ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍, ଶାହାରୁଖ ଖାନ୍ଙ୍କ ଫିଲ୍ମ ‘ପଠାନ୍’ରେ ନଜର ଆସିବାକୁ ଯାଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରିଛନ୍ତି। ସୂଚନା ମୁତାବକ ଦୀପିକା ପାଦୁକୋନ୍ ‘ପଠାନ୍’ ଫିଲ୍ମ ପାଇଁ ୧୫ କୋଟି ଟଙ୍କା ଚାର୍ଜ କରିଛନ୍ତି।
ସୂଚନାଯୋଗ୍ୟ ଯେ ଏବେ ଯାଏଁ ପଠାନ୍ ଫିଲ୍ମ ବିଷୟରେ ନିର୍ମାତାଙ୍କ ତରଫରୁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ। ଏମିତି କି ଫିଲ୍ମର ନାଁ ବିଷୟରେ ବି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। କୁହାଯାଉଛି ଶାହାରୁଖ ଖାନ୍ ଚଳିତମାସ ଶେଷରେ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଅନ୍ୟପଟେ ଦୀପିକା ଏବେ ଗୋଆରେ ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।
ପ୍ରକାଶ ଯେ ପ୍ରଥମେ ଶାହାରୁଖ ଓ ଦୀପିକା ଓମ୍ ଶାନ୍ତ ଓମ୍ ଓ ପରେ ଚେନ୍ନାଇ ଏକ୍ସପ୍ରେସ ଫିଲ୍ମରେ ଏକାଠି ନଜର ଆସିଥିଲେ। ଫିଲ୍ମରେ ଦୀପିକାଙ୍କ ରୋଲକୁ ଦର୍ଶକମାନେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। ତେବେ ଶୁଣିବାକୁ ମିଳୁଛି ଯେ ପଠାନ୍ରେ ସଲମାନ୍ ଖାନ୍ଙ୍କ କେମିଓ ରୋଲ ମଧ୍ୟ ରହିଛି। ସେହିପରି ଶାହାରୁଖ ପ୍ରମୁଖ ଭୂମିକାରେ ନଜର ଆସିବେ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…