ପୁଣି ଫେରିଲେ ରାନୁ ମଣ୍ଡଳ, ରିଲିଜ୍‌ ହେଲା ଫିଲ୍ମ ‘ହ୍ୟାପି ହାର୍ଡି ଆଣ୍ଡ ହୀର’ର ଟ୍ରେଲର

ବଲିଉଡ ଅଭିନେତା, ମ୍ୟୁଜିକ୍‌ ଡାଇରେକ୍ଟର ଏବଂ ସିଙ୍ଗର ହିମେଶ ରେସମିୟା ଏବଂ ଅଭିନେତ୍ରୀ ସୋନିୟା ମାନଙ୍କ ଅପ୍‌ କମିଂ ଫିଲ୍ମ ‘ହ୍ୟାପି ହାର୍ଡି ଆଣ୍ଡ ହୀର’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଟ୍ରେଲରରେ ହିମେଶ ରେସମିୟା ଦୁଇଟି ଭୂମିକାରେ ଅଭିନୟ କରୁଥିବାର ନଜର ଆସିଛନ୍ତି। ଏହି ଫିଲ୍ମର ଆରମ୍ଭରୁ ଏହାର ବ୍ୟାକଗ୍ରାଉଣ୍ଡରେ ରାନୁ ମଣ୍ଡଳଙ୍କ ଗୀତ ‘ତେରି ମେରି’ ମଧ୍ୟ ଶୁଣିବାକୁ ମିଳିଛି। ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ବର୍ତ୍ତମାନ ୟୁଟ୍ୟୁବରେ ଟ୍ରେଣ୍ଡ ହେବାରେ ଲାଗିଛି।

himeshସୂଚନା ମୁତାବକ ‘ହ୍ୟାପି ହାର୍ଡି ଆଣ୍ଡ ହୀର’ର ଟ୍ରେଲର ମଧ୍ୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫିଲ୍ମର ଟ୍ରେଲର ମାତ୍ର ୨ ଘଣ୍ଟା ମଧ୍ୟରେ ୩୧ ହଜାରରୁ ଅଧିକ ଥର ଦେଖିସାରିଛନ୍ତି। ଅନ୍ୟପଟେ ଏହି ଫିଲ୍ମର ଭଲପାଇବାର ଟ୍ରାଇ ଆଙ୍ଗଲ ଦର୍ଶକଙ୍କୁ ଖୁବ୍‌ ହସାଇପାରିଛି। ଏହି ଫିଲ୍ମର ଟ୍ରେଲରରେ ରୋମାନ୍ସ ସହ କମେଡିର ତଡକା ମଧ୍ୟ ଆପଣମାନେ ଦେଖିବାକୁ ପାଇବେ।

film Trailerପ୍ରଥମରୁ ଏହି ଫିଲ୍ମର ଗୀତ ସୋସିଆଲ ମିଡିଆରେ ଧମାଲ କରି ସାରିଛି। କାରଣ ଏହି ଫିଲ୍ମରେ ରାନୁ ମଣ୍ଡଳଙ୍କର ପ୍ରଥମ ଗୀତ ‘ତେରି ମେରି କାହାନୀ’ ରେକର୍ଡ କରାଯାଇଥିଲା। ଏଥିରେ ମ୍ୟୁଜିକ୍ ହିମେଶ ଓ ରାନୁ ମଣ୍ଡଳ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ଆସନ୍ତା ୩୧ ଜାନୁଆରୀରେ ରିଲିଜ୍‌ ହେବ।

video courtesy: Pooja Entertainment

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.