କେବଳ ୧୨୦ ସେକେଣ୍ଡରେ ହ୍ୟାକ୍ ହୋଇପାରେ ଆପଲ ଆଇଫୋନର ଫେସ୍ ଆଇଡି
![face ied](https://knewsodisha.com/wp-content/uploads/2019/08/face_ied.jpg)
ଆପଲ ଆଇଫୋନର ସବୁଠୁ ଖାସ୍ ଫିଚର ଏବେ ସୁରକ୍ଷିତ ନାହିଁ। ଏକ ରିସର୍ଚ୍ଚ ରିପୋର୍ଟ ମୁତାବକ ଆପଲ ଡିଭାଇସର ଫେସ୍ ଆଇଡି ଫିଚରରେ ବଡ ବଗ ରହିଛି ଯେଉଁ କାରଣରୁ ଆପଲର ଫେସ ଆଇଡିକୁ କଳା ଟେପ ଏବଂ ଚଷମା ସାହାଯ୍ୟରେ ଅନଲକ୍ କରାଯାଇପାରିବ।
ଚୀନର ରିସର୍ଚ୍ଚ କମ୍ପାନୀ ଟେନସେଣ୍ଟ ରିସଚ୍ଚର୍ସ ବ୍ଲାକ ହେଟ ସିକ୍ୟୁରିଟୀ କନଫେରେନ୍ସ ସମୟରେ ଆପଲର ଫେସ୍ ଆଇଡି ଫିଚରରେ ଥିବା ବଗକକୁ ଲାଇଭ୍ ଡେମୋ ଦେଖାଇଲେ। ଅନୁସନ୍ଧାନକାରୀଙ୍କ ମୁତାବକ ପ୍ରାୟ ୧୨୦ ସେକେଣ୍ଡରେ ଆଇଫୋନକୁ ହ୍ୟାକ୍ କରାଯାଇପାରେ।
ଇଭେଣ୍ଟ ସମୟରେ ରିସର୍ଚ୍ଚର ଟିମ ଆପଲ ଫେସ୍ ଆଇଡିର ଲକ୍ ଖୋଲିବା ପାଇଁ ‘ଲାଇବନେସ’ ଅର୍ଥଟେକେସନର ବ୍ୟବହାର କଲେ।
ଏହାସହ ପଢନ୍ତୁ : WhatsAppରେ ଆପଣଙ୍କ ପ୍ରାଇଭେଟ ମେସେଜକୁ ମଧ୍ୟ କରାଯାଇପାରେ ହ୍ୟାକ୍, ଦେଖନ୍ତୁ ଭିଡିଓ
ଲାଇଭନେସ୍ ଫିଚର ଆଇଫୋନ ଫେସ୍ ଆଇଡି ଭଳି କାମ କରିଥାଏ ଏବଂ ଏହା ମଧ୍ୟ ଆଇଫୋନ ଭଳି ୟୁଜର୍ସଙ୍କ ଆଖିକୁ ସ୍କାନ କରିଥାଏ।
ଜଣାଇବାକୁ ଚାହିଁବୁ ଯେ ଫେସ୍ ଆଇଡିକୁ ପ୍ରାୟ ୧୫ ହଜାର ଇଞ୍ଜିନିୟର୍ସ ୬ ବର୍ଷ ଧରି କଠିନ ପରିଶ୍ରମ ପରେ ପ୍ରସ୍ତୁତ କରିଛନ୍ତି। ଆପଲର ଫେସ୍ ଆଇଡି ଫିଚର ଗୋଟିଏ ଚେହେରାର ୫୦ ମାଂସପେଶୀକୁ ଏକାସାଥିରେ ସ୍କାନ କରିଥାଏ ଏବଂ ୨୫ ମାଂସପେଶୀ ରେକଗନାଇଜଡ୍ ହେବା ପରେ ମଧ୍ୟ ଲକ୍ ଖୋଲିଥାଏ। ଆପଲ ଦାବି କରିଛି ଆଇଫୋନ ୟୁଜରଙ୍କର ଜାଆଁଳା ଭାଇ ମଧ୍ୟ ଫୋନର ଲକକୁ ଖୋଲିପାରିବେ ନାହିଁ।
Security researchers demonstrate how to bypass Face ID with glasses and tape https://t.co/sr5Mtt81E7 by @ChanceHMiller pic.twitter.com/PMxmF4BcTg
— 9to5Mac.com (@9to5mac) August 9, 2019