ମନୋରଂଜନ

ରାଜସ୍ଥାନୀ ଗେଟ୍‌ଅପ୍‌ରେ ସବ୍ଯସାଚୀ ଓ ଅର୍ଚ୍ଚିତା, ବିବାହ ପୂର୍ବରୁ ସାମ୍ନାକୁ ଆସିଛି ଉଭୟଙ୍କ ହଲଦି ସେରିମୋନିର ଫଟୋ

ଭୁବନେଶ୍ବର: ରିଲ୍ରୁ ରିୟଲ୍ ଲାଇଫ୍ ଯୋଡି। ଯେଉଁ ଯୋଡିକୁ ଦେଖିବା ପାଇଁ ହଲ୍ ରେ ଭିଡ ଜମେ ଆଜି ସେମାନେ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ସେମାନେ ହେଲେ ଓଲିଉଡର ଚର୍ଚ୍ଚିତ ଯୋଡ଼ି ସବ୍ଯସାଚୀ ଓ ଅର୍ଚ୍ଚିତା। ଓଲିଉଡ ସୁନ୍ଦରୀ ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି ସବ୍ୟସାଚୀ । ବିବାହ ପୂର୍ବରୁ ସାମ୍ନାକୁ ଆସିଛି ଉଭୟଙ୍କ ହଲଦି ସେରିମୋନିର ଫଟୋ ।

ଦୁଇ ଜଣଙ୍କୁ ରାଜସ୍ଥାନୀ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଛି । ଅର୍ଚ୍ଚିତା ରାଜସ୍ଥାନୀ ଷ୍ଟାଇଲ୍‌ର ଶାଢୀ ପିନ୍ଧିଛନ୍ତି । ମୁଣ୍ଡରେ ରଙ୍ଗ ବେରଙ୍ଗ ଫୁଲ ସାଙ୍ଗକୁ ଦେହରେ ମଲ୍ଲି ଫୁଲର ଚାଦର ରହିଛି । ସବ୍ୟସାଚୀ ମଧ୍ୟ ରାଜସ୍ଥାନୀ ଲୁକ୍‌ରେ ନଜର ଆସିଛନ୍ତି । ଧଳା ଓ ହଳିଦି ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଗୋଲାପି ରଙ୍ଗର କୋର୍ଟ ପିନ୍ଧିଛନ୍ତି ।

ଉଭୟଙ୍କ ପୋଷାକରେ ହାତୀର ଚିତ୍ର ଥିବା ଦେଖିବାକୁ ମିଳିଛି । ଓଡ଼ିଶା କଷ୍ଟ୍ୟୁମ ଡିଜାଇନର ଜିତ୍‌ ଏହି ପୋଷାକର ଡିଜାଇନ୍‌ କରିଛନ୍ତି । ରାଜସ୍ଥାନରେ ପୁରା ଓଡ଼ିଆ ପରମ୍ପରା ଅନୁସାରେ ହେଉଛି ବିବାହ ଉତ୍ସବ । ରାଜସ୍ଥାନର ଉଦୟପୁରରେ ବିବାହ ଉତ୍ସବ ଚାଲିଛି । ତେବେ ବାହାଘରରେ ନିକଟ ସମ୍ପର୍କୀୟମାନେ ସାମିଲ ହୋଇଥିବାବେଳେ ସମସ୍ତଙ୍କ ଆଶିର୍ବାଦ ପ୍ରାର୍ଥନା କରିଛନ୍ତି ଉଭୟ ।

 

Sonalisa

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago