ଦାରିଙ୍ଗବାଡି: ରାସ୍ତା ନଥିବାରୁ ହସ୍ପିଟାଲରେ ପହଞ୍ଚି ପାରିଲେନି ଗର୍ଭବତୀ, ପାହାଡ ଉପରେ ଜନ୍ମ ଦେଲେ କନ୍ୟା ସନ୍ତାନ

ଦାରିଙ୍ଗବାଡି(କେନ୍ୟୁଜ୍): ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ନଥିବାରୁ ହସ୍ପିଟାଲରେ ପହଞ୍ଚିପାରିଲେନି ଗର୍ଭବତୀ। ପାହାଡ ଉପରେ ଜନ୍ମଦେଲେ କନ୍ୟା ସନ୍ତାନ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଡୁବୁରୀ ଗାଁରେ ନିକଦମ ମାଝିଙ୍କ ପତ୍ନୀ ମିକାନ୍ତିଙ୍କ ପ୍ରସବ ବେଦନା ହୋଇଥିଲା। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚିପାରିନଥିଲା। ଫଳରେ ପରିବାରଲୋକେ ତାଙ୍କୁ ଖାଲଖମା ପାହାଡିଆ ରାସ୍ତାରେ ୩ କିଲୋମିଟର ପର୍ଯ୍ୟନ୍ତ କାଠ ଦୋଳା କରି ବୋହି ନେଇଥିଲେ। ଅଧରାସ୍ତାରେ ହିଁ ମିକାନ୍ତି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ଆମ୍ବୁଲାନ୍ସରେ ମାଆ ଓ ଛୁଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।