ରାକ୍ଷୀଙ୍କ ବିବାହ ପରେ ମୁହଁ ଖୋଲିଲେ ଦୀପକ କଲାଲ, କହିଲେ ୪ କୋଟି ଟଙ୍କା ଫେରାଅ ନଚେତ୍ . . . . . .

କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ରାକ୍ଷୀ ନିଜର କୌଣସି ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ ବରଂ ଦୀପକ କଲାଲଙ୍କ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ରାକ୍ଷୀଙ୍କର ଗୁପଚୁପ୍ ବିବାହ କରିବାର ଖବର ଶୁଣିବା ପରେ ଦୀପକ କଲାଲ ରାକ୍ଷୀଙ୍କ ପ୍ରତି ନିଜର କ୍ରୋଧ ପ୍ରକାଶ କରିଛନ୍ତି। ରାକ୍ଷୀଙ୍କ ବିବାହକୁ ନେଇ ଆଶ୍ଚର୍ଯ୍ୟ ଥିବା ଦୀପକ କଲାଲ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଦୀପକଙ୍କର ଏହି ଭିଡିଓକୁ ମଧ୍ୟ ରାକ୍ଷୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ରାକ୍ଷୀ ସାୱନ୍ତ ଲୁଚି ବିବାହ କରିଥିବାରୁ ଦୀପକ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି। ଭିଡିଓରେ ଦୀପକ ଏହା ମଧ୍ୟ କହିଛନ୍ତି ରାକ୍ଷୀ ତାଙ୍କୁ ବିବାହ କରିବା ପାଇଁ ଶପଥ କରିଥିଲେ। ଯେଉଁକାରଣରୁ ସେ ରାକ୍ଷୀଙ୍କୁ ୪ କୋଟି ଟଙ୍କା ଦେଇଥିଲେ।

rakhiରାଗରେ ଦୀପକ ଏହା ମଧ୍ୟ କହିଛନ୍ତି ରାକ୍ଷୀ ଯେଉଁ ମଙ୍ଗଳସୂତ୍ର ଦେଖାଉଛନ୍ତି ଏହା ସେହି ମଙ୍ଗଳସୂତ୍ର। ଯାହା ପୁରା ମିଡିଆ ସାମ୍ନାରେ ମୋ ପାଇଁ ଫାସୀର ଦୌଡି ଥିଲା। ଏବଂ ବର୍ତ୍ତମାନ ଯୋଉ ତୁମେ ଲୁଚି ବିବାହ କରିଛ, ପୂର୍ବରୁ ତୁମେ ମିଡିଆ ସାମ୍ନାରେ କଣ କହୁଥିଲ ଦୀପକ କଲାଲଙ୍କୁ ବିବାହ କରିବ। ଏହିକାରଣରୁ ମୁଁ ତୁମକୁ ଚାରି କୋଟି ଟଙ୍କା ଦେଇଛି। କିନ୍ତୁ ତୁମେ କଣ କଲ ଦୀପକ କଲାଲଙ୍କ ଟଙ୍କା ଖାଇଗଲ। ରାକ୍ଷୀ ଯଦି ତୁମେ ଚାରି ଦିନ ମଧ୍ୟରେ ମୋ ଟଙ୍କା ନଫେରାଅ ତେବେ ତୁମ ଲାଇଫ୍ ଖରାପ କରିଦେବି କହିଛନ୍ତି ଦୀପକ।

ଏହାସହ ପଢନ୍ତୁ: ବରୁଣ ଧଓ୍ଵନ ନିଜ ପିଲାଦିନର ବନ୍ଧୁଙ୍କୁ ଗୋପନରେ କଲେ ନିର୍ବନ୍ଧ

ଏହି ଭିଡିଓ ରାକ୍ଷୀ ସୋସିଆଲ ମିଡିଆରେ ସେୟାର ତ କରିଛନ୍ତି କିନ୍ତୁ ଏହି ବିଷୟରେ ନିଜର କୌଣସି ରାୟ ଦେଇନାହାନ୍ତି ରାକ୍ଷୀ। ରିପୋର୍ଟ ଅନୁଯାୟୀ ୨୮ ଜୁଲାଇରେ ରାକ୍ଷୀ ସାୱନ୍ତ ମୁମ୍ବାଇର JW Marriott ହୋଟେଲରେ ଗୁପଚୁପ୍ ବିବାହ କରିଥିଲେ। ପୂର୍ବରୁ ଏହି ସିକ୍ରେଟ ୱେଣ୍ଡିଂକୁ ରାକ୍ଷୀ ବ୍ରାଇଡାଲ ଫଟୋସୁଟ୍ କହିବା ପରେ ପୁଣି ଥରେ NRI ବ୍ୟବସାୟୀଙ୍କୁ ବିବାହ କରିବା କଥା ଖୁଲାସା କରି ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ। ରାକ୍ଷୀ ନିଜର ହନିମୁନ୍ ଏବଂ ବ୍ରାଇଡାଲ ଫଟୋସୁଟ୍ ର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.