ପୁଣି ଇଣ୍ଟରନେଟ୍‌ରେ ଧମାକା କଲେ Pawri ଗାର୍ଲ, କୋକିଳ କଣ୍ଠରେ ଗାଇଲେ ବଲିଉଡ୍‌ ଗୀତ, ଲୋକେ ମନ୍ତ୍ରମୁଗ୍ଧ

ଏବେ ଇଣ୍ଟରନେଟ୍‌ରେ ପାକିସ୍ତାନୀ ଇନ୍‌ଫ୍ଲୁଏନ୍ସର ଦନାନୀର ମୁବୀନଙ୍କ ‘ପାଓ୍ଵରୀ ହୋଇ ରହି ହୈ’ ଭିଡିଓ ଛାଇ ଯାଇଛି। ସବୁଆଡ଼େ ଲୋକେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ମିମ୍ସ ଏବଂ ଜୋକ୍ସ ମଧ୍ୟ ବନାଯିବାରେ ଲାଗିଛି। ଏପରି କି, ଜଣାଶୁଣା ମ୍ୟୁଜିସିୟାନ୍‌ ୟଶରାଜ ମୁଖାଟେ ବି ଏହି ଭିଡିଓକୁ ନୂଆ ରିମିକ୍ସ ବନାଇ ଦେଇଛନ୍ତି, ଯାହାକି ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି। ବଲିଉଡ୍‌ ଷ୍ଟାରମାନେ ଭିଡିଓକୁ ଖୁବ୍‌ ଏନ୍‌ଜୟ କରୁଛନ୍ତି।

ଏହାରି ଭିତରେ ଦନାନୀରଙ୍କର ନୂଆ ଗୀତ ସାମ୍ନାକୁ ଆସିଛି। ନୂଆ ଭିଡିଓରେ ପାଓ୍ଵରୀ #Pawri ଗାର୍ଲ ପୁରୁଣା ବଲିଉଡ୍‌ ଗୀତ ‘ତେରା ମେରା ରିସ୍ତା’ ଗାଉଥିବାର ନଜର ଆସୁଛନ୍ତି। ଏଥିରେ ସେ ସୁମଧୁର କଣ୍ଠରେ ଗୀତ ଗାଉଛନ୍ତି। ଫ୍ୟାନ୍‌ମାନେ ଏହାକୁ ଖୁବ୍‌ ପସନ୍ଦ କରୁଥିବା ବେଳେ ଲଗାତାର କମେଣ୍ଟସ୍‌ ମଧ୍ୟ କରିବାରେ ଲାଗିଛନ୍ତି।

ଭିଡିଓକୁ ଦନାନୀର ୧୬ ଫେବୃଆରୀରେ ଶେୟାର କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି। ଭିଡିଓକୁ ଦେଖିବା ପରେ ଲୋକେ ତାଙ୍କ ଫ୍ୟାନ୍‌ ମଧ୍ୟ ହୋଇଗଲେଣି। କହି ରଖୁଛୁ, ଦନାନୀର ମୁବୀନ ପାକିସ୍ତାନର ପେଶାଓ୍ଵରରେ ରହୁଛନ୍ତି। ସେ ନିଜକୁ ‘କଣ୍ଟେଣ୍ଟ୍‌ କ୍ରିଏଟର’ କହୁଛନ୍ତି।

 

View this post on Instagram

 

A post shared by Dananeer | 🇵🇰 (@dananeerr)

Leave A Reply

Your email address will not be published.