Below header

ଶୁଟିଂ ସମୟରେ ରାଖୀ ସାୱନ୍ତଙ୍କର ହେଲା ଏପରି ଅବସ୍ଥା, ଭିଡିଓ ସେୟାର କରି ଲେଖିଲେ ‘ବ୍ୟାଣ୍ଡ ବଜାଦି ମେରୀ…’

ବଲିଉଡର ଡ୍ରାମା କୁଇନ ରାଖି ସାୱନ୍ତ ଅଧିକାଂଶ ଚର୍ଚ୍ଚାରେ ରହିଥାନ୍ତି । ସେ ସବୁବେଳେ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଯେଉଁଥିରୁ ଅଧିକାଂଶ ଭିଡିଓ ଭାଇରଲ ହୋଇଥାଏ । ତେବେ ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯାହାକି ଖୁବ ଭାଇରଲ ହେବାରେ ଲାଗିଛି । ରାଖୀଙ୍କର ଏହି ଭିଡିଓଟି ତାଙ୍କ ସୁଟିଂ ସମୟର ଅଟେ ଯେଉଁଥିରେ ତାଙ୍କର ଭୟଙ୍କର ଅବସ୍ଥା ଦେଖିବାକୁ ମିଳିଛି । ତେବେ ରାକ୍ଷୀଙ୍କୁ ଏକ ତାର ସାହାଯ୍ୟରେ ଆକାଶରେ ଉଡୁଥିବା ସିନ ଶୁଟ କରିବାର ଥିଲା କିନ୍ତୁ ଏହି ସିନରେ ଅଭିନେତ୍ରୀ ଜଣକ ଏତେ ମାତ୍ରାରେ ଡରି ଯାଇଛନ୍ତି ଯେ ସେ ଡାଇରେକ୍ଟରଙ୍କୁ ଏହି ସିନ ନକରିବା ପାଇଁ କହିଛନ୍ତି ।

 

View this post on Instagram

 

A post shared by Rakhi Sawant (@rakhisawant2511) on


ରାଖୀ ସାୱନ୍ତଙ୍କ କଥାରେ ଧ୍ୟାନ ନଦେଇ ଡ଼ାଇରେକ୍ଟର ତାଙ୍କୁ ଏହି ସିନ ପୁରା କରିବା ପାଇଁ କହୁଥିବା ଦେଖିବାକୁ ମିଳିଛି ଏହି ଭିଡିଓରେ । ତେବେ ରାଖୀ ପବନରେ ଉଡିବା ମାତ୍ରେ ଜୋର ଜୋରରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି ଏବଂ ଏହି ସିନ ପୁରଣ ହୋଇପାରୁନାହିଁ । ଯେଉଁଥିପାଇଁ ଏହାକୁ ପୁଣିଥରେ ସୁଟିଂ କରିବାକୁ ପଡୁଛି । ରାଖୀ ସାୱନ୍ତଙ୍କ ଏହି ଭିଡିଓ ସେୟାର କରିବା ସହିତ କ୍ୟାପ୍ସନରେ ଲେଖିଛନ୍ତି “ବ୍ୟାଣ୍ଡ ବଜାଦି ମେରୀ, ମେରା ଫାଷ୍ଟ ଟାଇମ ହେ” । ଏହିପରି ଭାବେ ରାଖୀ ତାଙ୍କର ଅନୁଭୂତିକୁ ନିଜ ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି ।

 

View this post on Instagram

 

A post shared by Rakhi Sawant (@rakhisawant2511) on


ସୂଚନା ଅନୁଯାୟୀ ରାଖୀ ସାୱନ୍ତ ବଲିଉଡ ଫିଲ୍ମ ବ୍ୟତୀତ ଅନେକ ଟେଲିଭିଜନ ଶୋ’ରେ ମଧ୍ୟ କାମ କରିଛନ୍ତି ଏବଂ ଆଗକୁ ତାଙ୍କର ଅନେକ ଫିଲ୍ମ ରିଲିଜ ଅପେକ୍ଷାରେ ମଧ୍ୟ ରହିଛି । ସେ ନିକଟରେ ‘ବିଗବଶ’ ‘ଅବ ହୋଗା ଇନ୍ସାଫ’ ଭଳି ଅପକମିଙ୍ଗ ଫିଲ୍ମରେ ଦେଖିବାକୁ ମିଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.