Below header

ଫିଲ୍ମଫେୟାର୍‌-୨୦୧୯ : ଜାଣନ୍ତୁ କାହାକୁ ମିଳିଲା କେଉଁ ଆୱାର୍ଡ଼

ବଲିଉଡର ସବୁଠୁ ବଡ଼ ପ୍ରତିଷ୍ଠିତ ଆୱର୍ଡ଼ ‘ଫିଲ୍ମ ଫେୟାର ଆୱାର୍ଡ଼-୨୦୧୯’ ଗତକାଲି ମୁମ୍ବାଇର ଜିଓ ଗାର୍ଡ଼େନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହା ଫିଲ୍ମଫେୟାରର ୬୪ତମ ସଂସ୍କରଣ। ଚଳିତ ବର୍ଷ ଏହି ଆୱାର୍ଡ଼ ନାଇଟକୁ କିଙ୍ଗ ଖାନଙ୍କ ସହ ୟଙ୍ଗ ଟ୍ୟାଲେଣ୍ଟେଡ୍ ଆକ୍ଟର ଭିକି କୌଶାଲ୍ ଓ ରାଜ କୁମାର ରାଓ ହୋଷ୍ଟ କରିଛିନ୍ତି। ବଲିଉଡର ଅନେକ ନାମୀ ଦାମୀ କଳାକାର ଏଥିରେ ସାମିଲ ହୋଇଛନ୍ତି। ଅନେକ କଳାକାର ଏଥର ଷ୍ଟେଜରେ ଦମଦାର ଡାନ୍ସ ମଧ୍ୟ କରିଛନ୍ତି। ତେବେ ଫିଲ୍ମ ଫେୟାରରେ କିଏ କେଉଁ କାଟାଗୋରିରେ ଆୱାର୍ଡ଼ ଜିତିଲେ ଆସନ୍ତୁ ଜାଣିବା।

aliaଚଳିତ ବର୍ଷ ଫିଲ୍ମଫେୟାରର ଶ୍ରେଷ୍ଠ ଅଭିନେତାର ସମ୍ମାନ ରଣବୀର କପୁରଙ୍କୁ ମିଳିଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଆଲିଆ ଭଟ୍ଟ ପାଇଛନ୍ତି। ରଣବୀର କପୁରଙ୍କୁ ଏହି ଆୱର୍ଡ଼ ଫିଲ୍ମ ‘ସଞ୍ଜୁ’ରେ ତାଙ୍କର ସ୍ପେଶାଲ ଅଭିନୟ ପାଇଁ ମିଳିଛି। ସେହିପରି ଫିଲ୍ମ ‘ରାଜି’ରେ ଆଲିଆ ଭଟ୍ଟଙ୍କ ଦମଦାର୍ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ଼ ମିଳିଛି। କେବଳ ଏତିକି ନୁହେଁ ଆଲିଆଙ୍କ ଫିଲ୍ମ ‘ରାଜି’କୁ ବେଷ୍ଟ ଫିଲ୍ମ ଆୱାର୍ଡ଼ (ପପୁଲାର) ମଧ୍ୟ ମିଳିଛି। ଏହି ଫିଲ୍ମର ଗୀତ ‘ଏ ୱତନ୍’ ପାଇଁ ଗୁଲଜାରଙ୍କୁ ବେଷ୍ଟ ଲିରିକ୍ସ ଓ ଅରିଜିତ୍ ସିଂହଙ୍କୁ ବେଷ୍ଟ ସିଙ୍ଗର ଆୱାର୍ଡ଼ ମିଳିଛି। ଏହା ବ୍ୟତୀତ ମେଘନା ଗୁଲଜାରଙ୍କୁ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ମଧ୍ୟ ମିଳିଛି।

ayushmanବେଷ୍ଟ ଆକ୍ଟର କ୍ରିଟିକ୍ସର ଆୱାର୍ଡ଼ ରଣବୀର ସିଂହ (ପଦ୍ମାବତ୍) ଓ ଆୟୁଷ୍ମାନ୍ ଖୁରାନାଙ୍କୁ (ଅନ୍ଧାଧୁନ୍) ପାଇଁ ମିଳିଥିବାବେଳେ ନୀନା ଗୁପ୍ତାଙ୍କୁ ଫିଲ୍ମ ‘ବଧାଇ ହୋ’ ପାଇଁ ବେଷ୍ଟ ଆକ୍ଟ୍ରେସ୍ କ୍ରିଟିକ୍ସର ଆୱାର୍ଡ଼ ମିଳିଛି। ସେହିପରି କ୍ରିଟିକ୍ସର ଶ୍ରେଷ୍ଠ ଚଳଚ୍ଚିତ୍ର ଆୱାର୍ଡ଼ ମଧ୍ୟ ‘ଅନ୍ଧାଧୁନ୍’ ଜିତିଛି। ବେଷ୍ଟ ଡେବ୍ୟୁ ଆକ୍ଟର ଇଶାନ୍ ଖଟ୍ଟର ଓ ବେଷ୍ଟ ଡେବ୍ୟୁ ଆକ୍ଟ୍ରେସ୍ ସାରା ଅଲ୍ଲୀ ଖାନ୍ଙ୍କୁ ମିଳିଛି।

arijitସଞ୍ଜୟ ଲୀଲା ଭଂଶାଲୀଙ୍କୁ ଫିଲ୍ମ ‘ପଦ୍ମାବତ୍’ ପାଇଁ ଗୁଲଶନ କୁମାର୍ ଆୱାର୍ଡ଼ ଫର ବେଷ୍ଟ ମ୍ୟୁଜିକ୍ ଆଲବମର ଆୱର୍ଡ଼ ମିଳିଛି। ଶ୍ରେୟା ଘୋଷାଲଙ୍କୁ ଏହି ଫିଲ୍ମର ଗୀତ ‘ଘୁମର୍’ ପାଇଁ ବେଷ୍ଟ ସିଙ୍ଗର ଫିମେଲ୍ର ଆୱାର୍ଡ଼ ମିଳିଛି। ଏଥିସହ ଏହି ଗୀତ ପାଇଁ ବେଷ୍ଟ କୋରିଓଗ୍ରାଫିର ଆୱାର୍ଡ଼ ଜିତିଛନ୍ତି କୃତି ମହେଶ ମିଦ୍ୟା ଓ ଜ୍ୟୋତି ଡି ତୋମାର୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.