୬ ମାସ ପାଇଁ ତିଆରି ହୋଇଥିବା ମଙ୍ଗଳଯାନ ମିଶନକୁ ପୂରିଲା ୫ବର୍ଷ

ଗତ କାଲି ମଙ୍ଗଳବାର ଦିନ ମଙ୍ଗଳଯାନ ମିଶନକୁ ୫ ବର୍ଷ ପୂରଣ ହୋଇସାରିଛି। ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂଗଠନର ଅଧ୍ୟକ୍ଷ କେ. ଶିବନ କହିଛନ୍ତି ଆରମ୍ଭ ସମୟରେ ଯେଉଁ ମିଶନ କେବଳ ୬ମାସ ପାଇଁ ଥିଲା, ତାହା ମଙ୍ଗଳରେ ପରିକ୍ରମା ପାଇଁ ୫ ବର୍ଷ ପୁରା କରିସାରିଛି। ଗତ ୫ ବର୍ଷରେ ମାର୍ସ ଓରବାଇଟର୍‌ ମିଶନ ଇସ୍ରୋକୁ ଓରବାଇଟର୍‌ ରୁ ମିଳିଥିବା ଦୃଶ୍ୟରୁ ମାରଟିଆନ ଆଟଲାସ୍‌ ତିଆରି କରିବାରେ ସାହାଯ୍ୟ କରିଥିଲା। ବର୍ତ୍ତମାନ ମଧ୍ୟ ଏହା କାମ କରିବା ସହ ବାରମ୍ବାର ଫଟୋ ପଠାଉଛି। ଅଧିକାରୀଙ୍କ କହିବା ଅନୁଯାୟୀ ମାର୍ସ ଓରବାଇଟର୍‌ ବର୍ତ୍ତମାନ ପଯ୍ୟର୍ନ୍ତ ଦୁଇଟି ଟେରାବାଇଟ୍‌ ର ଏକ ହଜାର ଫଟୋ ପଠାଇସାରିଛି।

MARSମଙ୍ଗଳଯାନ ୨ ବିଷୟରେ ପଚାରାଯିବାରୁ ଶିବନ କହିଥିଲେ ଏହି ଦିଗରେ କାମ କରୁଥିଲେ ମଧ୍ୟ କୌଣସି ନିଷ୍ପତି ହୋଇନାହିଁ। ରିପୋର୍ଟ ଅନୁଯାୟୀ ମଙ୍ଗଳଯାନର ସଫଳତା ଏହିକାରଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏହାର ମୂଲ୍ୟ ବହୁତ କମ ଥିଲା। ଏହାର ମୂଲ୍ୟ ହଲିଉଡ୍‌ ଫିଲ୍ମ ‘ଗ୍ରାଭିଟି’ ଏବଂ ନାସାର ମାେଓ୍ଵନ ଓରବାଇଟର୍‌ ଠାରୁ ଖୁବ୍‌ କମ ଥିଲା।

ଏହାସହ ପଢନ୍ତୁ: ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ଧାର ହେବାରେ ଲାଗିଛି, ମିଶନ୍‌ ଚନ୍ଦ୍ରାୟନ-୨କୁ ନେଇ କ୍ଷୀଣ ହୋଇଛି ଇସ୍ରୋର ଆଶା

ଏହି ମିଶନ ୫ ନଭେମ୍ବର ୨୦୧୩ ରେ ମଙ୍ଗଳଯାତ୍ରାରେ ପଠାଯାଇଥିଲା। ଏହାପରେ ମଙ୍ଗଳଯାନ ୨୪ ସେପ୍ଟେମ୍ବର ୨୦୧୪ ରେ ମଙ୍ଗଳ କକ୍ଷରେ ପହଞ୍ଚି ଇତିହାସ ରଚିଥିଲା। ଭାରତ ନିଜର ପ୍ରଥମ ପ୍ରୟାସରେ ମଙ୍ଗଳରେ ପହଞ୍ଚିବାରେ ପ୍ରଥମ ଦେଶ ହୋଇଥିବାରୁ ମଙ୍ଗଳଯାନର ସଫଳତା ଐତିହାସିକ ହୋଇଥିଲା। ମଙ୍ଗଳରେ ପହଞ୍ଚିବା ପାଇଁ ଆମେରିକା ଏବଂ ପୂର୍ବ ସୋଭିଏତ୍‌ ସଂଘ ଭଳି ଦେଶକୁ ଅନେକ ପ୍ରୟାସ ପରେ ସଫଳତା ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.