ମନୋରଂଜନ

ଆହତ ହେଲେ ଧର୍ମେନ୍ଦ୍ର, ଦୁଃଖ ପ୍ରକାଶ କଲେ ଫ୍ୟାନ୍ସ

ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କୁ ୮୮ ବର୍ଷ ହୋଇଛନ୍ତି, କିନ୍ତୁ ସେ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରୁହନ୍ତି ଏବଂ ପ୍ରତିଦିନ ନୂଆ ଭିଡିଓ ଏବଂ ପୋଷ୍ଟ ସେୟାର କରନ୍ତି । ଏହା ବ୍ୟତୀତ ସେ ନିରନ୍ତର କାର୍ଯ୍ୟ କରୁଛନ୍ତି । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ଏବଂ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତାଙ୍କ ଫିଲ୍ମ ପାଇଁ ଆଜିକାଲି ହେଡଲାଇନରେ ଥିବା ଧର୍ମେନ୍ଦ୍ର ବର୍ତ୍ତମାନ ତାଙ୍କର ଗୋଟିଏ ଭିଡିଓ ପାଇଁ ସମ୍ବାଦରେ ଅଛନ୍ତି, ଯାହା ଦେଖିବା ପରେ ଅଭିନେତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢିଛି । ଏହି ଭିଡିଓରେ ଧର୍ମେନ୍ଦ୍ରଙ୍କ ଗୋଡରେ ଏକ ପ୍ଲାଷ୍ଟର ଦେଖିବାକୁ ମିଳିଛି, ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ ହେ-ମ୍ୟାନ୍‌ଙ୍କ ସହ କ’ଣ ହୋଇଛି ? ତେବେ ଏପରି ଅନେକ ପ୍ରଶ୍ନ ସେହି ପୋଷ୍ଟରେ ଦେଖିବାକୁ ମିଳିଛି ।

ଧର୍ମେନ୍ଦ୍ରଙ୍କ ଏହି ଭିଡିଓ ଦେଖିବା ପରେ ଅଧିକାଂଶ ପ୍ରଶଂସକ ପଚାରୁଛନ୍ତି କି ଧର୍ମେନ୍ଦ୍ରଙ୍କ ଗୋଡ ପୁଣି ଭାଙ୍ଗି ଯାଇଛି କି? ଯେଉଁଥିପାଇଁ ତାଙ୍କ ଗୋଡ ପ୍ଲାଷ୍ଟର କରାଯାଇଛି । ତେବେ ତାଙ୍କ ଗୋଡରେ ଏହି ପ୍ଲାଷ୍ଟର କାହିଁକି ଅଛି ଏବଂ ତାଙ୍କ ସହ କ’ଣ ହୋଇଛି କିନ୍ତୁ କଣ ହୋଇଛି ବୋଲି ଭେଟେରାନ ଷ୍ଟାର କହି ନାହାଁନ୍ତି । କିନ୍ତୁ, ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କର ଏହି ଭିଡିଓ ନିଶ୍ଚିତ ଭାବରେ ତାଙ୍କ ପ୍ରଶଂସକଙ୍କୁ ଟେନସନରେ ପକାଇ ଦେଇଛି, ଯେଉଁମାନେ ମନ୍ତବ୍ୟ ଦେବାବେଳେ ହେ-ମ୍ୟାନ୍‌ଙ୍କ ପାଇଁ ତାଙ୍କ ଫ୍ୟାନ୍ସ ପ୍ରାର୍ଥନା କରିଛନ୍ତି ।

ତେବେ ଧର୍ମେନ୍ଦ୍ର ଅଧିକାଂଶ ସମୟ ତାଙ୍କ ଫାର୍ମ ହାଉସରେ ବିତାଇଥାନ୍ତି । ଯେଉଁଠାରୁ ସେ ପ୍ରାୟତଃ ତାଙ୍କ ଭିଡିଓ ସେୟାର କରନ୍ତି । ବର୍ତ୍ତମାନ ଧର୍ମେନ୍ଦ୍ର ଏହି ଫାର୍ମ ହାଉସରୁ ତାଙ୍କର ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଦେଖିବା ପରେ ହେ-ମ୍ୟାନ୍‌ଙ୍କ ପ୍ରଶଂସକମାନେ ତାଙ୍କୁ ପଚାରିଥିଲେ ତାଙ୍କ ସହ କ’ଣ ହୋଇଛି ଏବଂ ସେ କାହିଁକି ଗୋଡରେ ପ୍ଲାଷ୍ଟର କରିଛନ୍ତି । ଏହି ଅବସ୍ଥାରେ ଅଭିନେତାଙ୍କୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଚିନ୍ତିତ ହୋଇଛନ୍ତି ।

ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ସେୟାର କରିଥିବା ତାଙ୍କର ଶେଷ ଭିଡିଓରେ ସେ ଗ୍ରେଏ କଲର ଟି ସାର୍ଟ ଏବଂ ନୀଳ ପାଇଜାମା ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ‘ଶୋଲେ’ର ବିରୁ ଏକ ଚେୟାରରେ ବସିଛନ୍ତି ଏବଂ ତାଙ୍କ ଗୋଡରେ ପ୍ଲାଷ୍ଟର ହୋଇଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସହିତ ଧର୍ମେନ୍ଦ୍ରଙ୍କ କ୍ୟାପସନ୍‌କୁ ନେଇ ମଧ୍ୟ ଆଲୋଚନା କରାଯାଇଛି । ଭିଡିଓ ସେୟାର କରିବାବେଳେ ସେ କ୍ୟାପସନ ଲେଖିଛନ୍ତି, ‘ଆହତ ସିଂହ … ପୁଣି ବ୍ୟସ୍ତ ।’ ମତଦାନ ଦିନ ଧର୍ମେନ୍ଦ୍ର ଶେଷ ଥର ପାଇଁ ପ୍ୟାପ୍ କ୍ୟାମେରାରେ ନଜର ଆସିଥିଲେ । ଅନ୍ୟପକ୍ଷରେ ଅଭିନେତାଙ୍କ ଦ୍ୱିତୀୟ ପତ୍ନୀ ତଥା ଅଭିନେତ୍ରୀ ହେମା ମାଲିନି ବିଜେପି ଟିକେଟରେ ତୃତୀୟ ଥର ପାଇଁ ମଥୁରାରୁ ସାଂସଦ ଭାବରେ ନିର୍ବାଚନରେ ବିଜୟ ହାସଲ କରିଛନ୍ତି ।

D Sonali

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

6 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

10 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

13 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

19 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

31 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

37 mins ago