ଭାରତୀୟ ରେଳ ବିଭାଗ ଆରମ୍ଭ କଲା କାଚ ଛାତ ଥିବା ଟ୍ରେନ୍‌ ‘‘ହିମଦର୍ଶନ ଏକ୍ସପ୍ରେସ୍‌’’

ଭାରତୀୟ ରେଳ ବିଭାଗ ହିମଦର୍ଶନ ଏକ୍ସପ୍ରେସ୍‌ ନାମକ ଗ୍ଲାସ୍‌ ରୁଫ୍‌ ଟପ୍‌ ବା କାଚ ଛାତ ଥିବା ଟ୍ରେନ୍‌ ସେବା ଲଞ୍ଚ୍‌ କରିଛି। ଏହି ସେବା ଜରିଆରେ ଯାତ୍ରୀ ନିଜ ସିଟ୍‌ରେ ବସିି କୋଲକତା-ସିମଲା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଖିପାରିବେ। ଏ ଅବସରରେ ଯାତ୍ରୀ ଦେବଦାରୁ ଓ ଚିଲ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

ରେଲେଓ୍ଵ ଏହି ସୁବିଧା କେବଳ କୋଲକାତା-ସିମଲା ରୁଟ୍‌ ପାଇଁ ଯୋଗାଇଛି। କାଚର ଛାତ ଥିବା ଏହି ଟ୍ରେନ୍‌ରେ ଯାତ୍ରୀଙ୍କୁ ଏକ ନିଆରା ଅନୁଭବ ମିଳିବ। ସୂଚନାଯୋଗ୍ୟ ଯେ, କୋଲକତା-ସିମଲା ରେଳ ଲାଇନ୍‌କୁ ୟୁନିସ୍କୋ ବିଶ୍ୱର ଐତିହ୍ୟ ତାଲିକାରେ ସାମିଲ କରିଛି। ଏହି ଟ୍ରେନ୍‌ରେ ମୋଟ ୭ଟି ବିଷ୍ଟାଡୋମ୍‌ କୋଚ୍‌ ରହିଛି। କ୍ରିସ୍‌ମାସ୍‌ ଅବସରରେ ଅର୍ଥାତ୍‌ ୨୫ ଡିସେମ୍ବର ସକାଳେ ଏହି ସେବାକୁ ସାଧାରଣ ନାଗରିକଙ୍କ ଲାଗି ଆରମ୍ଭ କରିଛି।

ଦେଶର ଅନ୍ୟସ୍ଥାନରେ ଚାଲିଥିବା ଟ୍ରେନ୍‌ରେ ଗୋଟିଏ କିମ୍ବା ଦୁଇଟି ବିଷ୍ଟାଡୋମ୍‌ କୋଚ୍‌ ଥିବା ଏଥିରେ ୭ଟି ରହିଛି। ଟ୍ରେନ୍‌ରେ କାଚ ଛାତ ଥିବା କୋଚ୍‌ରେ ଯିବାକୁ ଯାତ୍ରୀମାନେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। କ୍ରିସ୍‌ମାସ୍‌ରେ ଲଞ୍ଚ୍‌ ହୋଇଥିବା ଏହି ଟ୍ରେନ୍‌ରେ ୨ ଜାନୁୟାରୀ ପର୍ଯ୍ୟନ୍ତ ଟିକେଟ୍‌ ଫୁଲ୍‌ ହୋଇସାରିଲାଣି।

ଏହି ଟ୍ରେନ୍‌ରେ ଏଲ୍‌ଇଡି ଲାଇଟ୍‌ ଓ ଇଲେକ୍ଟୋନିକ୍ସ ସାମଗ୍ରୀର ଚାର୍ଜିଂ ବ୍ୟବସ୍ଥା ରହିଛି। ଟ୍ରେନ୍‌ ଟିକେଟ୍‌ର ଦାମ୍‌ ୬୩୦ ଟଙ୍କା ରଖାଯାଇଛି।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago