ମନୋରଂଜନ

୧୯ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ହ୍ରିତିକ ଏବଂ କରୀନା, ମିଳିଲା ଫିଲ୍ମ ଅଫର

ବଲିଉଡର କିଛି ଯୋଡିଙ୍କୁ ଫ୍ୟାନ୍ସ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରନ୍ତି। ଏମାନଙ୍କ ଭିତରେ ଶାହରୁଖ-କାଜଲ, ସଲମାନ-କ୍ୟାଟ୍‌ଙ୍କ ଯୋଡି ରହିଛି। ଆଉ ବଲିଉଡ୍‌ର କେତକ ଯୋଡି ରହିଛି ଯାହାକୁ ବଡ ପରଦାରେ ଦେଖିବାକୁ ଖୁବ୍‌ କମ୍‌ ମିଳେ । କିନ୍ତୁ ଅନେକ ପ୍ରଶଂସକ ତାଙ୍କୁ ଦେଖିବାକୁ ଇଚ୍ଛା ରଖିଥାନ୍ତି । ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ସେମାନଙ୍କର ଚରିତ୍ର ଅନସ୍କ୍ରିନ୍‌ରେ ନିଜର ଜଲୱା ଦେକାଇଛନ୍ତି । କିନ୍ତୁ ତାଙ୍କୁ ଅନେକ ଦିନରୁ ଦେଖିବାକୁ ମିଳିନି। ଏପରି ଏକ ଯୋଡି ହେଉଛି ହ୍ରିତିକ ରୋଶନ ଏବଂ କରୀନା କପୁର ଖାନ। ଦୁହେଁ ପ୍ରାୟ ୧୯ବର୍ଷ ପୂର୍ବେ ‘ମେଁ ପ୍ରେମ୍ କି ଦେୱାନି ହୁଁ’ ପିଲ୍ମରେ ଦର୍ଶକଙ୍କ ହୃଦୟ ଜିତିଥିବା ହ୍ରିତିକ୍-କରୀନା ଯୋଡିଙ୍କୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ।

ରିପୋର୍ଟ ଅନୁଯାୟୀ ହ୍ରିତିକ-କରୀନାଙ୍କ ଆଗାମୀ ଫିଲ୍ମର ଟାଇଟଲ୍ ହେଉଛି ‘ଉଲଜ’। ଏହି ବିଗ୍‌ ବଜେଟ୍‌ ଫିଲ୍ମ ପାଇଁ ଦୁହିଁଙ୍କୁ ଆପ୍ରୋଚ୍‌ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଦୁହେଁ ଫିଲ୍ମରେ କାମ କରିବା ନେଇ କୌଣସି ଘୋଷଣା କରି ନାହାନ୍ତି । କେବଳ ସେମାନେ ନିର୍ମାତାଙ୍କଠାରୁ ଅଫର୍ ଗ୍ରହଣ କରିଛନ୍ତି ହେଲେ ଏକାଠି କାମ କରିବେ କି ନାହିଁ ତାହା ସୂଚନା ମିଳିନି।

ସୂଚନା ଅନୁଯାୟୀ ‘ମେଁ ପ୍ରେମ୍ କି ଦେୱାନି ହୁନ୍’ ବ୍ୟତୀତ ହ୍ରିତିକ୍ ଏବଂ କରୀନା କରଣ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ’ ଏବଂ ‘ୟାଦେଁ’ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରି ନଜର ଆସିଥିଲେ । ଏହି ଖବର ଶୁଣିବା ପରେ ଫ୍ୟାନ୍ସ ବହୁତ ଖୁସି ରହିଛନ୍ତି। ଫ୍ୟାନ୍ସ ଦୁହିଁଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି।

ସୂଚନାଯୋଗ୍ୟ, ହ୍ରିତିକଙ୍କ ଅପ୍‌କମିଂ ଫିଲ୍ମ ‘ଫାଇଟର’ ରହିଛି। ଯେଉଁଥିରେ ଦୀପିକା ପାଦୁକୋନ ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମଟି ଆସନ୍ତାବର୍ଷ ପରଦାକୁ ଆସିବ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

17 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

18 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

59 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago