Categories: ମନୋରଂଜନ

ରାକ୍ଷୀଙ୍କ ବିବାହ ପରେ ମୁହଁ ଖୋଲିଲେ ଦୀପକ କଲାଲ, କହିଲେ ୪ କୋଟି ଟଙ୍କା ଫେରାଅ ନଚେତ୍ . . . . . .

କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ରାକ୍ଷୀ ନିଜର କୌଣସି ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ ବରଂ ଦୀପକ କଲାଲଙ୍କ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ରାକ୍ଷୀଙ୍କର ଗୁପଚୁପ୍ ବିବାହ କରିବାର ଖବର ଶୁଣିବା ପରେ ଦୀପକ କଲାଲ ରାକ୍ଷୀଙ୍କ ପ୍ରତି ନିଜର କ୍ରୋଧ ପ୍ରକାଶ କରିଛନ୍ତି। ରାକ୍ଷୀଙ୍କ ବିବାହକୁ ନେଇ ଆଶ୍ଚର୍ଯ୍ୟ ଥିବା ଦୀପକ କଲାଲ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଦୀପକଙ୍କର ଏହି ଭିଡିଓକୁ ମଧ୍ୟ ରାକ୍ଷୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ରାକ୍ଷୀ ସାୱନ୍ତ ଲୁଚି ବିବାହ କରିଥିବାରୁ ଦୀପକ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି। ଭିଡିଓରେ ଦୀପକ ଏହା ମଧ୍ୟ କହିଛନ୍ତି ରାକ୍ଷୀ ତାଙ୍କୁ ବିବାହ କରିବା ପାଇଁ ଶପଥ କରିଥିଲେ। ଯେଉଁକାରଣରୁ ସେ ରାକ୍ଷୀଙ୍କୁ ୪ କୋଟି ଟଙ୍କା ଦେଇଥିଲେ।

ରାଗରେ ଦୀପକ ଏହା ମଧ୍ୟ କହିଛନ୍ତି ରାକ୍ଷୀ ଯେଉଁ ମଙ୍ଗଳସୂତ୍ର ଦେଖାଉଛନ୍ତି ଏହା ସେହି ମଙ୍ଗଳସୂତ୍ର। ଯାହା ପୁରା ମିଡିଆ ସାମ୍ନାରେ ମୋ ପାଇଁ ଫାସୀର ଦୌଡି ଥିଲା। ଏବଂ ବର୍ତ୍ତମାନ ଯୋଉ ତୁମେ ଲୁଚି ବିବାହ କରିଛ, ପୂର୍ବରୁ ତୁମେ ମିଡିଆ ସାମ୍ନାରେ କଣ କହୁଥିଲ ଦୀପକ କଲାଲଙ୍କୁ ବିବାହ କରିବ। ଏହିକାରଣରୁ ମୁଁ ତୁମକୁ ଚାରି କୋଟି ଟଙ୍କା ଦେଇଛି। କିନ୍ତୁ ତୁମେ କଣ କଲ ଦୀପକ କଲାଲଙ୍କ ଟଙ୍କା ଖାଇଗଲ। ରାକ୍ଷୀ ଯଦି ତୁମେ ଚାରି ଦିନ ମଧ୍ୟରେ ମୋ ଟଙ୍କା ନଫେରାଅ ତେବେ ତୁମ ଲାଇଫ୍ ଖରାପ କରିଦେବି କହିଛନ୍ତି ଦୀପକ।

ଏହାସହ ପଢନ୍ତୁ: ବରୁଣ ଧଓ୍ଵନ ନିଜ ପିଲାଦିନର ବନ୍ଧୁଙ୍କୁ ଗୋପନରେ କଲେ ନିର୍ବନ୍ଧ

ଏହି ଭିଡିଓ ରାକ୍ଷୀ ସୋସିଆଲ ମିଡିଆରେ ସେୟାର ତ କରିଛନ୍ତି କିନ୍ତୁ ଏହି ବିଷୟରେ ନିଜର କୌଣସି ରାୟ ଦେଇନାହାନ୍ତି ରାକ୍ଷୀ। ରିପୋର୍ଟ ଅନୁଯାୟୀ ୨୮ ଜୁଲାଇରେ ରାକ୍ଷୀ ସାୱନ୍ତ ମୁମ୍ବାଇର JW Marriott ହୋଟେଲରେ ଗୁପଚୁପ୍ ବିବାହ କରିଥିଲେ। ପୂର୍ବରୁ ଏହି ସିକ୍ରେଟ ୱେଣ୍ଡିଂକୁ ରାକ୍ଷୀ ବ୍ରାଇଡାଲ ଫଟୋସୁଟ୍ କହିବା ପରେ ପୁଣି ଥରେ NRI ବ୍ୟବସାୟୀଙ୍କୁ ବିବାହ କରିବା କଥା ଖୁଲାସା କରି ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ। ରାକ୍ଷୀ ନିଜର ହନିମୁନ୍ ଏବଂ ବ୍ରାଇଡାଲ ଫଟୋସୁଟ୍ ର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

33 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

47 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago