ମନୋରଂଜନ

ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କୁ EDର ସମନ; ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଢ଼ିପାରେ ଅଡ଼ୁଆ

ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କ ଅଡ଼ୁଆ ବଢ଼ିପାରେ। ଇଡି ତାଙ୍କୁ ସମନ କରିଛି। ଏହା ପୂର୍ବରୁ ଅନେକ ତେଲୁଗୁ ଚଳଚ୍ଚିତ୍ର ଅଭିନେତାଙ୍କୁ ମଧ୍ୟ ଇଡି ପଚରାଉଚରା କରି ସାରିଛି। ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ରାକୁଲଙ୍କୁ ୧୯ ଡିସେମ୍ବରରେ ହାଜର ହେବାକୁ କୁହାଯାଇଛି। କହି ରଖୁଛୁ, ଏହା ପୂର୍ବରୁ ଗତ ସେପ୍ଟେମ୍ବରରେ ରାକୁଲ ଇଡିରେ ହାଜର ହୋଇଥିଲେ।

ରାକୁଲ ପ୍ରୀତଙ୍କୁ ଇଡି ୨୦୨୧ରେ ବି ପଚରାଉଚରା କରିଥିଲା। ଏବେ ତାଙ୍କୁ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରାଯିବ। ଏକ ଟିଭି ରିପୋର୍ଟ ଅନୁସାରେ, ଏହି ମାମଲାରେ ରାଣା ଦଗୁବାତୀ, ପୁରୀ ଜଗନ୍ନାଧ, ରବି ତେଜା, ଚାର୍ମୀ କୌର, ନବଦୀପ ଏବଂ ଅନ୍ୟ ସେଲିବ୍ରିଟିମାନଙ୍କୁ ନୋଟିସ ଜାରି କରାଯାଇଛି।

ଟଲିଉଡ ଡ୍ରଗ୍ସ ମାମଲା କ’ଣ?

୨୦୧୭, ଜୁଲାଇ ୨ରେ ଡ୍ରଗ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାଶ ହୋଇଥିଲା। ସୀମା ଶୁଳ୍କ ଅଧିକାରୀମାନେ ଜଣେ ସଂଗୀତଜ୍ଞ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଥିଲେ। ସେମାନେ ଅଧିକାରୀମାନଙ୍କୁ କହିଥିଲେ କି, କିଛି ଚଳଚ୍ଚିତ୍ର ବ୍ୟକ୍ତିତ୍ୱ, ସଫ୍ଟୱେୟାର ଇଞ୍ଜିନିୟର ଏବଂ ଏପରିକି କିଛି କର୍ପୋରେଟ ସ୍କୁଲର ଛାତ୍ରମାନଙ୍କୁ ସେମାନେ ଡ୍ରଗ୍ ସପ୍ଲାଏ କରୁଛନ୍ତି। ଟଲିଉଡର କିଛି ସେଲିବ୍ରିଟିଙ୍କ ମୋବାଇଲ୍ ନମ୍ବର ସେମାନଙ୍କ କନ୍‌ଟାକ୍ଟ ତାଲିକାରେ ମିଳିଥିଲା।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago