ଫୁଡ କର୍ପୋରେସନ ଅଫ ଇଣ୍ଡିଆ (FCI)ରେ ଖାଲିପଡିଛି ଅନେକ ପଦବୀ: ଦରମା ମାସକୁ ୧.୮ ଲକ୍ଷ, ଜଲଦି କରନ୍ତୁ ଆବେଦନ
ଫୁଡ କର୍ପୋରେସନ ଅଫ ଇଣ୍ଡିଆ(FCI) ଅଧିନରେ ଖାଲିପଡିଛି ଅନେକ ପଦବୀ। ଏଫସିଆଇରେ ଖାଲିପଡିଛି ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର ତଥା ମେଡିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ମାଗୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୩୧ ମାର୍ଚ୍ଚ ପର୍ଯ୍ଯନ୍ତ ବିଭାଗୀୟ ଅଧିକାରକ ୱେବସାଇଟ fci.gov.in କୁ ଯାଇ ନୋଟିଫିକେସନ ଦେଖି ଆବେଦନ କରିପାରିବେ।
ଜରୁରୀ ତାରିଖ: ଅନଲାଇନ ରେଜିଷ୍ଟ୍ରେସନ ତାରିଖ: ୧ ମାର୍ଚ୍ଚ ୨୦୨୧
ଅନଲାଇନ ଆବେଦନ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୧
ପଦବୀ ବିବରଣୀ: ୮୯
ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର(ଜେନେରାଲ ଆଡମିନିଷ୍ଟ୍ରେସନ): ୩୦
ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର (ଟେକନିକାଲ): ୨୭
ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର(ଆକାଉଣ୍ଟସ):୨୨
ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର(ଲ): ୮
ମେଡିକାଲ ଅଫିସର: ୨
ଶିକ୍ଷାଗତ ଯୋଗ୍ଯତା: ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଗ୍ରାଜୁଏସନରେ ୫୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ଯକ। ପଦାନୁସାରେ ଶିକ୍ଷାଗତ ଯୋଗ୍ଯତା ଅଲଗା ଅଲଗା ନିର୍ଦ୍ଧାରିତ କରାଯିବ।
ବୟସ ସୀମା: ମେଡିକାଲ ଅଫିସର ପଦବୀ ପାଇଁ ପ୍ରାର୍ଥୀଙ୍କ ଅଧିକତମ ବୟସ ୩୫ ବର୍ଷ ହୋଇଥିବା ଆବଶ୍ଯକ। ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର(ଲ) ପାଇଁ ୩୩ ବର୍ଷ, ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର(ଜେନେରାଲ ଆଡମିନିଷ୍ଟ୍ରେସନ) ପାଇଁ ୩୦ ବର୍ଷ ବୟସ୍ ଏବଂ ଅନ୍ଯ ପଦବୀ ପାଇଁ ୨୮ ବର୍ଷ ହୋଇଥିବା ଆବଶ୍ଯକ।
ଦରମା: ମେଡିକାଲ ଅଫିସର (୫୦,୦୦୦/୧,୬୦,୦୦୦)
ଜେନେରାଲ ମ୍ଯାନେଜର ପଦବୀ(୬୦,୦୦୦/୧,୮୦,୦୦୦)
ଚୟନ ପ୍ରକ୍ରିୟା: ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ ଏବଂ ଇଣ୍ଟରଭ୍ଯୁ ମାଧ୍ୟମରେ ହେବ। ଜେନେରାଲ କ୍ଯାଟୋଗରୀ ପ୍ରାର୍ଥୀ ଅନଲାଇନ ଟେଷ୍ଟରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ଯକ।
ଆବେଦନ ଶୁଳ୍କ: ସାଧାରଣ ବର୍ଗ ପାଇଁ ୧ ହଜାର ଟଙ୍କା ଏବଂ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ନିଶୁଳ୍କ ରହିଛି।