ମନୋରଂଜନ

ଅଭିନେତ୍ରୀ ଦୀପିକା ପାଦୁକୋନ୍‌ କେମିତି ରୁହନ୍ତି ଫିଟ୍‌, ଜାଣନ୍ତୁ ତାଙ୍କର ଖାଦ୍ୟ ଓ ଜୀବନ ଶୈଳି

ସାଧାରଣତଃ ସେଲିବ୍ରେଟିମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଥାନ୍ତି । କାରଣ ଗ୍ଲାମର ଓ୍ଵାର୍ଲ୍ଡରେ ନିଜର ଲୁକ୍‌କୁ ବାନ୍ଧି ରଖିବା ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ । ଜଣେ ସେଲିବ୍ରେଟିଙ୍କ ଲାଇଫ୍‌ ଷ୍ଟାଇଲକୁ ନେଇ ଅଧିକାଂଶ ଲୋକେ କ୍ୟୁରିଅସ୍‌ ଥାଆନ୍ତି ।

ସେ କ’ଣ ଖାଆନ୍ତି, କିପରି ରହନ୍ତି ଏମିତି ଅନେକ ପ୍ରଶ୍ନ । ଏମିତି ଜଣେ ସେଲିବ୍ରେଟି ହେଉଛନ୍ତି ଦୀପିକା ପାଦୁକୋନ୍‌ । ଯେ ନିଜର ସ୍ୱାସ୍ଥ୍ୟ ପ୍ରତି ବହୁତ ସଚେତନ ଥାଆନ୍ତି ।

ଆସନ୍ତୁ ଜାଣିବା ଦିନରେ ୬ ଥର ଖାଉଥିବା ଦୀପିକା ପାଦୁକୋନ୍‌ଙ୍କ ସମ୍ପର୍କରେ କିଛି କଥା । ଏହି ଅଭିନେତ୍ରୀ ତାଙ୍କର ଦିନଚର୍ଯ୍ୟା ଆରମ୍ଭ କରନ୍ତି ଗୋଟିଏ କପ୍‌ ଗରମ ପାଣି ଓ ମହୁ ସହିତ । ସକାଳୁ ଉଠିଲେ ଦୀପିକା ଗୋଟିଏ କପ୍‌ ଗରମ ପାଣିରେ କିଛି ମହୁ ସହିତ ଗୋଟିଏ ଚାମଚ ଲେମ୍ବୁ ରସ ନେଇଥାନ୍ତି ।

ତା’ ପରେ ବ୍ରେକ୍‌ଫାଷ୍ଟରେ ୨ଟି ଅଣ୍ଡାର ଧଳା ଅଂଶ + ୨ ଟି ଆଲ୍‌ମଣ୍ଡ + ଗୋଟିଏ କପ୍‌ କମ୍‌ ମଲାଇ ଥିବା କ୍ଷୀର କିମ୍ବା ୨ ଟି ଅଣ୍ଡାର ଧଳା ଅଂଶ + ୨ ଇଡିଲି/ପ୍ଲେନ୍‌ ଦୋସା/ଉପମା ନେଇଥାନ୍ତି ।

ସେହିପରି ଲଞ୍ଚ୍‌ ପୂର୍ବରୁ ଦୀପିକା ଗୋଟିଏ ବାଉଲ ଫଳ ଖାଇଥାନ୍ତି । ଲଞ୍ଚ୍‌ରେ ସାଧାସିଦା ଘରୋଇ ଖାଦ୍ୟ ଯେପରି ଡାଲି, ରୋଟି, ସବ୍‌ଜି, ସଲାଡ୍‌ ଓ ଦହି । ବେଳେ ବେଳେ ପ୍ରୋଟିନର ଭରଣା ପାଇଁ ଲଞ୍ଚରେ ମାଛ ଭଜା ନେଇଥାନ୍ତି ।

ସଂଧ୍ୟାରେ ସ୍ନାକ୍ସ ସହ ଫିଲ୍‌ଟର କଫି, ବାଦାମ ଓ ଫଳ । ରାତ୍ର ଭୋଜନରେ ରୋଟି, ଗ୍ରିନ୍‌ ସଲାଡ୍‌, ଫଳ, ପଇଡ଼ ପାଣି କିମ୍ବା ଫ୍ରେସ ଫ୍ରୁଟ୍‌ ଜୁସ୍‌ । ଖାଦ୍ୟ ଶେଷରେ ମିଠା ସ୍ଥାନରେ ଏହି ଅଭିନେତ୍ରୀ କିଛି ଡାର୍କ ଚକୋଲେଟ୍‌ ନେଇଥାନ୍ତି ।

ଦୀପିକାଙ୍କ ଖାଦ୍ୟ ତାଙ୍କର ଆଗାମୀ ଫିଲ୍ମକୁ ନେଇ ମଧ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେଉଥିବା ଦୀପିକା ଓ ତାଙ୍କର ପତି ଅଭିନେତା ରଣବୀର ସିଂଙ୍କ ଗୋଟିଏ ଦିନର ଖାଦ୍ୟ ପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

Niharanjan

Recent Posts

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

11 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

28 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago