ମନୋରଂଜନ

ଦେଖନ୍ତୁ ମିସ୍ ଇଣ୍ଡିଆ ରନର-ଅପ୍ ମାନ୍ୟା ସିଂହଙ୍କ କିଛି ଭିଡିଓ, ଆଖିରେ ଆସିଯିବ ଲୁହ

ମିସ୍ ଇଣ୍ଡିଆ ୨୦୨୦ ରନର-ଅପ୍ ରହିଥିବା ମାନ୍ୟା ଓମ୍ ପ୍ରକାଶ ସିଂହଙ୍କ ସଂଘର୍ଷ କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣା ସାଜିବ। କାହିଁକିନା ଆପଣ ଏଥିରୁ ଜାଣିପାରିବେ ଯେ ଉଚ୍ଚଭିଳାଶ ଏବଂ ଲକ୍ଷ୍ୟ ଆଗରେ ଅଭାବ ବି ହାର୍ ମାନିଥାଏ। ଭିଏଲସିସି ମିସ୍ ଇଣ୍ଡିଆ ୨୦୨୦ର ରନର-ଅପ୍ ମୁକୁଟ ହାସଲ କରିଥିବା ମାନ୍ୟା ଜଣେ ଅଟୋ ଡ୍ରାଇଭରଙ୍କ ଝିଅ। ମାନ୍ୟାଙ୍କର ଏହି ସଂଘର୍ଷମୟ କାହାଣୀ ଜାଣିଲେ ଆପଣ ବି ଭାବବିହ୍ଵଳଳ ହୋଇଯିବେ।

ମାନ୍ୟା ଏକ ଇଣ୍ଟରଭ୍ୟୁରେ କହିଥିଲେ – ‘ତୁ ଖୁଦ୍ କି ଖୋଜ ମେ ନିକଲ, ତୁ କିସ୍ ଲିଏ ହତାସ୍ ହେ, ତୁ ଚଲ ତେରେ ବଜୁଦ କୀ ସମୟ କୋ ଭି ତଲାସ ହେ।’ ନିକଟରେ ମାନ୍ୟା ଇନଷ୍ଟାଗ୍ରାମରେ କିଛି ଭିଡିଓ ପୋଷ୍ଟ କରିଛନ୍ତି, ଯାହା ଆପଣଙ୍କ ହୃଦୟକୁ ଛୁଇଁନେବ। ଏଥିରେ ସେ ନିଜ ବାପା –ମାଆଙ୍କ ପାଦ ଛୁଇଁ ତାଙ୍କର ଲୁହ ପୋଛୁଥିବା ନଜର ଆସୁଛନ୍ତି।

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଅଟୋ ଛିଡା ହୋଇଛି। ପାଖରେ ବହୁତ କ୍ୟାମେରା ମ୍ୟାନ୍ ରହିଛନ୍ତି। ଏହି ସମୟରେ ମାନ୍ୟା ନିଜ ମାଙ୍କ ପାଦ ଛୁଇଁ ଆଲିଙ୍ଗନ କରୁଛନ୍ତି। ଏହାପରେ ସେମାନେ ନିଜ ବାପାଙ୍କ ଲୁହ ପୋଛି ତାଙ୍କୁ ମଧ୍ୟ ଆଲିଙ୍ଗନ କରୁଛନ୍ତି। ଏହି ପୂରା ଦୃଶ୍ୟକୁ ଦେଖି ଅନେକ ଲୋକ ଭାବୁକ ହୋଇଯାଇଛନ୍ତି।

ଉତ୍ତରପ୍ରଦେଶର ଦେବରିୟାର ମାନ୍ୟା ସିଂହ ମାଙ୍କ ସହିତ ନିଜ ବାପାଙ୍କ ଅଟୋରେ ବସି ଏକ ସମ୍ମାନ ସମାରୋହରେ ପହଁଚିଲେ। ଯେଉଁଥିରେ ତାଙ୍କ ସମେତ ତାଙ୍କ ବାପା ମାଆଙ୍କୁ ସମ୍ମାନିତ କରାଗଲା। ତାଙ୍କ ବାପା ନିଜେ ଅଟୋ ଚଲା ସମାରୋହରେ ଯୋଗ ଦେଲେ।

ମାନ୍ୟା କୁହନ୍ତି, ‘ମୋ ବ୍ୟାକଗ୍ରାଉଣ୍ଡ ସବୁବେଳେ ମୋ ସାହସ ହୋଇ ରହିଛି। ଆମକୁ ସବୁବେଳେ ନିମ୍ନରୁ ଉଠିବା ଉଚିତ। ଆପଣ ଚାହିଁଲେ ଯେତେ ବି ଆକାଶକୁ ଛୁଅଁନ୍ତୁ। ଆପଣଙ୍କ ମୁଣ୍ଡ ଉଚ୍ଚା ରହିବା ଉଚିତ ଏବଂ ଆପଣଙ୍କ ପାଦ ଭୂମିରେ ରହିବା ଉଚିତ। ସନ୍ତୁଳନ ରହିବା ଆବଶ୍ୟକ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

26 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

45 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

53 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago