ମନୋରଂଜନ

ଆଉ ନାହାନ୍ତି ‘ପରିଣୀତା’ ନିର୍ଦ୍ଦେଶକ ପ୍ରଦୀପ ସରକାର, ୬୭ ବର୍ଷ ବୟସରେ ନେଲେ ଶେଷ ନିଃଶ୍ୱାସ

ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଛି। ୬୭ ବର୍ଷ ବୟସରେ ସେ ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଘନିଷ୍ଠ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ହଂସଲ ମେହତା ସୋସିଆଲ ମିଡିଆରେ ପ୍ରଦୀପଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି। ଖବର ରହିଛି ଯେ ପ୍ରଦୀପ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ, ତାଙ୍କ ଶରୀରରେ ପୋଟାସିୟମ ସ୍ତର ହ୍ରାସ ପାଇଥିଲା ଏବଂ ସେ ଡାଏଲିସିସରେ ଥିଲେ।

ରାତିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ରାତି ପ୍ରାୟ ୩ଟା ୩୦ରେ ତାଙ୍କର ଦେହାନ୍ତ ଘଟିଥିଲା। ଆଜି ସାନ୍ତାକ୍ରୁଜରେ ଅପରାହ୍ନ ୪ଟାରେ ପ୍ରଦୀପଙ୍କ ଅନ୍ତିମ ସଂସ୍କାର କରାଯିବ। ସେପଟେ ପ୍ରଦୀପ ସରକାରଙ୍କ ନିଧନ ଖବର ଶୁଣି ମନୋଜ ବାଜପେୟୀ, ଅଜୟ ଦେବଗନଙ୍କ ଭଳି କଳାକାର ଟ୍ଵିଟ୍‌ କରି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପ୍ରଦୀପ ସରକାର ମହିଳା ପ୍ରାଧାନ୍ୟ ଚଳଚ୍ଚିତ୍ର ପାଇଁ ଜଣାଯାଉଥିଲେ। ସେ ବଲିଉଡ୍‌କୁ ‘ପରିଣୀତା’, ‘ହେଲିକାପ୍ଟର ଇଲା’ ଓ ‘ମର୍ଦାନୀ’ ଭଳି ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ୨୦୦୫ ମସିହାରେ ଫିଲ୍ମ ‘ପରିଣୀତା’ରୁ ସେ ନିର୍ଦ୍ଦେଶନା ଡେବ୍ୟୁ କରିଥିଲେ। ଏହାପରେ ୨୦୦୭ରେ ‘ଲଗା ଚୁନରୀ ମେଁ ଦାଗ୍‌’, ୨୦୧୦ରେ ‘ଲଫଙ୍ଗେ ପରିନ୍ଦେ’ ଏବଂ ୨୦୧୪ରେ ‘ମର୍ଦାନୀ’ର ନିର୍ଦ୍ଦେଶନା ଦେଇଥିଲେ। ଏହାଛଡ଼ା ସେ ଆହୁରି ବି ଅନେକ ବଲିଉଡ୍‌ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

Roshni

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

25 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

36 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

49 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

52 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago