ଦେଶ ବିଦେଶ

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି । ମୁମ୍ବାଇ ପୋଲିସ ଶିବସେନା (ସିନ୍ଦେ ଦଳ) ସାଂସଦ ରବିନ୍ଦ୍ର ଭାୟକରଙ୍କ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପୁଣି ଥରେ ଇଭିଏମ୍‌ ବିବାଦ ଦେଖାଦେଇଛି । ଏହି ପ୍ରସଙ୍ଗରେ ଶାସକ ଏବଂ ବିରୋଧୀ ଦଳର ନେତାମାନେ ସାମ୍ନାସାମ୍ନି ହୋଇଛନ୍ତି ।

ବର୍ତ୍ତମାନ ବିରୋଧୀ ନେତାଙ୍କ ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରିଟର୍ଣ୍ଣିଂ ଅଫିସର ବନ୍ଦନା ସୂର୍ଯ୍ୟବଂଶୀ କହିଛନ୍ତି ଯେ ଇଭିଏମ୍‌କୁ ଖୋଲିବା ପାଇଁ କୌଣସି OTP ଲାଗେ ନାହିଁ । ଇଭିଏମ୍ ଡିଭାଇସ୍ କାହା ସହିତ ସଂଯୁକ୍ତ ନୁହେଁ । ଇଭିଏମ୍ ହେଉଛି ଷ୍ଟାଣ୍ଡାଲୋନ୍‌ ସିଷ୍ଟମ୍‌ । ଖବରକାଗଜରେ ସଂପୂର୍ଣ୍ଣ ଭୁଲ ଖବର ପ୍ରକାଶିତ ହୋଇଛି । ଆମେ ସମ୍ପୃକ୍ତ ଖବରକାଗଜକୁ ଏକ ନୋଟିସ୍ ଜାରି କରିଛୁ । ଆଇପିସି ଧାରା ୪୯୯ ଅଧୀନରେ ମାନହାନି ମକଦ୍ଦମା ମଧ୍ୟ ଦାୟର କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଖବରକାଗଜର ସାମ୍ବାଦିକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲି । ଆଇପିସି ଧାରା ୫୦୫ ଏବଂ ୪୯୯ ଅନୁଯାୟୀ ସେମାନଙ୍କୁ ନୋଟିସ୍ ପଠାଇବୁ । ଗୌରବଙ୍କୁ ଯେଉଁ ମୋବାଇଲ୍ ରଖିବାକୁ ଅନୁମତି ଦିଆଯାଇଥିଲା, ତାହା ତାଙ୍କ ନିଜର ମୋବାଇଲ୍ ଫୋନ୍‌ ଥିଲା । ପୋଲିସର ଯାଞ୍ଚ ପରେ ଆମେ ଇଣ୍ଟରନାଲ୍‌ ତଦନ୍ତ କରିବୁ କି ନାହିଁ, ତାହା ଆଗକୁ ସ୍ଥିର କରାଯିବ ।

କହି ରଖୁଛୁ କି, ଇଭିଏମ୍‌ ସମ୍ପର୍କିତ ମାମଲାରେ ମୁମ୍ବାଇ ପୋଲିସ ସାଂସଦ ରବିନ୍ଦ୍ର ଭାୟକରଙ୍କ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ମୁମ୍ବାଇର ଗୋରେଗାଓଁ ନିର୍ବାଚନ କେନ୍ଦ୍ର ଭିତରେ ନିଷେଧାଦେଶ ସତ୍ତ୍ୱେ ସେ ତାଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ତାଙ୍କୁ ମୋବାଇଲ ଫୋନ୍ ଦେଇଥିବା ଅଭିଯୋଗରେ ପୋଲିସ ନିର୍ବାଚନ ଆୟୋଗର ଜଣେ କର୍ମଚାରୀଙ୍କ ବିରୋଧରେ ମାମଲା ପଞ୍ଜିକୃତ କରିଛି ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago