Categories: ମନୋରଂଜନ

ଫିଲ୍ମଫେୟାର୍‌-୨୦୧୯ : ଜାଣନ୍ତୁ କାହାକୁ ମିଳିଲା କେଉଁ ଆୱାର୍ଡ଼

ବଲିଉଡର ସବୁଠୁ ବଡ଼ ପ୍ରତିଷ୍ଠିତ ଆୱର୍ଡ଼ ‘ଫିଲ୍ମ ଫେୟାର ଆୱାର୍ଡ଼-୨୦୧୯’ ଗତକାଲି ମୁମ୍ବାଇର ଜିଓ ଗାର୍ଡ଼େନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହା ଫିଲ୍ମଫେୟାରର ୬୪ତମ ସଂସ୍କରଣ। ଚଳିତ ବର୍ଷ ଏହି ଆୱାର୍ଡ଼ ନାଇଟକୁ କିଙ୍ଗ ଖାନଙ୍କ ସହ ୟଙ୍ଗ ଟ୍ୟାଲେଣ୍ଟେଡ୍ ଆକ୍ଟର ଭିକି କୌଶାଲ୍ ଓ ରାଜ କୁମାର ରାଓ ହୋଷ୍ଟ କରିଛିନ୍ତି। ବଲିଉଡର ଅନେକ ନାମୀ ଦାମୀ କଳାକାର ଏଥିରେ ସାମିଲ ହୋଇଛନ୍ତି। ଅନେକ କଳାକାର ଏଥର ଷ୍ଟେଜରେ ଦମଦାର ଡାନ୍ସ ମଧ୍ୟ କରିଛନ୍ତି। ତେବେ ଫିଲ୍ମ ଫେୟାରରେ କିଏ କେଉଁ କାଟାଗୋରିରେ ଆୱାର୍ଡ଼ ଜିତିଲେ ଆସନ୍ତୁ ଜାଣିବା।

ଚଳିତ ବର୍ଷ ଫିଲ୍ମଫେୟାରର ଶ୍ରେଷ୍ଠ ଅଭିନେତାର ସମ୍ମାନ ରଣବୀର କପୁରଙ୍କୁ ମିଳିଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଆଲିଆ ଭଟ୍ଟ ପାଇଛନ୍ତି। ରଣବୀର କପୁରଙ୍କୁ ଏହି ଆୱର୍ଡ଼ ଫିଲ୍ମ ‘ସଞ୍ଜୁ’ରେ ତାଙ୍କର ସ୍ପେଶାଲ ଅଭିନୟ ପାଇଁ ମିଳିଛି। ସେହିପରି ଫିଲ୍ମ ‘ରାଜି’ରେ ଆଲିଆ ଭଟ୍ଟଙ୍କ ଦମଦାର୍ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ଼ ମିଳିଛି। କେବଳ ଏତିକି ନୁହେଁ ଆଲିଆଙ୍କ ଫିଲ୍ମ ‘ରାଜି’କୁ ବେଷ୍ଟ ଫିଲ୍ମ ଆୱାର୍ଡ଼ (ପପୁଲାର) ମଧ୍ୟ ମିଳିଛି। ଏହି ଫିଲ୍ମର ଗୀତ ‘ଏ ୱତନ୍’ ପାଇଁ ଗୁଲଜାରଙ୍କୁ ବେଷ୍ଟ ଲିରିକ୍ସ ଓ ଅରିଜିତ୍ ସିଂହଙ୍କୁ ବେଷ୍ଟ ସିଙ୍ଗର ଆୱାର୍ଡ଼ ମିଳିଛି। ଏହା ବ୍ୟତୀତ ମେଘନା ଗୁଲଜାରଙ୍କୁ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ମଧ୍ୟ ମିଳିଛି।

ବେଷ୍ଟ ଆକ୍ଟର କ୍ରିଟିକ୍ସର ଆୱାର୍ଡ଼ ରଣବୀର ସିଂହ (ପଦ୍ମାବତ୍) ଓ ଆୟୁଷ୍ମାନ୍ ଖୁରାନାଙ୍କୁ (ଅନ୍ଧାଧୁନ୍) ପାଇଁ ମିଳିଥିବାବେଳେ ନୀନା ଗୁପ୍ତାଙ୍କୁ ଫିଲ୍ମ ‘ବଧାଇ ହୋ’ ପାଇଁ ବେଷ୍ଟ ଆକ୍ଟ୍ରେସ୍ କ୍ରିଟିକ୍ସର ଆୱାର୍ଡ଼ ମିଳିଛି। ସେହିପରି କ୍ରିଟିକ୍ସର ଶ୍ରେଷ୍ଠ ଚଳଚ୍ଚିତ୍ର ଆୱାର୍ଡ଼ ମଧ୍ୟ ‘ଅନ୍ଧାଧୁନ୍’ ଜିତିଛି। ବେଷ୍ଟ ଡେବ୍ୟୁ ଆକ୍ଟର ଇଶାନ୍ ଖଟ୍ଟର ଓ ବେଷ୍ଟ ଡେବ୍ୟୁ ଆକ୍ଟ୍ରେସ୍ ସାରା ଅଲ୍ଲୀ ଖାନ୍ଙ୍କୁ ମିଳିଛି।

ସଞ୍ଜୟ ଲୀଲା ଭଂଶାଲୀଙ୍କୁ ଫିଲ୍ମ ‘ପଦ୍ମାବତ୍’ ପାଇଁ ଗୁଲଶନ କୁମାର୍ ଆୱାର୍ଡ଼ ଫର ବେଷ୍ଟ ମ୍ୟୁଜିକ୍ ଆଲବମର ଆୱର୍ଡ଼ ମିଳିଛି। ଶ୍ରେୟା ଘୋଷାଲଙ୍କୁ ଏହି ଫିଲ୍ମର ଗୀତ ‘ଘୁମର୍’ ପାଇଁ ବେଷ୍ଟ ସିଙ୍ଗର ଫିମେଲ୍ର ଆୱାର୍ଡ଼ ମିଳିଛି। ଏଥିସହ ଏହି ଗୀତ ପାଇଁ ବେଷ୍ଟ କୋରିଓଗ୍ରାଫିର ଆୱାର୍ଡ଼ ଜିତିଛନ୍ତି କୃତି ମହେଶ ମିଦ୍ୟା ଓ ଜ୍ୟୋତି ଡି ତୋମାର୍।

Pritiparna

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

23 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

25 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

28 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

34 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

49 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago