ଲାଇଫ୍ ଷ୍ଟାଇଲ୍

ଶୀତ ସନ୍ଧ୍ୟାରେ ପ୍ରସ୍ତତ କରନ୍ତୁ ଗାଜର ଆଳୁ ମଟର ତରକାରୀ, ପୁରି କିମ୍ବା ପରଟା ସହିତ ଖାଇବାର ନିଅନ୍ତୁ ମଜା

ଶୀତଦିନେ ଅନେକ ପନିପରିବା ମିଳିଥାଏ। ମାର୍କେଟରେ ମଧ୍ୟ ବିଭିନ୍ନ ପ୍ରକାର ପରିବା ଉପଲବ୍ଧ ରହିଥାଏ । ଆଉ ଦିନେ ଗାଜର ଖାଇବାର ମଜା ନିଆରା। ଶୀତଦିନିଆ ପରିବା ବଜାରରେ ଗାଜର, ମଟର ଅଧିକାଂଶ ଦେଖିବାକୁ ମିଳିଥାଏ। ଏହାକୁ ନେଇ ଆପଣ ଆଳୁ ପକାଇ ଟେଷ୍ଟି ତରକାରୀ କରିପାରିବେ । ଗରମ ଗରମ ପୁରି କିମ୍ବା ପରଟା ସହିତ ଆପଣ ଏହାକୁ ଖାଇପାରିବେ ।

ଆବଶ୍ୟକୀୟ ସାମଗ୍ରୀ :

ଗାଜର, ଆଳୁ, ଗ୍ରୀନ ମଟର, ଟମାଟର, କଞ୍ଚାଲଙ୍କା, ସୋରିଷ ତେଲ, ଧନିଆ ପତ୍ର, ଜିରା, ହେଙ୍ଗୁ, ହଳଦୀ ପାଉଡର, ଧନିଆ ପାଉଡର, ଲୁଣ, ଅଦା ପେଷ୍ଟ, ଲଙ୍କା ପାଉଡର, ଗରମ ମସଲା ।

ପ୍ରସ୍ତୁତ ପ୍ରଣାଳୀ : ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଟମାଟର, କଞ୍ଚାଲଙ୍କା ପେଷ୍ଟ କରିଦିଅନ୍ତୁ। ଏଥିପାଇଁ ଟମାଟରକୁ ଛୋଟ ଛୋଟ କରି କାଟିବା ପରେ ଗ୍ରାଇଣ୍ଡରେ କଞ୍ଚାଲଙ୍କା ସହିତ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏବେ ଏକ ପ୍ୟାନରେ ତେଲ ଗରମ କରି, ସେହି ତେଲରେ ଜିରା ହେଙ୍ଗୁ ପକାଇ ଦିଅନ୍ତୁ। ଏବେ ସେଥିରେ ହଳଦୀ ପାଉଡର, ଅଦା ପେଷ୍ଟ, ଧନିଆପତ୍ର ଏବଂ ଟମାଟର ଲଙ୍କା ପେଷ୍ଟ ପକାଇ ଦିଅନ୍ତୁ।

ଏହା ପରେ ମସଲାରେ ଲଙ୍କା ପାଉଡର ପକାଇ ମସଲାକୁ ଲଗାତାର କଷାନ୍ତୁ। ମସଲା ତେଲ ଛାଡିବା ପରେ ପରିବାକୁ କାଟି ଦିଅନ୍ତୁ । ଗାଜର ଏବଂ ଆଳୁକୁ ଭଲ ଭାବେ ଧୋଇ ଚୋପା ଛଡାଇ ଛୋଟ ଛୋଟ କରି କାଟିଦିଅନ୍ତୁ। ମସଲା ଭଲଭାବେ କଷାଇ ହେବା ପରେ ସେଥିରେ ପରିବା ମଟର ଦାନା, ଲୁଣ ପକାଇ ଦିଅନ୍ତୁ। ସବୁ ଜିନିଷକୁ ଭଲ ଭାବେ ମିଶାଇବା ପରେ ପରେ ଅଳ୍ପ ପାଣି ଦିଅନ୍ତୁ। ଏବେ ପରିବାକୁ ଘୋଡାଇ ଅଳ୍ପ ଆଞ୍ଚରେ ୫ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ ।

୫ ମିନିଟ୍‌ ଘାଣ୍ଟିବା ପରେ ପରିବା ଚେକ୍‌ କରିଦିଅନ୍ତୁ । ପୁଣି ୫ ମିନିଟ୍‌ ବସାଇବା ପରେ ପରିବା ସିଝିଗଲା ପରେ କାଢିଦିଅନ୍ତୁ। ପରିବା ଭଲଭାବେ ସିଝିଯିବା ପରେ ଗରମ ମସଲା ଏବଂ ଧନିଆ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ତରକାରୀ ପ୍ରସ୍ତୁତ। ଏହାକୁ ଆପଣ ଗରମ ଗରମ ପୁରି କିମ୍ବା ରୁଟି ସହିତ ଖାଇପାରିବେ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago