ଦେଶ ବିଦେଶ

ମା’ କାଳୀଙ୍କ ଅଭିନୟରେ ମଜିଗଲା ନାବାଳକ, ସତରେ କାଟିଦେଲା ରାକ୍ଷସ ଭୂମିକାରେ ଥିବା ନାବାଳକର ତଣ୍ଟି

ଉତ୍ତରପ୍ରଦେଶ କାନପୁରରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ନାଟକରେ ମା’ କାଳୀଙ୍କ ଭୂମିକାରେ ଅଭିନୟ କରିଥିବା ବାଳକ ଆଉ ଜଣେ ୧୧ ବର୍ଷୀୟ ନାବାଳକର ତଣ୍ଟି କାଟିଦେଇଛି । ପିଲାଟିକୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୧୪ ବର୍ଷର ଅଭିଯୁକ୍ତ ଓ ଆଉ ୨ ଜଣ ଛୋଟ ପିଲାଙ୍କୁ ଜେରା ପାଇଁ ଥାନାରେ ଅଟକ ରଖିଛି ।

ଖବର ମୁତାବକ, କାନପୁରର ବିଲହାଉର ଅନ୍ତର୍ଗତ ବାମଭିୟାନପୁର ଗାଁରେ ରହୁଥିବା ସୁବାଷ ସୈନି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭାଗବତ କଥା କାର୍ଯ୍ୟକ୍ରମ ଚାଲିଥିଲା । କାର୍ଯ୍ୟକ୍ରମ ବେଳେ ଗୋଟିଏ ଶୋଭାଯାତ୍ରା ବାହାରି ଥିଲା ଓ ଏଥିରେ ଛୋଟ ପିଲମାନେ ଭଗବତ କଥାର ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିଲେ । ଏହି ସମୟରେ ମା’ କାଳୀଙ୍କ ଭୂମିକାରେ ଥିବା ୧୪ ବର୍ଷ ବୟସର ପିଲାଟି ରାକ୍ଷାସ ଭୂମିକାରେ ଥିବା ୧୧ ବର୍ଷର ପିଲାର ବେକରେ ଛୁରୀ ଲଗାଇଥିଲା । ଅଭିନୟରେ ସେ ଏତେ ମାତ୍ରାରେ ହଜି ଯାଇଥିଲା ଯେ ସେ ୧୧ ବର୍ଷର ପିଲାଟିର ତଣ୍ଟିକୁ କାଟି ଦେଇଥିଲା ।

ବେକ କଟି ଯିବାରୁ ୧୧ ବର୍ଷର ପିଲାଟି ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକମାନେ ତୁରନ୍ତ ହସ୍ପିଟାଲ ନେଇଥିଲେ । ହେଲେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ନାଟକରେ ତ୍ରିଶୂଳ ବ୍ୟବହାର କରିବା ପାଇଁ କୁହାଯାଇଥିଲା, କିନ୍ତୁ ତ୍ରିଶୂଳ ନ ମିଳିବାରୁ ପିଲାଟି ଏକ ଧାରୁଆ ଛୁରୀ ନେଇଆସିଥିଲା । ଛୁରୀକୁ କେବଳ ପ୍ରତିକାତ୍ମକ ଭାବେ ରାକ୍ଷାସ ଭୂମିକାରେ ଥିବା ପିଲାଟିର ବେକରେ ଲଗାଇବାକୁ କୁହାଯାଇଥିଲା । ହେଲେ ସେ ସତରେ ୧୧ ବର୍ଷର ପିଲାଟିର ତଣ୍ଟି କାଟି ଦେଇଥିଲା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୧ ବର୍ଷର ପିଲାଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବ ସହ ଅଭିଯୁକ୍ତ ଓ ଆୟୋଜକମାନଙ୍କୁ ଅଟକ ରଖି ପଚରାଉଚରା କରୁଛି । କାନପୁର ପୋଲିସ ଡିସିପି କହିଛନ୍ତି, ମୃତକଙ୍କ ବାପାଙ୍କ ଅଭିଯୋଗ ପରେ ମାମଲା ଦାୟର କରାଯାଇଛି । ପିଲାକୁ ଜୁନେଭାଲ କୋର୍ଟରେ ହାଜର କରାଯିବ । ଆଗାମୀ କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ ହେବ ।

Swagatika

Recent Posts

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

25 mins ago

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

1 hour ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

1 hour ago

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

1 hour ago

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୩ ଆହତ

ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ…

1 hour ago

କୁଲରରେ ପରିଣତ ହେଲା ପୁରୁଣା ଟିଭି, ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ଯୁଗାଡ଼କୁ ନେଇ ଭାରତରେ କୌଣସି ବିରତି ନାହିଁ । ଏଠାରେ ପ୍ରତ୍ୟେକ ସମସ୍ୟାର ସୁଲଭ ଏବଂ ଦୃଢ଼ ସମାଧାନ ରହିଛି…

1 hour ago