ପତ୍ନୀ ଠାରୁ ପ୍ରତିଶୋଧ : ସ୍ତ୍ରୀର କଟାମୁଣ୍ଡ ଧରି ରାସ୍ତାରେ ବୁଲିଲେ ସ୍ୱାମୀ

ସାତ ଜନ୍ମକୁ ସାଥି ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ପ୍ରଦୀପ ଓ ମଣିକ୍ରାନ୍ତି। କିନ୍ତୁ ଏହି ବନ୍ଧନକୁ ସଠିକ ଭାବେ ନିଭାଇ ପାରିନଥିଲେ ଦୁହେଁ। ବିବାହ ପରେ ପ୍ରତିଦିନ କଳି ଝଗଡା କରି ଜୀବନ ଅତିବାହିତ କରୁଥିଲେ। ଶେଷରେ ବିରକ୍ତି ହୋଇ ଘରୋଇ ହିଂସାର ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଥିଲେ ପତ୍ନୀ ମଣିକ୍ରାନ୍ତି। ତଥାପି ଏଥିରେ ସାବାଡ ହୋଇନଥିଲେ ସ୍ୱାମୀ ପ୍ରଦୀପ। ପତ୍ନୀଙ୍କୁ ମାରପିଟ ଅଭିଯୋଗରେ ପ୍ରଦୀପକୁ ଜେଲ୍‌ ଯିବାକୁ ମଧ୍ୟ ପଡ଼ିଥିଲା । ଜେଲରୁ ଫେରିବା ପରେ ନିଜର ପ୍ରତିଶୋଧ ପୂରଣ କରିବା ପାଇଁ ପତ୍ନୀ ମଣିକ୍ରାନ୍ତିଙ୍କ ବେକ କାଟି ହତ୍ୟା କରିଛନ୍ତି ପ୍ରଦୀପ। ରାଗ ଏତିକିରେ ଶାନ୍ତ ହୋଇନାହିଁ। ପତ୍ନୀଙ୍କ ବେକ କାଟି ମାରିବା ପରେ କଟାମୁଣ୍ଡକୁ ରାସ୍ତାରେ ଧରି ବୁଲିଛନ୍ତି ମଧ୍ୟ । ଏପରି ଏକ ଅଦ୍ଭୁତ ଘଟଣା ଆନ୍ଧ୍ର ପ୍ରଦେଶ ବିଜୟଓ୍ଵାଡାରେ ଦେଖିବାକୁ ମିଳିଛି।

ଘଟଣା ମୁତାବକ, ଆନ୍ଧ୍ର ପ୍ରଦେଶ ବିଜୟଓ୍ଵାଡ଼ାର ଶ୍ରୀନଗର କଲୋନୀରେ ପ୍ରଦୀପ ଏବଂ ମଣିକ୍ରାନ୍ତି (୨୩) ରହୁଥିଲେ। ଗତ ପାଞ୍ଚ ବର୍ଷ ପୂର୍ବେ ଦୁହେଁ ପ୍ରେମ ବିବାହ କରିଥିଲେ। ପ୍ରତିଦିନ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ଝଗଡା ଏତେ ମାତ୍ରାରେ ବଢିଯାଇଥିଲା ଯେ ଥାନାରେ ମାମଲା ପହଞ୍ଚିଥିଲା। ଆଉ ଜେଲ୍‌ ଗଲେ ପ୍ରଦୀପ । ଜେଲରୁ ଫେରିବା ପରେ ମଣିକ୍ରାନ୍ତିଙ୍କୁ ଏକ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ବେକ କାଟି ହତ୍ୟାକଲେ । ଆଉ କଟା ମୁଣ୍ଡକୁ ଗୋଟେ ହାତରେ ଏବଂ ଅନ୍ୟ ହାତରେ ମାରଣାସ୍ତ୍ର ଧରି ବୁଲିଥିବାର ନଜର ଆସିଥିଲେ। ତାକୁ ଦେଖି ସ୍ଥାନୀୟ ଲୋକେ ଭୟରେ ଦୌଡ଼ାଦୌଡ଼ି କରିଥିଲେ । ଏକଥା ସେଠାରେ ଥିବା ସିସିଟିଭିରେ ରେକର୍ଡ଼ ହୋଇଥିଲା । ପରେ ପ୍ରଦୀପ କଟାମୁଣ୍ଡକୁ ପାଖରେ ଥିବା ଏକ କେନାଲରେ ଫିଙ୍ଗି ଦେଇ ପୋଲିସ୍‌ ନିକଟରେ ପହଞ୍ଚି ଆତ୍ମସମର୍ପଣ କରିଥିଲା। ପୋଲିସ୍‌ ଏବେ କଟାମୁଣ୍ଡକୁ ଖୋଜୁଛି ।

ଏହାସହ ପଢ଼ନ୍ତୁ ; ମୁହଁରେ ଅକ୍ଟୋପସ ଲଗାଇ ଫଟୋ ଉଠାଇବା ପଡିଲା ମହଙ୍ଗା, ଶେଷରେ ଡାକ୍ତରଖାନା ଗଲେ ମହିଳା

ପୋଲିସ କହିବାନୁଯାୟୀ, ମଣିକ୍ରାନ୍ତି କିଛି ଦିନ ପୂର୍ବରୁ ସ୍ୱାମୀ ପ୍ରଦୀପ କୁମାରଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିଲେ। ପରେ ପୋଲିସ ପ୍ରଦୀପକୁ ଗିରଫ କରିଥିଲା। ପ୍ରଦୀପକୁ ନିକଟରେ ଜାମିନ ମିଳିବା ପରେ ପ୍ରତିଶୋଧ ନେବା ପାଇଁ ମଣିକ୍ରାନ୍ତିଙ୍କୁ ହତ୍ୟା କରିଛି।

 

Leave A Reply

Your email address will not be published.