Categories: ମନୋରଂଜନ

ପୁଣି ଫେରିଲେ ରାନୁ ମଣ୍ଡଳ, ରିଲିଜ୍‌ ହେଲା ଫିଲ୍ମ ‘ହ୍ୟାପି ହାର୍ଡି ଆଣ୍ଡ ହୀର’ର ଟ୍ରେଲର

ବଲିଉଡ ଅଭିନେତା, ମ୍ୟୁଜିକ୍‌ ଡାଇରେକ୍ଟର ଏବଂ ସିଙ୍ଗର ହିମେଶ ରେସମିୟା ଏବଂ ଅଭିନେତ୍ରୀ ସୋନିୟା ମାନଙ୍କ ଅପ୍‌ କମିଂ ଫିଲ୍ମ ‘ହ୍ୟାପି ହାର୍ଡି ଆଣ୍ଡ ହୀର’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଟ୍ରେଲରରେ ହିମେଶ ରେସମିୟା ଦୁଇଟି ଭୂମିକାରେ ଅଭିନୟ କରୁଥିବାର ନଜର ଆସିଛନ୍ତି। ଏହି ଫିଲ୍ମର ଆରମ୍ଭରୁ ଏହାର ବ୍ୟାକଗ୍ରାଉଣ୍ଡରେ ରାନୁ ମଣ୍ଡଳଙ୍କ ଗୀତ ‘ତେରି ମେରି’ ମଧ୍ୟ ଶୁଣିବାକୁ ମିଳିଛି। ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ବର୍ତ୍ତମାନ ୟୁଟ୍ୟୁବରେ ଟ୍ରେଣ୍ଡ ହେବାରେ ଲାଗିଛି।

ସୂଚନା ମୁତାବକ ‘ହ୍ୟାପି ହାର୍ଡି ଆଣ୍ଡ ହୀର’ର ଟ୍ରେଲର ମଧ୍ୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫିଲ୍ମର ଟ୍ରେଲର ମାତ୍ର ୨ ଘଣ୍ଟା ମଧ୍ୟରେ ୩୧ ହଜାରରୁ ଅଧିକ ଥର ଦେଖିସାରିଛନ୍ତି। ଅନ୍ୟପଟେ ଏହି ଫିଲ୍ମର ଭଲପାଇବାର ଟ୍ରାଇ ଆଙ୍ଗଲ ଦର୍ଶକଙ୍କୁ ଖୁବ୍‌ ହସାଇପାରିଛି। ଏହି ଫିଲ୍ମର ଟ୍ରେଲରରେ ରୋମାନ୍ସ ସହ କମେଡିର ତଡକା ମଧ୍ୟ ଆପଣମାନେ ଦେଖିବାକୁ ପାଇବେ।

ପ୍ରଥମରୁ ଏହି ଫିଲ୍ମର ଗୀତ ସୋସିଆଲ ମିଡିଆରେ ଧମାଲ କରି ସାରିଛି। କାରଣ ଏହି ଫିଲ୍ମରେ ରାନୁ ମଣ୍ଡଳଙ୍କର ପ୍ରଥମ ଗୀତ ‘ତେରି ମେରି କାହାନୀ’ ରେକର୍ଡ କରାଯାଇଥିଲା। ଏଥିରେ ମ୍ୟୁଜିକ୍ ହିମେଶ ଓ ରାନୁ ମଣ୍ଡଳ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ଆସନ୍ତା ୩୧ ଜାନୁଆରୀରେ ରିଲିଜ୍‌ ହେବ।

video courtesy: Pooja Entertainment

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

18 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

23 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago