ରାଜସ୍ଥାନୀ ଗେଟ୍ଅପ୍ରେ ସବ୍ଯସାଚୀ ଓ ଅର୍ଚ୍ଚିତା, ବିବାହ ପୂର୍ବରୁ ସାମ୍ନାକୁ ଆସିଛି ଉଭୟଙ୍କ ହଲଦି ସେରିମୋନିର ଫଟୋ
ଭୁବନେଶ୍ବର: ରିଲ୍ରୁ ରିୟଲ୍ ଲାଇଫ୍ ଯୋଡି। ଯେଉଁ ଯୋଡିକୁ ଦେଖିବା ପାଇଁ ହଲ୍ ରେ ଭିଡ ଜମେ ଆଜି ସେମାନେ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ସେମାନେ ହେଲେ ଓଲିଉଡର ଚର୍ଚ୍ଚିତ ଯୋଡ଼ି ସବ୍ଯସାଚୀ ଓ ଅର୍ଚ୍ଚିତା। ଓଲିଉଡ ସୁନ୍ଦରୀ ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି ସବ୍ୟସାଚୀ । ବିବାହ ପୂର୍ବରୁ ସାମ୍ନାକୁ ଆସିଛି ଉଭୟଙ୍କ ହଲଦି ସେରିମୋନିର ଫଟୋ ।
ଦୁଇ ଜଣଙ୍କୁ ରାଜସ୍ଥାନୀ ଗେଟ୍ଅପ୍ରେ ଦେଖିବାକୁ ମିଳିଛି । ଅର୍ଚ୍ଚିତା ରାଜସ୍ଥାନୀ ଷ୍ଟାଇଲ୍ର ଶାଢୀ ପିନ୍ଧିଛନ୍ତି । ମୁଣ୍ଡରେ ରଙ୍ଗ ବେରଙ୍ଗ ଫୁଲ ସାଙ୍ଗକୁ ଦେହରେ ମଲ୍ଲି ଫୁଲର ଚାଦର ରହିଛି । ସବ୍ୟସାଚୀ ମଧ୍ୟ ରାଜସ୍ଥାନୀ ଲୁକ୍ରେ ନଜର ଆସିଛନ୍ତି । ଧଳା ଓ ହଳିଦି ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଗୋଲାପି ରଙ୍ଗର କୋର୍ଟ ପିନ୍ଧିଛନ୍ତି ।
ଉଭୟଙ୍କ ପୋଷାକରେ ହାତୀର ଚିତ୍ର ଥିବା ଦେଖିବାକୁ ମିଳିଛି । ଓଡ଼ିଶା କଷ୍ଟ୍ୟୁମ ଡିଜାଇନର ଜିତ୍ ଏହି ପୋଷାକର ଡିଜାଇନ୍ କରିଛନ୍ତି । ରାଜସ୍ଥାନରେ ପୁରା ଓଡ଼ିଆ ପରମ୍ପରା ଅନୁସାରେ ହେଉଛି ବିବାହ ଉତ୍ସବ । ରାଜସ୍ଥାନର ଉଦୟପୁରରେ ବିବାହ ଉତ୍ସବ ଚାଲିଛି । ତେବେ ବାହାଘରରେ ନିକଟ ସମ୍ପର୍କୀୟମାନେ ସାମିଲ ହୋଇଥିବାବେଳେ ସମସ୍ତଙ୍କ ଆଶିର୍ବାଦ ପ୍ରାର୍ଥନା କରିଛନ୍ତି ଉଭୟ ।