Categories: ମନୋରଂଜନ

ସୋସିଆଲ ମିଡିଆରେ ଭାଇଜାନ୍‌ ଙ୍କୁ ଧମକ୍‌, ଜାଣନ୍ତୁ କଣ କହିଲା ବିଷ୍ଣୋଇ ସମାଜ

ବଲିଉଡ୍ ର ଦବଙ୍ଗ ସଲମାନ ଖାନ୍‌ ଆସନ୍ତା ୨୭ ସେପ୍ଟେମ୍ବରରେ ଜିଲ୍ଲା ଏବଂ ଦୌରା କୋର୍ଟ ଯୋଧପୁରରେ ଉପସ୍ଥିତ ହେବା ପୂର୍ବରୁ ସୋସିଆଲ ମିଡିଆରେ ଜଣେ ଦୁର୍ବୃତ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଫେସବୁକ୍‌ ରେ ‘ସୋପୁ ଗ୍ରୁପ୍‌’ ନା ରେ ଗୋଟିଏ ଗ୍ରୁପ୍‌ ରହିଥିଲା। ଏହି ଗ୍ରୁପ୍‌ରେ ଗ୍ୟାରି ସୁଟର୍ନାମକ ଜଣେ ଦୁର୍ବୃତ୍ତ ଏହି ପୋଷ୍ଟ୍ କରିଛନ୍ତି। ଏହି ପୋଷ୍ଟରେ ୟୁଜର ଜଣକ ଲେଖିଛନ୍ତି- ‘ସଲମାନ ତୁ ଭାରତୀୟ ଆଇନରୁ ବଞ୍ଚିଯାଇପାରୁ, କିନ୍ତୁ ବିଷ୍ଣୋଇ ସମାଜ ଏବଂ ସୋପୁ ପାର୍ଟିର ଆଇନ୍ ତୋତେ ମୃତ୍ୟୁର ଦଣ୍ଡ ଶୁଣାଇ ସାରିଛି। ସୋପୁ ଅଦାଲତରେ ତୁ ଦୋଷୀ।’

ଏହାସହ ପଢନ୍ତୁ: ବିଗ୍‌ ବସ୍‌-୧୩ ରେ କାହାର ପୋଲ୍‌ ଖୋଲିବାରେ ନଜର ଆସିବେ ଅମିଷା ପଟେଲ, ଦେଖନ୍ତୁ ପ୍ରୋମୋ ଭିଡିଓ

୧୯୯୮ ମସିହାରେ ଯୋଧପୁରର କଙ୍କଣୀ ଅଞ୍ଚଳରେ ହିନ୍ଦି ଫିଲ୍ମ “ହମ୍ ସାଥ୍ ସାଥ୍ ହେ”ର ସୁଟିଂ ଚାଲୁଥିବା ବେଳେ ସଲ୍ମାନ ଖାନ୍ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ଅଛି। ଆଉ ବିଷ୍ଣୋଇ ସମାଜ କୃଷ୍ଣସାର ମୃଗଙ୍କୁ ପୂଜା କରୁଥିବାରୁ ସେମାନେ ସଲମାନଙ୍କୁ ଘୋର ବିରୋଧ କରୁଛନ୍ତି। ତେବେ ସଲମାନଙ୍କ ସହିତ ଏହି ଫିଲ୍ମରେ ଅଭିନୟ କରୁଥିବା ସୋନାଲି ବେନ୍ଦ୍ରେ, ସେଫ୍ ଅଲ୍ଲୀ ଖାନ୍, ତବୁ ଓ ନୀଲମ୍ ମଧ୍ୟ ଏହି ଘଟଣାରେ ଅଭିଯୁକ୍ତ ଅଛନ୍ତି। ରିପୋର୍ଟ ଅନୁଯାୟୀ ଆସନ୍ତା ୨୭ ତାରିଖରେ ଯୋଧପୁର କୋର୍ଟରେ ସଲମାନଙ୍କ ବେଲ୍‌ ର ଶୁଣାଣି ହେବ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

13 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

22 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

57 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago