ମନୋରଂଜନ

ହେମାଙ୍କୁ ବିବାହ କରିବା ଧର୍ମେନ୍ଦ୍ରଙ୍କ ପାଇଁ ନଥିଲା ଏତେ ସହଜ, ପ୍ରଥମ ପତ୍ନୀଙ୍କୁ ଛାଡିବା ପାଇଁ ଧର୍ମେନ୍ଦ୍ର କଲେ ଏମିତି

ବଲିଉଡରେ ନିଜର ସୁନ୍ଦର ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟ ଜିଣିଯାଇଥିବା ଧର୍ମେନ୍ଦ୍ର କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ଫଲୋର୍ସ ରହିଛନ୍ତି । ଏହି ପ୍ରଖ୍ୟାତ ଅଭିନେତା ୧୦୦ ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି । ତେବେ ତାଙ୍କ ନିଜ ଜୀବନ ମଧ୍ୟ କିଛି ଫିଲ୍ମ ଠାରୁ କମ ନୁହେଁ । ସେ କେବେ ବି ତାଙ୍କ ପ୍ରଶଂସକଙ୍କୁ ନିଜ ଜୀବନର କିଛି କଥା ଲୁଚାଇବାକୁ ଚେଷ୍ଟା କରନ୍ତି ନାର୍ହି । ଆଗାମୀ ୮ ତାରିଖରେ ଧର୍ମେନ୍ଦ୍ର ତାଙ୍କ ଜନ୍ମ ଦିନ ସେଲିବ୍ରେସନ କରିବେ ।

ଜିତେନ୍ଦ୍ର-ହେମାଙ୍କ ପ୍ରେମ କାହାଣୀରେ ଧର୍ମେନ୍ଦ୍ର ଥିଲେ ଭିଲେନ

ଗୋଟିଏ ସମୟ ଥିଲା ଯେତେବେଳେ ହେମା ମାଳିନୀ ଜିତେନ୍ଦ୍ରଙ୍କୁ ନିଜର ପ୍ରେମ ସମର୍ପଣ କରିବା ସହ ବିବାହ କରିବାକୁ ଯାଉଥିଲେ । ହେମା ଜିତେନ୍ଦ୍ରଙ୍କ ପ୍ରପୋଜାଲ ପରେ ବିବାହ ପାଇଁ ଭାବିବାକୁ ଲାଗିଥିବା ବେଳେ ଧର୍ମେନ୍ଦ୍ରଙ୍କ ସହ ନିଜର ସମ୍ପର୍କକୁ ନେଇ ଚିନ୍ତାରେ ଥିଲେ । ଯେତେବେଳେ ପରିବାର ଲୋକେ ହେମା ଓ ଜିତେନ୍ଦ୍ରଙ୍କୁ ନେଇ କଥା ହେଉଥିଲେ । ସେତେବଳେ ଧର୍ମେନ୍ଦ୍ର ହେମାଙ୍କୁ ଫୋନ ଯୋଗେ କଥା ହେଲେ ଓ କିଛି ବି ନିର୍ଣ୍ଣୟ ନେବା ପୂର୍ବରୁ ତାଙ୍କ ସହ ଦେଖା କରିବାକୁ କହିଲେ ।

ଜତେନ୍ଦ୍ର ତିରୁପତି ମନ୍ଦିର ଯାଇ ହେମାଙ୍କୁ ବିବାହ କରିବାକୁ ଯୋଜନା କରୁଥିବା ବେଳେ ଧର୍ମେନ୍ଦ୍ର ସିଧା ଫ୍ଲାଇଟ ଯୋଗେ ଚେନ୍ନାଇ ସ୍ଥିତ ହେମାଙ୍କ ଘରେ ପହଞ୍ଚିଲେ ଓ ବିବାହ କଲେ । ହେମାଙ୍କୁ ଧର୍ମେନ୍ଦ୍ର ବିବାହ କରିବା ପରେ ଜିତେନ୍ଦ୍ରଙ୍କ ସ୍ୱପ୍ନ ଅଧା ରହିଗଲା । ଫଳରେ ୧୯୭୬ ମସିହାରେ ଜିତେନ୍ଦ୍ର ତାଙ୍କ ଗାର୍ଲ ଫ୍ରେଣ୍ଡ ଶୋଭାଙ୍କୁ ବିବାହ କରିଦେଲେ ।

ହେମାଙ୍କୁ ବିବାହ କରିବା ପାଇଁ ଧର୍ମେନ୍ଦ୍ର ବଦଳାଇ ଥିଲେ ଧର୍ମ

ହେମାଙ୍କୁ ବିବାହ ପାଇଁ ଧର୍ମେନ୍ଦ୍ର ପ୍ରସ୍ତୁତ ହେଉଥିବାବେଳେ ତାଙ୍କ ପ୍ରଥମ ପତ୍ନୀ ତାଙ୍କୁ ତଲାକ ଦେଉ ନଥିଲେ । ଫଳରେ ଉଭୟ ଧର୍ମ ବଦଳାଇ ୧୯୭୯ ମସିହା ୨୧ ଅଗଷ୍ଟରେ ବିବାହ କରିଦେଲେ ।

ପ୍ରକାଶଯୋଗ୍ୟ ଯେ ଏହାର ୨୫ ବର୍ଷ ପୂର୍ବରୁ ୧୯୫୪ ମସିହାରେ ଧର୍ମେନ୍ଦ୍ର ପଞ୍ଜାବୀ ଝିଅ ପ୍ରକାଶ କୌରୁଙ୍କୁ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କର ୨ ପୁଅ ଓ ୨ ଝିଅ ଥିବା ବେଳେ ହେମାଙ୍କ ଇଶା ଓ ଆହାନା ନାମରେ ଦୁଇ ଝିଅ ଅଛନ୍ତି ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago