ମନୋରଂଜନ

କପିଲ୍‌ ଶର୍ମାଙ୍କ ହଟ୍‌ ଲୁକ୍‌ ଦେଖି ଫ୍ୟାନମାନେ ବେହୋସ୍‌! ଆସୁଛି ‘ଦ କପିଲ୍‌ ଶର୍ମା ଶୋ’ର ନୂଆ ସିଜନ୍‌…

କମେଡି ଦୁନିଆରେ ଢେର୍‌ ନାଁ କମାଉଛନ୍ତି କମେଡିଆନ୍‌ କପିଲ୍‌ ଶର୍ମା। ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦ କପିଲ୍‌ ଶର୍ମା ଶୋ’କୁ ସେ ହୋଷ୍ଟ୍‍ କରି ଥାଆନ୍ତି। ଏବେ ଖବର ଆସୁଛି କି, ଦ କପିଲ୍‌ ଶର୍ମା ଶୋ’ର ନୂଆ ସିଜନ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି, ଯାହାକୁ ନେଇ ଫ୍ୟାନମାନେ ବେଶ୍‌ ଉତ୍ସାହୀ ଅଛନ୍ତି। ଇତି ମଧ୍ୟରେ କପିଲ୍‌ ନିଜର ନୂଆ ଲୁକ୍‌ ଜାରି କରି ଫ୍ୟାନମାନଙ୍କୁ ମତୁଆଲା କରି ଦେଇଛନ୍ତି।

କମେଡିଆନ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ୍‍ ସେୟାର କରିଛନ୍ତି। ଏଥିରେ ସେ ନିଜର ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ନୂଆ ସିଜନ୍‌, ନୂଆ ଲୁକ୍‌’। ଦ କପିଲ୍‌ ଶର୍ମା ଶୋ’ର ନୂଆ ସିଜନ୍‌ରୁ କପିଲ୍‌ ନିଜର ନୂଆ ଅବତାର ଦେଖାଇଛନ୍ତି, ଯେଉଁଥିରେ ସେ ବହୁତ ହ୍ୟାଣ୍ଡ୍‌ସମ ଦେଖା ଯାଉଛନ୍ତି।

ଦିନ ଥିଲା, ଯେବେ କପିଲ୍‌ ନିଜର ଅନ୍‌ହେଲ୍‌ଦି ବଡିକୁ ନେଇ ନିଜକୁ ହିଁ ଟ୍ରୋଲ କରୁଥିଲେ, ଆଉ ଏବେ ତାଙ୍କର ଏହି ଟ୍ରାନ୍ସଫର୍ମେସନ ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବ୍ଲାକ୍‌ ଜିନ୍ସ ଓ ଟି-ଶାର୍ଟ ସହିତ ହ୍ଵାଇଟ୍‌ ବ୍ଲେଜରରେ କପିଲ ଶର୍ମା ବହୁତ ଆକର୍ଷକ ଲାଗୁଛନ୍ତି। ସେ ବ୍ଲାକ୍‌ ଶୁଜ୍‌ ଓ ଗଗଲ୍ସରେ ନିଜ ଲୁକ୍‌କୁ ଷ୍ଟାଇଲିସ୍‌ କରିବା ସହିତ ସାଇଡ୍‌ ପୋଜ୍‌ରେ ଚାର୍ମିଂ ଲାଗୁଛନ୍ତି।

ତେବେ କହି ରଖୁଛୁ, କପିଲ୍‌ ଶର୍ମାଙ୍କୁ ଆଉ କେହି ନୁହେଁ, ବରଂ ତାଙ୍କ ପତ୍ନୀ ଗିନ୍ନି ଚତରଥ୍‌ ହିଁ ଏଭଳି ଷ୍ଟାଇଲିସ୍‌ ଲୁକ୍‌ ଦେଇଛନ୍ତି। କପିଲ୍‌ ଶର୍ମାଙ୍କ ଏହି ଲୁକ୍‌ ଦେଖି କେବଳ ଫ୍ୟାନ୍‌ମାନେ ନୁହଁନ୍ତି, ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ରବି ଦୁବେ, ଆୟୁଷ୍ମାନ ଖୁରାନାଙ୍କ ଭଳି ଟିଭି କଳାକାର କପିଲ୍‌ଙ୍କ ଫଟୋରେ କମେଣ୍ଟ କରି ତାଙ୍କ ଲୁକ୍‌ର ପ୍ରଶଂସା କରିଛନ୍ତି। ସେହିପରି ହିନା ଖାନ୍‌ ବି ଫାୟାର ଇମୋଜୀ ସେୟାର କରି କପିଲ୍‌ଙ୍କୁ ପ୍ରଶଂସା କରିଛନ୍ତି।

Roshni

Recent Posts

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

1 min ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

8 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

22 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

34 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

46 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago