Categories: ମନୋରଂଜନ

କ୍ୟାଟ୍ରିନା-ପ୍ରିୟଙ୍କାଙ୍କୁ ନାଗିନ୍‌ କରିବାକୁ ଚାହୁଁଥିଲେ ଏକତା କପୁର, କିନ୍ତୁ ସେମାନେ ମଜାକ୍‌ ଭାବି କରିଥିଲେ ମନା

ଛୋଟ ପରଦାରେ ସିରିୟଲ୍‌ କ୍ୱିନ୍‌ ଭାବେ ପରିଚିତ ପ୍ରଯୋଜିକା ଏକତା କପୁର ସବୁବେଳେ ସୁପରହିଟ୍‌ ସିରିୟଲ ଦେଖାଇ ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି। ସେ ହମ୍‌ ପାଞ୍ଚ, କାହାନୀ ଘର ଘର କି, କ୍ୟୁକି ଶାଶ୍‌ ଭି କଭି ବୋହୂ ଥି, କସୌଟି ଜିନ୍ଦେଗୀ କି ଭଳି ସୁପରହିଟ୍‌ ସିରିୟଲ୍‌ରେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି। କିନ୍ତୁ ଏକତା କପୁର ନାଗିନ୍‌ ଭଳି ସିରିୟଲ ଟିଭିରେ ଆରମ୍ଭ କରି ଏକ ନୂଆ ଟ୍ରେଣ୍ଡ୍‌ ଆରମ୍ଭ କରିଛନ୍ତି। ଏବେ ନାଗିନ୍‌ର ଚତୁର୍ଥ ସିଜିନ୍‌ ଚାଲିଛି।

ନିକଟରେ ନାଗିନ୍‌କୁ ନେଇ ଏକତା ଏକ ଖୁଲାସା କରିଛନ୍ତି। ଏକତା କହିଛନ୍ତି ଯେ ନାଗିନ୍‌ କୌଣସି ଟିଭି ସିରିୟଲ୍‌ ପାଇଁ ନୁହେଁ, ସେ ନାଗିନ୍‌କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ। ଏହି ଫିଲ୍ମରେ ସେ କ୍ୟାଟ୍ରିନା କୈଫ୍‌ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ନେବାକୁ ଚାହୁଁଥିଲେ ବୋଲି କହିଛନ୍ତି। ଏକ ଇଣ୍ଟରଭ୍ୟୁରେ ସେ ଏନେଇ ଖୁଲାସା କରିଛନ୍ତି। ଡାର୍ଟି ପିକଚର ପରେ ଏକତା ନାଗିନ୍‌କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି କହିଛନ୍ତି।

ଦେଖନ୍ତୁ ଏକତାଙ୍କ ଇଣ୍ଟରଭ୍ୟୁ:

Video Courtesy: Film Companion

ନାଗିନ୍‌ ଫିଲ୍ମରେ କାମ କରିବାକୁ ନେଇ ସେ କ୍ୟାଟ୍ରିନା କୈଫ୍‌ଙ୍କୁ କହିଥିଲେ। ମାତ୍ର କ୍ୟାଟ୍ରିନା ନାଗିନ୍‌ ଭଳି ଫିଲ୍ମ ବର୍ତ୍ତମାନ ଚାଲିବ କି ନାହିଁ ବୋଲି ପ୍ରଶ୍ନ କରିବା ସହ ଭାରତରେ ଏହି ଫିଲ୍ମ ଚାଲିବ କି ପଚାରିଥିଲେ। ପରେ ଏକତା ଏନେଇ ପ୍ରିୟଙ୍କାଙ୍କ ସହ କଥା ହୋଇଥିଲେ। ଫିଲ୍ମ କରିବାକୁ ସେ ଇଚ୍ଛୁକ ଥିଲେ ମଧ୍ୟ ବିଦେଶ ଯିବାକୁ ପ୍ରସ୍ତୁତି ଚଳାଇଥିବାରୁ ଫିଲ୍ମଟି କରିପାରିନଥିଲେ। ଶେଷରେ ଏକତା ନାଗିନ୍‌ର କାହାଣୀକୁ ନେଇ ସିରିୟଲ ଆରମ୍ଭ କଲେ, ଯାହା ବର୍ତ୍ତମାନ ହିଟ୍‌ ସିରିୟଲ୍‌ମାନଙ୍କ ମଧ୍ୟରେ ଅନ୍ୟତମ ବୋଲି କହିଛନ୍ତି ଏକତା କପୁର।

ସୂଚନାଯୋଗ୍ୟ ଯେ, ଏକତା କପୁରଙ୍କ ସିରିୟଲ ନାଗିନ୍‌ ଟିଭିରେ ସୁପରହିଟ୍‌ ସିରିୟଲ୍‌ ମଧ୍ୟରୁ ଗୋଟିଏ। ସିରିୟଲ୍‌ରେ ପ୍ରଥମେ ମୋନି ରାୟ ନାଗିନ୍‌ ଚରିତ୍ରରେ ଅଭିନୟ କରୁଥିଲେ। ପରେ କରିସ୍ମା ତନ୍ନା, ସୁରଭି ଜ୍ୟୋତି ଓ ବର୍ତ୍ତମାନ ନିୟା ଶର୍ମା ଓ ଜସ୍ମିନ୍‌ ଭସୀନ୍‌ ଶୋ’ରେ ନାଗିନ୍‌ ଭାବେ ଅଭିନୟ କରୁଛନ୍ତି।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago