ଦେଶର ସବୁଠାରୁ ବଡ ରାବଣ, ନିର୍ମାଣ ପାଇଁ ୪୦ କାରିଗରଙ୍କୁ ଲାଗିଲା ୬ମାସ ସମୟ
ଚଣ୍ଡିଗଡ଼(କେନ୍ୟୁଜ୍): ଦେଶର ସବୁଠାରୁ ଉଚ୍ଚ ରାବଣ। ଯାହାକୁ ଦେଖିବାକୁ ମିଳିବ ଦଶହରା ଦିନ । ତାହାପୁଣି ଚଣ୍ଡିଗଡ଼ରେ । ଏହି ବଡ ରାବଣକୁ ଚଣ୍ଡିଗଡ଼ରେ ପୋଡ଼ାଯିବା । ଏହି ରାବଣର ଉଚ୍ଚତା ପ୍ରାୟ ୨୨୧ ଫୁଟ ରହିଥିବାବେଳେ ଏହା ଧନାସ ଅଞ୍ଚଳରେ ପୋଡ଼ା ଯିବ ବୋଲି ସୂଚନା ମିଳିଛି । ଏହି ରାବଣ ପୁତ୍ତଳିକାକୁ ତିଆରି କରିବା ପାଇଁ ପାଖାପାଖି ୪୦ଜଣ କାରିଗର ଲାଗିଥିଲେ। ଏହି କାମ ଶେଷ କରିବାକୁ ୪୦ କାରିଗରଙ୍କୁ ୬ମାସ ସମୟ ଲାଗିଥିଲା। ଏହି ରାବଣପୋଡ଼ି ଇକୋ ଫ୍ରେଣ୍ଡଲି ହେବ । ଏଥିରେ ଲାଗିଥିବା ବାଣ ଶବ୍ଦ ତ କରିବ କିନ୍ତୁ ବାୟୁମଣ୍ଡଳକୁ ପ୍ରଦୂଷିତ କରିବ ନାହିଁ। ରାବଣ ଧରିଥିବା ଖଣ୍ଡାର ଉଚ୍ଚତା ୫୫ଫୁଟ ରହିଥିବା ବେଳେ ଓଜନ ୨ କୁଇଣ୍ଟାଲ ରହିଛି।
ଏହାସହ ପଢନ୍ତୁ:
ପିଓକେରେ ପାଦ ତଳୁ ଖସିଗଲା ମାଟି, ୧୯ ମୃତ ଶହେରୁ ଅଧିକ ଆହତ
ରାବଣର ଏହି ବିଶାଳ ପୁତ୍ତଳିକା ଆମ୍ବାଲାର ବରାଡାରେ ବସବାସ କରୁଥିବା ତେଜିନ୍ଦର ଚୌହ୍ଵାନ୍ ପ୍ରସ୍ତୁତ କରିଛନ୍ତି । ଚୌହ୍ଵାନ୍ଙ୍କ ନାମ ‘ଲିମ୍କା ବୁକ୍ ଅଫ୍ ଦ ରେକର୍ଡସ୍’ରେ ପୂର୍ବରୁ ରହି ସାରିଛି। ଏହି ରାବଣର ପୁତ୍ତଳିକା ବହୁତ ବଡ । ରାବଣର ନିଶର ଲମ୍ବ ୨୪ଫୁଟ ରହିଥିବା ବେଳେ ଜୋତାର ଉଚ୍ଚତା ୪୦ ଫୁଟ ରହିଛି। ବାଉଁଶ ଓ ଲୁହା ସାହାଯ୍ୟରେ ଏହି ରାବଣ ପୁତ୍ତଳିକାକୁ ତିଆରି କରାଯାଇଛି। ଦୀପାବଳି ପୂର୍ବରୁ ଏହି ରାବଣ ପୁତ୍ତଳିକାକୁ ଜଳାଯିବାର ଯୋଜନା ରହିଛି।