ମନୋରଂଜନ

ଇଡି ଜାଲରେ ଏଲଭିଶ ଯାଦବ, ମନି ଲଣ୍ଡ୍ରିଂ ମାମଲାରେ ପଚରାଉଚରା

ପ୍ରସିଦ୍ଧ ୟୁଟ୍ୟୁବର୍ ଏଲଭିଶ୍ ଯାଦବଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ଏଲଭିଶଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲାରେ ଇଡି ଏଫ୍‌ଆଇଆର ଦାଖଲ କରିଛି । ଏଲଭିଶଙ୍କ ପାଖରେ ଥିବା ଦାମୀ କାରଗୁଡିକର ପାଇଁ ମଧ୍ୟ ଇଡି ଯାଞ୍ଚ କରିବେ । ସୂଚନା ଅନୁଯାୟୀ, ଏଲଭିଶଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ଏହା ବ୍ୟତୀତ ଏପରି ଖବର ମଧ୍ୟ ଅଛି ଯେ ଏଲଭିଶ ଯାଦବଙ୍କୁ ଇଡି ବଡ ହୋଟେଲ, ରିସର୍ଟ ଏବଂ ଫାର୍ମ ହାଉସ ବିଷୟରେ ମଧ୍ୟ ପଚରାଉଚରା କରିବେ । ତେବେ ପୂର୍ବରୁ ନୋଏଡା ପୋଲିସ ଦ୍ୱାରା ଏଲଭିଶ ଯାଦବଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ଜାମିନରେ ବାହାରେ ଅଛନ୍ତି ।

ତେବେ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଏକ ମାମଲାରେ ମାର୍ଚ୍ଚ ୧୭ ରେ ଏଲଭିଶ ଯାଦବଙ୍କୁ ଗିରଫ କରାଯାଇଥିଲା। । ସାପ ବିଷ ଚୋରା ଚାଲାଣ ମାମଲାରେ ଏଲଭିଶ ଯାଦବଙ୍କୁ ଗୌତମ ବୁଦ୍ଧ ନାଗରର ବକ୍ସାର ଜେଲରେ ରଖାଯାଇଥିଲା । ତେବେ ମାର୍ଚ୍ଚ ୧୭ରେ, ଏଲଭିଶଙ୍କୁ ଅନ୍ୟ ପାଞ୍ଚ ଜଣ ପୋଲିସ ଗିରଫ କରିଥିଲା । ଏହି ମାମଲାରେ ପୋଲିସ ତଦନ୍ତ କରିବା ସମୟରେ ୪ଟି ସାପ ସମେତ 5 ଜଣଙ୍କୁ ଗିରଫ କରିଥିଲା ଏବଂ ସେମାନଙ୍କ ପାଖରୁ ବିଷ ଜବତ କରାଯାଇଥିଲା । ରେଭ ପାର୍ଟି ପାଇଁ ସାପ ବିଷର ବ୍ୟବସ୍ଥା କରିବା ଏବଂ ତାଙ୍କ ଭିଡିଓ ସୁଟ୍ ପାଇଁ ସାପ ବ୍ୟବହାର କରୁଥିବା ଅଭିଯୋଗ କରାଯାଇଥିଲା ।

ବାସ୍ତବରେ, ୨୦୨୩ ବର୍ଷ ଶେଷରେ, ପିପୁଲ୍ସ ଫର ଆନିମଲ୍ସ ସଂଗଠନର ଜଣେ ଅଧିକାରୀ ସେକ୍ଟର – ୪୯ ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିଲେ, ଯେଉଁଥିରେ ଏଲଭିଶ ଯାଦବ ଏବଂ ତାଙ୍କ ସହଯୋଗୀମାନେ ସାପ ବିଷ ବ୍ୟବହାର ଏବଂ କିଣିବା ତଥା ବିକିବାକୁ ନେଇ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ପାର୍ଟି ହେଉଥିବା ସ୍ଥାନ ଉପରେ ଚୌଢଉ କରିଥିଲା । ଯେଉଁଠାରେ କୋବ୍ରା ସମେତ ୯ଟି ସାପ ଏବଂ ୫ ଜଣ ସାପ ଧରାଳି ସମେତ ୨୦ମିଲି ବିଷ ଜବତ କରିଥିଲେ । ତେବେ ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତଙ୍କୁ ଜେଲକୁ ପଠାଇଥିଲା ।

ଏହା ପରେ ସଂଗଠନର ଅଧିକାରୀଙ୍କ ଏକ ଅଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ରାହୁଲ ସଂଗଠନର ଅଧିକାରୀଙ୍କ ସହ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଛି । ଏଥିରେ ରାହୁଲ କହୁଛନ୍ତି ଯେ ସେ ଏଲଭିଶଙ୍କ ଦ୍ୱାରା ଆୟୋଜିତ ପାର୍ଟିରେ ଯୋଗ ଦେଇଛନ୍ତି । ଏହା ସହ ରାହୁଲ ସାପ ସମେତ ଅନ୍ୟ ସାଙ୍ଗମାନଙ୍କ ସହ ପାର୍ଟିରେ ପହଞ୍ଚିଥିଲେ । କିନ୍ତୁ ତେବେ ପରେ ସମସ୍ତେ ଜାମିନ ପାଇଥିଲେ । ପୋଲିସ ଏଲଭିଶ ଯାଦବଙ୍କ କଲ ଲିଷ୍ଟ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରେ ଅନୁସନ୍ଧାନ କରିଥିଲା, ଯେତେବେଳେ ନୋଏଡା ପୋଲିସ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ପାଇଥିଲା, ପୋଲିସ ତାଙ୍କୁ ନୋଟିସ ଦେଇ ପୁଣି ପଚରାଉଚରା ପାଇଁ ଡାକିଥିଲା । ପଚରାଉଚରା ପରେ ତାଙ୍କୁ ନୋଏଡାରୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା । ପାଞ୍ଚ ଦିନ ଜେଲରେ ରହିବା ପରେ ଏଲଭିଶଙ୍କୁ ଜାମିନ ମିଳିଥିଲା ।

D Sonali

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

6 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

10 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

13 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

26 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

43 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago