାଉଛନ୍ତି ।

KNews Bureau

Recent Posts

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

10 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

22 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

34 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago