photo credit: parhlo.com
ଏବେ ଇଣ୍ଟରନେଟ୍ରେ ପାକିସ୍ତାନୀ ଇନ୍ଫ୍ଲୁଏନ୍ସର ଦନାନୀର ମୁବୀନଙ୍କ ‘ପାଓ୍ଵରୀ ହୋଇ ରହି ହୈ’ ଭିଡିଓ ଛାଇ ଯାଇଛି। ସବୁଆଡ଼େ ଲୋକେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ମିମ୍ସ ଏବଂ ଜୋକ୍ସ ମଧ୍ୟ ବନାଯିବାରେ ଲାଗିଛି। ଏପରି କି, ଜଣାଶୁଣା ମ୍ୟୁଜିସିୟାନ୍ ୟଶରାଜ ମୁଖାଟେ ବି ଏହି ଭିଡିଓକୁ ନୂଆ ରିମିକ୍ସ ବନାଇ ଦେଇଛନ୍ତି, ଯାହାକି ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି। ବଲିଉଡ୍ ଷ୍ଟାରମାନେ ଭିଡିଓକୁ ଖୁବ୍ ଏନ୍ଜୟ କରୁଛନ୍ତି।
ଏହାରି ଭିତରେ ଦନାନୀରଙ୍କର ନୂଆ ଗୀତ ସାମ୍ନାକୁ ଆସିଛି। ନୂଆ ଭିଡିଓରେ ପାଓ୍ଵରୀ #Pawri ଗାର୍ଲ ପୁରୁଣା ବଲିଉଡ୍ ଗୀତ ‘ତେରା ମେରା ରିସ୍ତା’ ଗାଉଥିବାର ନଜର ଆସୁଛନ୍ତି। ଏଥିରେ ସେ ସୁମଧୁର କଣ୍ଠରେ ଗୀତ ଗାଉଛନ୍ତି। ଫ୍ୟାନ୍ମାନେ ଏହାକୁ ଖୁବ୍ ପସନ୍ଦ କରୁଥିବା ବେଳେ ଲଗାତାର କମେଣ୍ଟସ୍ ମଧ୍ୟ କରିବାରେ ଲାଗିଛନ୍ତି।
ଭିଡିଓକୁ ଦନାନୀର ୧୬ ଫେବୃଆରୀରେ ଶେୟାର କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି। ଭିଡିଓକୁ ଦେଖିବା ପରେ ଲୋକେ ତାଙ୍କ ଫ୍ୟାନ୍ ମଧ୍ୟ ହୋଇଗଲେଣି। କହି ରଖୁଛୁ, ଦନାନୀର ମୁବୀନ ପାକିସ୍ତାନର ପେଶାଓ୍ଵରରେ ରହୁଛନ୍ତି। ସେ ନିଜକୁ ‘କଣ୍ଟେଣ୍ଟ୍ କ୍ରିଏଟର’ କହୁଛନ୍ତି।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…