Below header

କିଏ ହେବେ ବିଜେଡି ବିଜେପୁର ପ୍ରାର୍ଥୀ? ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦଳର ପ୍ରଚାର ରଣନୀତି ଓ ପ୍ରାର୍ଥୀ ଚୟନ ନେଇ ହୋଇଛି ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍):ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର କସରତ । କିଏ ହେବେ ଦଳର ବିଜେପୁର ପ୍ରାର୍ଥୀ । ସେଥିପାଇଁ ନବୀନ ନିବାସରେ ପୁଣି ଥରେ ବୈଠକ ବସି ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦଳର ପ୍ରଚାର ରଣନୀତି ଓ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରାଯାଇଛି । ନେତା ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ନିର୍ବାଚନ ପ୍ରଚାରକୁ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୩୦ ତାରିଖରେ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିବେ । ଏନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ବିଜେପୁର ମୁଖ୍ୟମନ୍ତ୍ରୀଙ୍କ ଆସନ ଥିଲା,ତାହା ବଜାୟ ରଖିବୁ ବୋଲି ସାଂସଦ କହିଛନ୍ତି। ସମନ୍ଵୟ କମିଟିକୁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଦିଆଯାଇଛି। ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ରେସ୍‌ରେ ଆଗରେ ଅଛନ୍ତି ରୀତା ସାହୁ । ରୀତାଙ୍କ ବ୍ୟତୀତ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ ବିଜେଡିରୁ ପ୍ରାର୍ଥୀ ପାଇଁ ଆଶାୟୀ ଅଛନ୍ତି । ହେଲେ ଚୂଡାନ୍ତ ନିଷ୍ପତ୍ତି ଦଳ ସୁପ୍ରିମୋ ନେବେ । ଖୁବ୍‌ଶୀଘ୍ର ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ଆଜିର ବୈଠକରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାସ, ପ୍ରଫୁଲ୍ଲ ମଲ୍ଲିକ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, କଳିକେଶ ସିଂହଦେଓ ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.