ସମ୍ବଲପୁରରେ ଥ୍ରୀ ଇଡିଅଟ୍‌ ଫିଲ୍ମ ଷ୍ଟାଇଲ୍‌ରେ ଅପରେସନ୍‌, ଭେଟେନାରୀ ଡକ୍ଟରଙ୍କୁ ଭିଡିଓ କଲିଂ କରି ଗାଈର ଚିକିତ୍ସା କଲେ ମଣିଷ ଡାକ୍ତର 

ସମ୍ବଲପୁର(କେନ୍ୟୁଜ୍): ପେସାରେ ମାନବ ଡାକ୍ତର । ହେଲେ ଦୁର୍ଘଟଣାରେ ପଡି ଛଟପଟ ହେଉଥିବା ଗାଈର କଲେ ଚିିକିତ୍ସା । ତାହା ପୁଣି ଭିଡିଓ କଲିଂ ଜରିଆରେ । ଫିଲ୍ମ ଥ୍ରୀ ଇଡିଅଟ୍‌ସ ପରି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରରେ । ଆଉ ଚିକିତ୍ସା କରିଥିବା ଡାକ୍ତର ଜଣକ ହେଉଛନ୍ତି ଭିମସାର୍‌ ବୁର୍ଲାର ସିନିୟର୍‌ ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନି । କିଛି ଦିନ ତଳେ ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣାରେ ପଡି ଗାଈଟି ଛଟପଟ ହେଉଥିବାର ଦେଖିବାକୁ ପାଇଥିଲେ ଡାକ୍ତର ଶଙ୍କର ରାମଚନ୍ଦାନୀ । ତାକୁ ଦେଖି ଅଟକି ଯାଇଥିଲେ ସେ । ହେଲେ ସେ ଜଣେ ମଣିଷ ଡାକ୍ତର ହୋଇଥିବାରୁ କେମିତି ଗାଈର ଚିକିତ୍ସା କରିବେ ଚିନ୍ତାରେ ପଡ଼ି ଯାଇଥିଲେ । ଏହି ସମୟରେ ତାଙ୍କ ମନକୁ ଆସିଲା ଥ୍ରି ଇଡିଅଟ ଫିଲ୍ମର ଦୃଶ୍ୟ । ଏହା ପରେ ଜୀବନ ବଞ୍ଚାଇବା ପାଇଁ ନିଜ ବନ୍ଧୁ ତଥା ପଶୁ ଡାକ୍ତର ସୁଜିତ୍‌ ଶତପଥୀଙ୍କୁ ଭିଡିଓ କଲିଂ କରିଥିଲେ । ସେହି ଭିଡିଓ କଲିଂ ମାଧ୍ୟମରେ ଗାଈଟିର ସଫଳ ଚିକିତ୍ସା କରି ଜୀବନ ବଞ୍ଚାଇ ପାରିଛନ୍ତି । ଥ୍ରୀ ଇଡିଅଟ୍‌ ଫିଲ୍ମରେ ଗର୍ଭବତୀ ମହିଳାଙ୍କ ପ୍ରସୂତି କରାଇଥିଲେ ଅମିର ଖାନ୍‌ ।

 

Leave A Reply

Your email address will not be published.