ସୋସିଆଲ ମିଡିଆରେ ଭାଇଜାନ୍ ଙ୍କୁ ଧମକ୍, ଜାଣନ୍ତୁ କଣ କହିଲା ବିଷ୍ଣୋଇ ସମାଜ
ବଲିଉଡ୍ ର ଦବଙ୍ଗ ସଲମାନ ଖାନ୍ ଆସନ୍ତା ୨୭ ସେପ୍ଟେମ୍ବରରେ ଜିଲ୍ଲା ଏବଂ ଦୌରା କୋର୍ଟ ଯୋଧପୁରରେ ଉପସ୍ଥିତ ହେବା ପୂର୍ବରୁ ସୋସିଆଲ ମିଡିଆରେ ଜଣେ ଦୁର୍ବୃତ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଫେସବୁକ୍ ରେ ‘ସୋପୁ ଗ୍ରୁପ୍’ ନା ରେ ଗୋଟିଏ ଗ୍ରୁପ୍ ରହିଥିଲା। ଏହି ଗ୍ରୁପ୍ରେ ଗ୍ୟାରି ସୁଟର୍ନାମକ ଜଣେ ଦୁର୍ବୃତ୍ତ ଏହି ପୋଷ୍ଟ୍ କରିଛନ୍ତି। ଏହି ପୋଷ୍ଟରେ ୟୁଜର ଜଣକ ଲେଖିଛନ୍ତି- ‘ସଲମାନ ତୁ ଭାରତୀୟ ଆଇନରୁ ବଞ୍ଚିଯାଇପାରୁ, କିନ୍ତୁ ବିଷ୍ଣୋଇ ସମାଜ ଏବଂ ସୋପୁ ପାର୍ଟିର ଆଇନ୍ ତୋତେ ମୃତ୍ୟୁର ଦଣ୍ଡ ଶୁଣାଇ ସାରିଛି। ସୋପୁ ଅଦାଲତରେ ତୁ ଦୋଷୀ।’
ଏହାସହ ପଢନ୍ତୁ: ବିଗ୍ ବସ୍-୧୩ ରେ କାହାର ପୋଲ୍ ଖୋଲିବାରେ ନଜର ଆସିବେ ଅମିଷା ପଟେଲ, ଦେଖନ୍ତୁ ପ୍ରୋମୋ ଭିଡିଓ
୧୯୯୮ ମସିହାରେ ଯୋଧପୁରର କଙ୍କଣୀ ଅଞ୍ଚଳରେ ହିନ୍ଦି ଫିଲ୍ମ “ହମ୍ ସାଥ୍ ସାଥ୍ ହେ”ର ସୁଟିଂ ଚାଲୁଥିବା ବେଳେ ସଲ୍ମାନ ଖାନ୍ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ଅଛି। ଆଉ ବିଷ୍ଣୋଇ ସମାଜ କୃଷ୍ଣସାର ମୃଗଙ୍କୁ ପୂଜା କରୁଥିବାରୁ ସେମାନେ ସଲମାନଙ୍କୁ ଘୋର ବିରୋଧ କରୁଛନ୍ତି। ତେବେ ସଲମାନଙ୍କ ସହିତ ଏହି ଫିଲ୍ମରେ ଅଭିନୟ କରୁଥିବା ସୋନାଲି ବେନ୍ଦ୍ରେ, ସେଫ୍ ଅଲ୍ଲୀ ଖାନ୍, ତବୁ ଓ ନୀଲମ୍ ମଧ୍ୟ ଏହି ଘଟଣାରେ ଅଭିଯୁକ୍ତ ଅଛନ୍ତି। ରିପୋର୍ଟ ଅନୁଯାୟୀ ଆସନ୍ତା ୨୭ ତାରିଖରେ ଯୋଧପୁର କୋର୍ଟରେ ସଲମାନଙ୍କ ବେଲ୍ ର ଶୁଣାଣି ହେବ।