ମୁମ୍ବାଇ ହୋଟେଲରେ ଦୁଇଟି ଅଣ୍ଡାକୁ ୧୭୦୦ଟଙ୍କା ! ଟ୍ବିଟ୍ କରି ବିଲ୍ ସେୟାର କଲେ ଏହି ଫଟୋଗ୍ରାଫର

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ଭାବେ ପରିଚିତ ମୁମ୍ବାଇରେ ଏକ ହୋଟେଲ ଦୁଇଟି ଅଣ୍ଡା ପାଇଁ ୧୭୦୦ ଟଙ୍କା ବିଲ୍ ଦେଇଥିବା ମାମଲା ସାମ୍ନାକୁ ଆସିଛି । ରବିବାର ସୋସିଆଲ ମିଡିଆରେ ଏହି ଘଟଣା ବେଶ୍ ଭାଇରାଲ ହୋଇଥିଲା। ଲେଖକ-ଫଟୋଗ୍ରାଫର କାର୍ତ୍ତୀକ ଧର ଉକ୍ତ ହୋଟେଲର ବିଲ୍ କୁ ଟ୍ବିଟ୍ କରି ସେୟାର କରିଥିଲେ । ସେ ଏଥିରେ ଲେଖିଥିଲେ କି, ଫୋର୍ ସଜିନ୍ ହୋଟେଲ ଦୁଇଟି ଅଣ୍ଡା ପାଇଁ ନେଇଛି ୧୮ ପ୍ରତିଶତ ଜିଏସଟି ସହିତ ୧୭୦୦ ଟଙ୍କା । ଏହା ସହିତ ସେ ରାହୁଲ ବୋଷଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି କି ଭାଇ,ଆନ୍ଦୋଳନ କରିବା ।

ଏହାସହ ପଢନ୍ତୁ : ହାଓ୍ଵଡ଼ାରେ ଗୋମାଂସ ଡେଲିଭରିକୁ ନା, ଆନ୍ଦୋଳନ କଲେ ZOMATO କର୍ମଚାରୀ

Omletସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଚଣ୍ଡିଗଡର ଏକ ହୋଟେଲ ଶ୍ରୀ ବୋଷଙ୍କ ଠାରୁ ଦୁଇଟି କଦଳୀ ପାଇଁ ଜିଏସଟି ଲଗାଇ ୪୪୨ ଟଙ୍କା ନେଇଥିଲା । ଯାହା ଜଣାପଡିବା ପରେ ଉକ୍ତ ହୋଟେଲକୁ ଜରିମନା ମଧ୍ୟ ଦେବାକୁ ପଡିଥିଲା । ତେବେ କାର୍ତ୍ତୀକ ଟ୍ବିଟ୍ କରିଥିବା ବିଲ୍ ଅନୁସାରେ ଦୁଇଟି ଅଣ୍ଡା ଆମଲେଟ୍ ପାଇଁ ୮୫୦ଟଙ୍କା ଏବଂ ଡାଏଟ୍ କୋକ୍ ପାଇଁ ୨୬୦ ଶୁଳ୍କ ଲେଖାଯାଇଥିଲା ।

Leave A Reply

Your email address will not be published.